ରାଜ୍ୟରେ ପ୍ରଥମ ହେବା ପାଇଁ ଉତ୍ସାହିତ କଲେ ଜିଲାପାଳ

ଭବାନୀପାଟଣା,୨୭ା୯ (ଉତ୍ତମ କୁମାର ଦାଶ):ଭବାନୀପାଟଣାସ୍ଥିତ ଜିଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ବୁଧବାର କଳାହାଣ୍ଡି ଜିଲାସ୍ତରୀୟ ସପ୍ତମ ଜାତୀୟ ପୋଷଣ ମାସ ଅନୁଷ୍ଠିତ ହୋଇଯାଇଛି। ଜିଲା ସମାଜ କଲ୍ୟାଣ ବିଭାଗ ପକ୍ଷରୁ ପାଳିତ ଏହି କାର୍ଯ୍ୟକ୍ରମକୁ ମୁଖ୍ୟ ଅତିଥି ଭାବେ କଳାହାଣ୍ଡି ଜିଲାପାଳ ସଚିନ ପାୱାର ପ୍ରକାଶ ଯୋଗଦେଇ ଶୁଭ ଉଦ୍‌ଘାଟନ କରିଥିଲେ। ବିଭାଗୀୟ ଅଧିକାରୀଙ୍କ ସହଯୋଗରେ ଜିଲାରେ ଏହି କାର୍ଯ୍ୟକ୍ରମ କିପରି ସଫଳ ରୂପାୟନ ହୋଇପାରିବ ସେ ଦିଗରେ ସମସ୍ତେ ଯତ୍ନବାନ୍‌ ହୋଇ ଦାୟିତ୍ୱ ତୁଲାଇବା ପାଇଁ ଜିଲାପାଳ ପରାମର୍ଶ ଦେଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ଜିଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡା. ସୁଚେତା ପାଣି, ଜିଲା ସମାଜ ମଙ୍ଗଳ ଅଧିକାରୀ ମୁଜିବୁନ ନିଶା, ଜିଲା ମୁଖ୍ୟ କୃଷି ଅଧିକାରୀ ମଳୟ କୁମାର ପରିଡା, ଜିଲା ପ୍ରାଣୀ ଚିକିତ୍ସା ଅଧିକାରୀ ଡା. ରଜନୀକାନ୍ତ ରଥ, ଜିଲା ମତ୍ସ୍ୟଚାଷ ଅଧିକାରିଣୀ ଦ୍ରୌପଦୀ ମାଝି, ଜିଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ହଳଧର ନିଆଲଙ୍କ ସମେତ ବିଭିନ୍ନ ବିଭାଗୀୟ ଅଧିକାରୀ, ଅଙ୍ଗନୱାଡି କର୍ମୀ, ସ୍ବୟଂ ସହାୟକ ଗୋଷ୍ଠୀର ସଭ୍ୟା ଉପସ୍ଥିତ ଥିଲେ। ଜିଲା ସମାଜ ମଙ୍ଗଳ ଅଧିକାରୀ ମୁଜିବୁନ ନିଶା ପୋଷଣ ମାସ ପାଳନର ଉଦ୍ଦେଶ୍ୟ ଜ୍ଞାପନ କରିଥିଲେ। ଏହି ଅବସରରେ ଅଙ୍ଗନୱାଡି କର୍ମୀ, ସ୍ବୟଂ ସହାୟକ ଗୋଷ୍ଠୀର ସଭ୍ୟାମାନଙ୍କ ଦ୍ୱାରା ପ୍ରସ୍ତୁତ ପୁଷ୍ଟିକର ଖାଦ୍ୟ, ଲୌହସାର ଯୁକ୍ତ ଖାଦ୍ୟ, ମା’ ପାଇଁ ଗଛଟିଏ, ସକ୍ଷମ ଅଙ୍ଗନୱାଡି କେନ୍ଦ୍ରର ନମୁନା, କ୍ଷୁଦ୍ର ଶସ୍ୟରେ ପ୍ରସ୍ତୁତ ଖାଦ୍ୟ, ବେଟି ବଚାଓ ବେଟି ପଢାଓ ଇତ୍ୟାଦି ପ୍ରଦର୍ଶିତ ହୋଇଥିଲା। ରାଷ୍ଟ୍ରୀୟ ଶିଶୁ ସ୍ବାସ୍ଥ୍ୟ କାର୍ଯ୍ୟକ୍ରମର ଡାକ୍ତରମାନଙ୍କ ସହଯୋଗରେ ରକ୍ତ ପରୀକ୍ଷା ଶିବିରର ଆୟୋଜିତ ହୋଇଥିଲା। ଜିଲାର ସ୍ଥିତି ରାଜ୍ୟସ୍ତରରେ ଭଲଥିବା ଜଣାଇ ରାଜ୍ୟରେ ପ୍ରଥମ ହେବାପାଇଁ ଚେଷ୍ଟା କରିବାକୁ ଜିଲାପାଳ ଉତ୍ସାହିତ କରିଥିଲେ। ଜିଲା କାର୍ଯ୍ୟକ୍ରମ ପରିଚାଳକ ବିଶ୍ୱନାଥ ଦାଶ କାର୍ଯ୍ୟକ୍ରମ ପରିଚାଳନା କରିଥିବାବେଳେ ଅଜୟ ବିହାର ଧନ୍ୟବାଦ ଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ବିଶ୍ୱ ପର୍ଯ୍ୟଟନ ଦିବସ: ସଫେଇ କାର୍ଯ୍ୟକ୍ରମରେ ସାମିଲ ହେଲେ ସ୍ବୟଂ ସହାୟକ ଗୋଷ୍ଠୀର ସଦସ୍ୟା-ପ୍ରଶାସନ

