ଜିଲାପାଳ କାର୍ଯ୍ୟାଳୟ ଘେରିଲା ପୂର୍ବତନ ସୈନିକ ସଙ୍ଘ

ବଲାଙ୍ଗୀର ଅଫିସ,୩।୪: ଦେଶରେ ଓ୍ବାନ ର଼୍ୟାଙ୍କ ଓ୍ବାନ ପେନସନ ଦାବିରେ ସୋମବାର ସମସ୍ତ ଜିଲା ମୁଖ୍ୟାଳୟମାନଙ୍କରେ ପୂର୍ବତନ ସୈନିକ ସଙ୍ଘ ବିକ୍ଷୋଭ ପ୍ରଦର୍ଶନ କରିଛି। ସେହି କ୍ରମରେ ୪ ଦଫା ଦାବି ନେଇ ବଲାଙ୍ଗୀରର ପୂର୍ବତନ ସୈନିକ ସଙ୍ଘ ଏକ ରାଲିରେ ଆସି ବଲାଙ୍ଗୀର ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ପ୍ରଦର୍ଶନ କରିଛନ୍ତି। ଓଆର୍‌ଓପିରେ ଥିବା ବିସଙ୍ଗତିମାନଙ୍କୁ ଦୂର କରିବା ସହ ସମସ୍ତ ସୈନିକମାନଙ୍କୁ ସମାନ ଏମ୍‌ଏସପି, ସମାନ ଡିସେବିଲିଟି ପେନସନ ଓ ସିଡିଏସ ଏବଂ ଇସି ଏଚ୍‌ଏସରେ ସମସ୍ତଙ୍କୁ ସମାନ ସୁବିଧା ପ୍ରଦାନ ନେଇ ଏକ ୪ ଦଫା ସମ୍ମିଳିତ ଦାବି ପତ୍ର ଜିଲାପାଳଙ୍କ ଜରିଆରେ ମହାମହିମ ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ ଓ ପ୍ରତିରକ୍ଷା ମନ୍ତ୍ରୀଙ୍କୁ ପ୍ରଦାନ କରିଛନ୍ତି। ଜିଲାର ସମସ୍ତ ପୂର୍ବତନ ସୈନିକମାନେ ଯୋଗଦେଇ ଥିଲେ l

Share