ମନ୍ତ୍ରୀ, ବିଧାୟକଙ୍କୁ ମିଳିଲା ଜିଲା ଯୋଜନା କମିଟି ଅଧ୍ୟକ୍ଷ ଦାୟିତ୍ୱ

 

ଭୁବନେଶ୍ୱର,୨୩।୯(ବ୍ୟୁରୋ): ରାଜ୍ୟ ସରକାରଙ୍କ ପକ୍ଷରୁ ଶୁକ୍ରବାର ଜିଲା ଯୋଜନା କମିଟି ଅଧ୍ୟକ୍ଷଙ୍କ ନାମ ଘୋଷଣା କରାଯାଇଛି। ବିଧାୟକ ଓ ମନ୍ତ୍ରୀଙ୍କୁ ୩୦ ଜିଲାର ଯୋଜନା କମିଟି ଅଧ୍ୟକ୍ଷ ଦାୟିତ୍ୱ ମିଳିଛି। ଜାରି ହୋଇଥିବା ସୂଚନନୁସାରେ, ବିଧାୟକ ଅନନ୍ତ ଦାସ ବାଲେଶ୍ୱର ଜିଲା ଯୋଜନା କମିଟି ଅଧ୍ୟକ୍ଷ ଭାବେ ଦାୟିତ୍ୱ ମିଳିଥିବା ବେଳେ ବିଧାୟକ ଦେବେଶ ଆଚାର୍ଯ୍ୟଙ୍କୁ ବରଗଡ଼, ବ୍ୟୋମକେଶ ରାୟଙ୍କୁ ଭଦ୍ରକ, ମହିଧର ରଣାଙ୍କୁ ବୌଦ୍ଧ, ପ୍ରମୋଦ ମଲ୍ଲିକଙ୍କୁ କଟକ ଜିଲା ଦାୟିତ୍ୱ ମିଳିଛି। ସେହିପରି ଜଗନ୍ନାଥ ନାୟକଙ୍କୁ କେନ୍ଦୁଝର, ରାଜେନ୍ଦ୍ର ସାହୁଙ୍କୁ ଖୋର୍ଦ୍ଧା, ରଘୁରାମ ପୋଡାଲଙ୍କୁ କୋରାପୁଟ, ମନୋହର ରାନ୍ଧାରୀଙ୍କୁ ନବରଙ୍ଗପୁର, ସତ୍ୟନାରାୟଣ ପ୍ରଧାନଙ୍କୁ ନୟାଗଡ, ଶାରଦା ନାୟକଙ୍କୁ ସୁନ୍ଦରଗଡ ଜିଲାର ଯୋଜନା କମିଟି ଅଧ୍ୟକ୍ଷ ଭାବେ କାର୍ଯ୍ୟ ତୁଲାଇବେ।
ଅନ୍ୟପଟେ, ମନ୍ତ୍ରୀ ଅଶୋକ ପଣ୍ଡାଙ୍କୁ ଅନୁଗୋଳ, ରୋହିତ ପୂଜାରୀଙ୍କୁ ବଲାଙ୍ଗିର, ରାଜେନ୍ଦ୍ର ଢୋଲକିଆଙ୍କୁ ଦେବଗଡ଼ଳ ବାସନ୍ତି ହେମ୍ବ୍ରମଙ୍କୁ ଢେଙ୍କାନାଳ, ଜଗନ୍ନାଥ ସାରକାଙ୍କୁ ଗଜପତି, ପ୍ରଫୁଲ ମଲ୍ଲିକଙ୍କୁ ଗଞ୍ଜାମ, ପ୍ରମିଳା ମଲ୍ଲିକଙ୍କୁ ଜଗତସିଂହପୁର, ସମୀର ଦାଶଙ୍କୁ ଯାଜପୁର ଜିଲା ଦାୟିତ୍ୱ ମିଳିଛି। ସେହିପରି ପ୍ରିତୀରଞ୍ଜନ ଘଡେଇଙ୍କୁ ଝାରସୁଗୁଡା, ନବ କିଶୋର ଦାସଙ୍କୁ କଳାହାଣ୍ଡି, ଶ୍ରୀକାନ୍ତ ସାହଙ୍କୁ କନ୍ଧମାଳ, ରଣେନ୍ଦ୍ର ପ୍ରତାପ ସ୍ବାଇଁଙ୍କୁ କେନ୍ଦ୍ରାପଡା, ତୁଷାରକାନ୍ତି ବେହେରାଙ୍କୁ ମାଲକାନିଗିରି, ଅଶ୍ୱୀନି ପାତ୍ରଙ୍କୁ ମୟୂରଭଞ୍ଜ, ଟୁକୁନି ସାହୁଙ୍କୁ ନୂଆପଡ଼ା, ନିରଞ୍ଜନ ପୂଜାରୀଙ୍କୁ ପୁରୀ, ଅତନୁ ସବ୍ୟସାଚୀ ନାୟକଙ୍କୁ ରାୟଗଡ଼ା, ପ୍ରତାପ କେଶରୀ ଦେଙ୍କୁ ସମ୍ବଲପୁର ଓ ପ୍ରଦୀପ ଅମାତଙ୍କୁ ସୋନପୁର ଜିଲାର ଯୋଜନା କମିଟି ଅଧ୍ୟକ୍ଷ ଭାବେ ନିଯୁକ୍ତି ମିଳିଛି।

Share