ଦାରିଙ୍ଗବାଡି,୨୭।୯(ଅରୁଣ ସାହୁ): ଆଜି ବିଶ୍ୱ ପର୍ଯ୍ୟଟନ ଦିବସ ଏଥିପାଇଁ ଓଡିଶାର କଶ୍ମୀର କୁହାଯାଉଥିବା କନ୍ଧମାଳ ଜିଲା ଦାରିଙ୍ଗବାଡିଠାରେ ଥିବା ପର୍ଯ୍ୟଟନ କ୍ଷେତ୍ରକୁ ସଫେଇ କରାଯାଇଛି। ଦାରିଙ୍ଗବାଡିର...

କଳାହାଣ୍ଡି ବିଜୟୀ, ଦ୍ୱିତୀୟ ମ୍ୟାଚ୍‌ରେ ବର୍ଷା ବାଧା

ବରଗଡ଼, ୨୭।୯(ପ୍ରେମାନନ୍ଦ ଖମାରୀ):ବରଗଡ଼ ଲେଙ୍ଗୁ ମିଶ୍ର ମିନି ଷ୍ଟାଡିୟମରେ ଫୁଟବଲ ଆସୋସିଏଶନ ଅଫ୍‌ ଓଡ଼ିଶା (ଫାଓ) ଏବଂ ବରଗଡ଼ ଜିଲା କ୍ରୀଡ଼ା ସଂସଦର ମିଳିତ ଆୟୋଜନରେ...

ମଦ ବିକ୍ରି ବନ୍ଦ କରିବାକୁ ଏକାଠି ହେଲେ ୪ ଗ୍ରାମର ମହିଳା

ଅମରପାଲି,୨୭।୯(ପୀତାମ୍ବର ସାହୁ):ମଦ ବିକ୍ରି ବନ୍ଦ କରିବାକୁ ଏକାଠି ହେଲ ଚାରି ଗ୍ରାମର ମହିଳା। ଏନେଇ ସମସ୍ତ ଚାରି ଗ୍ରାମର ମହିଳା ଏକତ୍ରିତ ହୋଇ ଏକ ବୈଠକ...

