କନ୍ଧମାଳ ମହୋତ୍ସବକୁ ନେଇ ଦ୍ୱନ୍ଦ୍ୱରେ ଜିଲାବାସୀ

ଫୁଲବାଣୀ, ୧୩ା୮(ରାକେଶ କୁମାର ରାଉତ)କନ୍ଧମାଳ ମହୋତ୍ସବ ନାଁକୁ ନେଇ ଏବେ ଜିଲାରେ ଜୋରଦାର ଚର୍ଚ୍ଚା ା ଜିଲା ଉତ୍ସବ ଭାବେ ପରିଚିତ କନ୍ଧମାଳ ମହୋତ୍ସବ ନାଁରେ ଏବେ ଆଉ ଗୋଟିଏ ସଙ୍ଗଠନ ଏହି ଉତ୍ସବ କରିବାକୁ ଯାଉଛି ା ୧୩ ତାରିଖରୁ କନ୍ଧମାଳ ମହୋତ୍ସବ ହେବାକୁ ଯାଉଛି ବୋଲି କାର୍ଡ ଛପାଯାଇ ଅତିଥି ଏବଂ ଜିଲାର କେତେଜଣ ମାନ୍ୟଗଣ୍ୟ ବ୍ୟକ୍ତିଙ୍କୁ ବଣ୍ଟାଯାଉଛି ା ହେଲେ ଜିଲାବାସୀ ଏହି ଉତ୍ସବକୁ ନେଇ ଏବେ ଦ୍ୱନ୍ଦ୍ୱରେ ପଡିଛନ୍ତି। କାରଣ ଜିଲା ଉତ୍ସବ ନାଁକୁ ଅନ୍ୟ ଏକ ସଂଗଠନ ବ୍ୟବହାର କରୁଛି। ଏଥିରେ କ’ଣ ଉଦ୍ଦେଶ୍ୟ ରହିଛି ତାହାକୁ ନେଇ ଜିଲାରେ ଆଲୋଚନା ଜୋର ଧରିଛି ା ଜିଲା ପ୍ରଶାସନ କାହିଁକି ଏଥିରେ ହସ୍ତକ୍ଷେପ କରୁନାହିଁ ତାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି।
ସାର୍ବଜୀନନ ଭାବେ ଶୀତ ଋତୁରେ ଜିଲା ପ୍ରଶାସନ ପକ୍ଷରୁ କନ୍ଧମାଳ ମହୋତ୍ସବ ଅନୁଷ୍ଠିତ ହୋଇଆସୁଛି ା ଗତ ଜାନୁୟାରୀ ୨୫ରେ କନ୍ଧମାଳ ଷ୍ଟାଡିୟମରେ କନ୍ଧମାଳ ମହୋତ୍ସବ ଓ ପଲ୍ଲିଶ୍ରୀ ମେଳା ଅନୁଷ୍ଠିତ ହୋଇଥିଲା ା ଜିଲା ପ୍ରଶାସନ ଏହାକୁ ଆୟୋଜନ କରିଥିଲା। ଏବେ ଅନନ୍ୟା ନାମକ ଏକ ଅନୁଷ୍ଠାନ କନ୍ଧମାଳ ମହୋତ୍ସବ କରିବାକୁ ଯାଉଛି। ଫୁଲବାଣୀ ବିଜୁ କଲ୍ୟାଣ ମଣ୍ଡପରେ ଏହା ଅନୁଷ୍ଠିତ ହେବ ା ଏକ ଛୋଟ ସ୍ଥାନରେ ଜିଲା ଉତ୍ସବ ନାମ ନେଇ ଏହି କାର୍ଯ୍ୟକ୍ରମ କରିବା ପଛରେ ଯେ ରାଜନୈତିକ ଉଦ୍ଦେଶ୍ୟ ରହିଛି ତାହା ସ୍ପଷ୍ଟ ଜଣାପଡିଛି ା ଏହି ଉତ୍ସବ ୧୫ ତାରିଖ ପର୍ଯ୍ୟନ୍ତ ଚାଲିବ ା ଆଜାଦୀ କି ଅମୃତ ମହୋତ୍ସବ ଅବସରରେ ଏହି କାର୍ଯ୍ୟକ୍ରମ କରାଯାଉଥିବା ଆୟୋଜକ ଅନନ୍ୟା ପକ୍ଷରୁ କାର୍ଡ ବଣ୍ଟନ କରାଯାଉଛି ା କନ୍ଧମାଳ ମହୋତ୍ସବ ପ୍ରକୃତରେ କାହାର ତାହାକୁ ଜିଲା ପ୍ରଶାସନ ସ୍ପଷ୍ଟ କରିବାକୁ ସାଧାରଣରେ ଦାବି ହେଉଛି ା ଏ ନେଇ ଜିଲାପାଳ ଆଶିଷ ଈଶ୍ୱର ପାଟିଲଙ୍କୁ ପଚାରିବାରେ ମୁଁ ଏ ବିଷୟରେ କଥା ହେଉଛି ବୋଲି କହଛନ୍ତି। ସେହିପରି ଅନନ୍ୟାର ପ୍ରତିଷ୍ଠାତା ତଥା କାର୍ଯ୍ୟକାରୀ ସମ୍ପାଦକ ସୁକାନ୍ତ କୁମାର ପାଣିଗ୍ରାହୀ କହିଛନ୍ତି, ଆଜାଦୀ କା ଅମୃତ ମହୋତ୍ସବ ପାଇଁ ଏହି କାର୍ଯ୍ୟକ୍ରମ ହେଉଛି ା ଅନ୍ୟ ଜିଲାରେ ମଧ୍ୟ ଜିଲା ଉତ୍ସବ ନାଁରେ ଏହି କାର୍ଯ୍ୟକ୍ରମ ହେଉଛି ା ସରକାରଙ୍କୁ ଆମେ କାର୍ଯ୍ୟକ୍ରମ ନାଁ ଦେଇଥିଲୁ ା ସେହି ଅନୁସାରେ ହେଉଛି ବୋଲି କହିଛନ୍ତି। ଏ ସଂକ୍ରାନ୍ତରେ ଜିଲା ପ୍ରଶାସନ ପକ୍ଷରୁ ଜିଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଏକ ପ୍ରେସ ବିବୃତିରେ ଜଣାଇଛନ୍ତି ଯେ, ଗୋଟିଏ ଏନଜିଓ କନ୍ଧମାଳ ଜିଲାରେ ଆଜାଦୀ କା ଅମୃତ ମହୋତ୍ସବ, କନ୍ଧମାଳ ମହୋତ୍ସବ ନାଁରେ ପାଳନ କରିବାକୁ ଯାଉଛି ା ଏଥିରେ ଜିଲା ପ୍ରଶାସନର କୌଣସି ସମ୍ପୃକ୍ତି ନାହିଁ ା ଜିଲା ପ୍ରଶାସନ ପକ୍ଷରୁ ୨୦୨୩ କନ୍ଧମାଳ ମହୋତ୍ସବ ପୂର୍ବରୁ ପାଳନ ହୋଇସାରିଛି ା