Advertisement

ଜିଲାପାଳଙ୍କ ଜନସମ୍ପର୍କ ଶିବିର: ଜନସାଧାରଣଙ୍କ ଅଭିଯୋଗ ଗ୍ରହଣ କଲେ ଜିଲାପାଳ

ଡୁଙ୍ଗୁରିପାଲି, ୨୨/୩ (ଦୀନବନ୍ଧୁ ସୁନା ): ସୁବର୍ଣ୍ଣପୁର ଜିଲା ଡୁଙ୍ଗୁରିପାଲି ବ୍ଲକ ସହଲା ଗ୍ରାମପଞ୍ଚାୟତ ପରିସରରେ ଶୁକ୍ରବାର ଜିଲାପାଳଙ୍କ ଜନସମ୍ପର୍କ ଶିବିର ଅନୁଷ୍ଠିତ ହୋଇଯାଇଛି। ଏଥିରେ ଜିଲାପାଳ ଅନ୍ୟ ଦାସ ଯୋଗଦେଇ ଜନସାଧାରଣଙ୍କ ୪୦ଟି ଅଭିଯୋଗ ଦରଖାସ୍ତ ଗ୍ରହଣ କରିଥିଲେ। ସୁଭଦ୍ରା ଯୋଜନାରେ ୨୧ମହିଳାଙ୍କ ଦରଖାସ୍ତ ଜିଲାପାଳ ଗ୍ରହଣ କରିଥିଲେ। ବିଡିଓ ଦିଲୀପ କୁମାର ବାଡାଙ୍କ ତତ୍ତ୍ୱାବଧାନରେ ଶିବିର ଅନୁଷ୍ଠିତ ହୋଇଥିଲା। ଅତିରିକ୍ତ ମୁଖ୍ୟ ଉନ୍ନୟନ ଅଧିକାରୀ ଜିଲା ପରିଷଦ ପଲ୍ଲବୀରାଣୀ ରାଜ, ଶ୍ରମ ଆଯୁକ୍ତ ତଥା ଭାରପାପ୍ତ ଜିଲା ଶ୍ରମ ଅଧିକାରୀ ଡୁଲେଶର ଖାଖା, ପ୍ରାଣୀ ସମ୍ପଦ ବିକାଶ ବିଭାଗ ସୁବର୍ଣ୍ଣପୁର ମୁଖ୍ୟ ଜିଲା ପ୍ରାଣୀ ଚିକିତ୍ସା ଅଧିକାରୀ ଡାକ୍ତର ଦୁର୍ଗାପ୍ରସାଦ ତ୍ରିପାଠୀ, ଜିଲା ସାମାଜିକ ସୁରକ୍ଷା ଅଧିକାରୀ ଗୋବିନ୍ଦବଲ୍ଳଭ ଷଡ଼ଙ୍ଗୀ, ଜିଲା ଜଳ ଓ ପରିମଳ ବିଭାଗ ଏସଡିଓ ଶ୍ରୀକାନ୍ତ ସାହୁ, ବ୍ଲକ ଉଦ୍ୟନ ଅଧିଦର୍ଶକ ଅଧିକାରୀ ରାମକୃଷ୍ଣ ଭୋଇ,ଡୁଙ୍ଗୁରିପାଲି ଜଳ ଓ ପରିମଳ ବିଭାଗ ଯନ୍ତ୍ରୀ ହିମାଦ୍ରୀ ପଧାନ, ସିଡିପିଓ ସୁକାନ୍ତି ବେହେରା, ବ୍ଲକ କୃଷି ଅଧିକାରୀ ଚଣ୍ଡୀପ୍ରସାଦ ମହାଳିକ, ସହଲା ସରପଞ୍ଚ ପଟୁଆରୀ ପଧାନ, ପିିଇଓ ରୁଚିକାନ୍ତ ଭୋଇ, ବିପିଏମ ସଞ୍ଜୀବ କୁମାର ଷଡ଼ଙ୍ଗୀ, ବ୍ଲକ ସଂଯୋଜକ ରାଜେନ୍ଦ୍ର ବିଭାର, ବ୍ଲକ ମସ୍ୟ ଅଧିକାରୀ ଜିତେନ୍ଦ୍ର ପୃଷ୍ଟି, ବ୍ଲକ ସାମାଜିକ ସୁରକ୍ଷା ଅଧିକାରୀ କ୍ଷୀରୋଦଭୂଷଣ ରାୟ, ଏପିଓ ପ୍ରଦ୍ୟୁମ୍ନ ସାହୁ, ଭାରପ୍ରାପ୍ତ ବ୍ଲକ ପ୍ରାଣୀ ଚିକିତ୍ସା ଅଧିକାରୀ ଝସକେତନ ପଶାୟତ ଉପସ୍ଥିତ ଥିଲେ। ଜିଲାପାଳ ଦାସ ବିଭିନ୍ନ ଜନ କଲ୍ୟାଣ ଯୋଜନାର ଉପକାର ପଞ୍ଚାୟତବାସୀ କିପରି ପାଇପାରିବେ ସେ ଉପରେ ବିଭାଗୀୟ ଅଧିକାରୀମାନେ କାର୍ଯ୍ୟ କରିବକୁ ପରାମର୍ଶ ଦେଇଥିଲେ। ସହଲା ପଞ୍ଚାୟତରେ ବିଭିନ୍ନ ଯୋଜନାରେ ୬ ଏସ୍‌ଏଚ୍‌ଜି ମହିଳାଙ୍କୁ ସ୍ବାବଲମ୍ବୀ ହେବା ପାଇଁ ମଞ୍ଜୁର ହୋଇଥିବା ୯ ଲକ୍ଷ ୫୦ ହଜାର ଟଙ୍କା ଚେକ ମଧ୍ୟରେ ଜିଲାପାଳ ଦାସ ପ୍ରଦାନ କରିଥିଲେ। ଜିଲାପାଳ ଅନ୍ୟ ଦାସ ଶିବିରରେ ଜନସାଧାରଣଙ୍କ ଅଭିଯୋଗ ଶୁଣୁଛନ୍ତି।

Subscribe to Dharitri WhatsApp ChannelSubscribe to Dharitri WhatsApp Channel