ଜୈବିକ ଚାଷର ପ୍ରଣାଳୀ ଶିଖିଲେ ଛାତ୍ରୀ

ଦାରିଙ୍ଗବାଡି, ୨୭।୯ (ଅରୁଣ ସାହୁ):କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ଅଞ୍ଚଳର ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟର ଛାତ୍ରୀ ଶିଖିଲେ ଜୈବିକ ଚାଷର ପ୍ରଣାଳୀ ଓ ପଦ୍ଧତି।...

ସ୍ବଚ୍ଛ ଭାରତ ମିଶନରେ ଉତ୍ତମ ପ୍ରଦର୍ଶନ: ରାଜ୍ୟସ୍ତରରେ ଚମାଖଣ୍ଡି ପଞ୍ଚାୟତ ସମ୍ମାନିତ

ଛତ୍ରପୁର,୨୭।୯(ସନ୍ତୋଷ ପାଢ଼ୀ/ଦିଲ୍ଲୀପ ସାମଲ): ରାଜ୍ୟ ସ୍ତରରେ ଆୟୋଜିତ ସଚ୍ଛତା ହିଁ ସେବା କାର୍ଯ୍ୟକ୍ରମରେ ଗଞ୍ଜାମ ଜିଲାର ଛତ୍ରପୁର ବ୍ଲକ ଅନ୍ତର୍ଗତ ଚମାଖଣ୍ଡି ଗ୍ରାମ ପଞ୍ଚାୟତକୁ ସ୍ବଚ୍ଛ...

ଶିକ୍ଷକ ବଦଳି ପ୍ରତିବାଦରେ ହାଇସ୍କୁଲରେ ତାଲା

ଅମରପାଲି,୨୭।୯(ପୀତାମ୍ବର ସାହୁ):ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ବାଗବର ହାଇସ୍କୁଲରେ ଶିକ୍ଷକ ବଦଳି ପ୍ରତିବାଦରେ ସ୍କୁଲ ଫାଟକରେ ତାଲା ମାରି ପ୍ରତିବାଦ କରିଛନ୍ତି ଛାତ୍ରୀଛାତ୍ର ଓ...

ଦରମା ନ ମିଳିବାରୁ କାର୍ଯ୍ୟବନ୍ଦ ଆନ୍ଦୋଳନ

ଭବାନୀପାଟଣା,୨୭ା୯ (ଉତ୍ତମ କୁମାର ଦାଶ):କଳାହାଣ୍ଡି ଜିଲାର ୧୩ ବ୍ଲକରେ ମିଶନ ଶକ୍ତି ଅଧୀନରେ କାର୍ଯ୍ୟରତ କର୍ମୀମାନଙ୍କୁ ଦୀର୍ଘ ୬ମାସରୁ ଊଦ୍ଧର୍‌ବ ହେବ ଦରମା ଟଙ୍କା ମିଳିନାହିଁ।...

‘ସ୍ବର୍ଣ୍ଣ ପ୍ରାଶନ’ ଅଭିଯାନ ଆରମ୍ଭ: ୩୦ ହଜାର ଶିଶୁ ଉପକୃତ ହେବା ଲକ୍ଷ୍ୟ

ଭବାନୀପାଟଣା,୨୭ା୯ (ଉତ୍ତମ କୁମାର ଦାଶ):କଳାହାଣ୍ଡି ଜିଲାରେ ବେଦାନ୍ତ ‘ସ୍ବର୍ଣ୍ଣ ପ୍ରାଶନ’ ଅଭିଯାନ ଆରମ୍ଭ କରିଛି। ଭବାନୀପାଟଣା ସହରସ୍ଥିତ ମାଣିକେଶ୍ବରୀ ଉଚ୍ଚ ବିଦ୍ୟାଳୟ ଓ ସରସ୍ବତୀ ଶିଶୁ...

Advertisement
Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri