ବନ୍ୟା ସ୍ଥିତି ସମୀକ୍ଷା କଲେ ଜିଲାପାଳ

ଭଦ୍ରକ,୪।୮(ସନାତନ ରାଉତ): ଜିଲାପାଳ ସିଦ୍ଧେଶ୍ୱର ବଳିରାମ ବନ୍ଦର ଶୁକ୍ରବାର ଭଦ୍ରକ ଜିଲା ଧାମନଗର ବ୍ଲକର ବନ୍ୟା ସ୍ଥିତି ସମୀକ୍ଷା କରିଛନ୍ତି। ସେ ଗୋବିନ୍ଦପୁର ଏବଂ ବାରସର ପଞ୍ଚାୟତ ଗସ୍ତ କରି ବନ୍ୟା ପ୍ରପୀଡ଼ିତଙ୍କୁ ଭେଟି ସମସ୍ୟା ପଚାରି ବୁଝିଛନ୍ତି। ଏପରିକି ପ୍ରଶାସନ ପକ୍ଷରୁ ସମସ୍ତ ସହାୟତା ମିଳିଛି କି ନାହିଁ ଲୋକଙ୍କୁ ପଚାରିଥିଲେ। ଲୋକଙ୍କୁ ସମସ୍ତ ସୁବିଧା ଯୋଗାଇ ଦେବାକୁ ଅଧିକାରୀମାନଙ୍କୁ ପରାମର୍ଶ ଦେଇଥିଲେ। ବନ୍ୟାରେ ଧୋଇଯାଇଥିବା ରାସ୍ତାକୁ ତୁରନ୍ତ ମରାମତି କରିବାକୁ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ।