ଜିଲାସ୍ତରୀୟ କ୍ଷୁଦ୍ର ପ୍ରଦର୍ଶନୀ ଉଦ୍‌ଯାପିତ

ଦେବଗଡ଼,୧୯ା୧(ଡ଼ି.ଏନ୍‌.ଏ.)-ଓରମାସ ଏବଂ ଜିଲା ପ୍ରଶାନର ମିଳିତ ଆନୁକୂଲ୍ୟରେ ଗତ ୨ରୁ ସ୍ଥାନୀୟ ଶନି ମନ୍ଦିର ନିକଟରେ ଆୟୋଜିତ ହେଉଥିବା ଜିଲାସ୍ତରୀୟ କ୍ଷୁଦ୍ର ପ୍ରଦର୍ଶନୀ ଗତ ୧୬ ତାରିଖ ଉଦ୍‌ଯାପିତ ହୋଇଯାଇଛି ା ଏହି ପ୍ରଦର୍ଶନୀରେ ଜିଲାର ବିଭିନ୍ନ ସ୍ଥାନରୁ ୧୫ଟି ସ୍ବୟଂ ସହାୟକ ଗୋଷ୍ଠୀ ଓ ପ୍ରଡ୍ୟୁସର ଗ୍ରୁପ ଯୋଗଦେଇ ନିଜର ଉପତ୍ାଦିତ ଦ୍ରବ୍ୟଗୁଡିକର ବିକ୍ରିବଟା କରିଥିଲେ ା ଏହି ଜିଲାସ୍ତରୀୟ କ୍ଷୁଦ୍ର ପ୍ରଦର୍ଶନୀରେ ସେମାନେ ବିଭିନ୍ନ ପ୍ରକାର ଆଚାର, ମସଲା, ପାଁପଡ, ବଡି, ଡାଲି ଜାତୀୟ ଦ୍ରବ୍ୟ, ବାଉଁଶ ତିଆରି ଜିନିଷ, ଅଗରବତୀ, ହାତ ତିଆରି ଝାଡୁ, ଜଙ୍ଗଲଯାତ ଦ୍ରବ୍ୟ ଯଥା ଅଁଳା, ହରିଡା, ବାହାଡା, ଝୁଣା, ମହୁ ଇତ୍ୟାଦି ଦ୍ରବ୍ୟଗୁଡିକର ବିକ୍ରିବଟା କରିଥିଲେ ା ଏହା ବ୍ୟତୀତ କୋଭିଡ-୧୯ ସଚେତନତା ନିମନ୍ତେ ପ୍ରଦର୍ଶନୀରେ ମାସ୍କ, ସାନିଟାଇଜ ଏବଂ ହ୍ୟାଣ୍ଡଓ୍ବାସ ବିକ୍ରିବଟା କରାଯାଇଥିଲା ା ଏହି ଜିଲାସ୍ତରୀୟ କ୍ଷୁଦ୍ର ପ୍ରଦର୍ଶନୀରେ ୫,୨୯,୮୬୦ଟଙ୍କାର କାରବାର ହୋଇଥିବା ଓରମାସର ସିଇଓ ସୁବଳ ଜନାମଣି ଜଣାଇଛନ୍ତି। ସରକାରଙ୍କ ନିଷ୍ପତିକ୍ରମେ କରୋନା ମହାମାରୀ ସମୟରେ ସ୍ବୟଂ ସହାୟକ ଗୋଷ୍ଠୀମାନଙ୍କର ଆର୍ଥିକ ଅବସ୍ଥାରେ ସୁଧାର ଆଣିବା ଏହି ପ୍ରଦର୍ଶନୀର ଆୟୋଜନର ପ୍ରମୁଖ ଉଦ୍ଦେଶ୍ୟ ଥିଲା।

Share