ଭିଜିଲାନ୍ସ ଜାଲରେ ଜିଲା ଗ୍ରାମ୍ୟ ଉନ୍ନୟନ ବିଭାଗ ନିର୍ବାହୀଯନ୍ତ୍ରୀ

ମାଲକାନଗିରି, ୨୬ା୩ (ଡି.ଏନ.ଏ.): ମାଲକାନଗିରି ଜିଲା ଗ୍ରାମ୍ୟ ନିର୍ମାଣ ବିଭାଜନ-୧ର ନିର୍ବାହୀଯନ୍ତ୍ରୀ ଆଶିଷ କୁମାର ଦାସ ଭିଜିଲାନ୍ସ ଜାଲରେ ପଡିଛନ୍ତି। ସେ ଶୁକ୍ରବାର ଡିସିବି ବ୍ୟାଙ୍କରେ ୧୦ ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କା ଜମା କରିବାକୁ ଯାଇଥିବା ବେଳେ ଦୁର୍ନୀତି ନିବାରଣ ବିଭାଗ ଅଧିକାରୀମାନେ ଚଢାଉ କରି ତାଙ୍କୁ ଧରିଥିଲେ । ତାଙ୍କ ବାସଭବନ ଓ କାର୍ଯ୍ୟାଳୟ ଉପରେ ମଧ୍ୟ ଚଢାଉ କରାଯାଇଛି। ମାର୍ଚ୍ଚ ମାସରେ କେତେକ ଠିକାଦାରଙ୍କୁ ବିଲ୍‌ କରିଦେବାକୁ କହି ଦାସ ଏହି ଅର୍ଥ ପିସି ଆକାରରେ ନେଇଥିବା ଅଭିଯୋଗ ହୋଇଥିଲା। ଏହାକୁ ଭିତ୍ତିକରି ମାଲକାନଗିରି, ନବରଙ୍ଗପୁର ଓ ଜୟପୁରର ଭିଜିଲାନ୍ସ ଟିମ୍‌ ମିଳିତ ଭାବେ ଚଢାଉ କରିଛନ୍ତି। ତାଙ୍କଠାରୁ ୧୦ ଲକ୍ଷ ୨୩ ହଜାର ୯୭୦ ଟଙ୍କା ଜବତ ହୋଇଛି। ଭିଜିଲାନ୍ସ ଡିଏସ୍‌ପିଙ୍କ କାର୍ଯ୍ୟାଳୟକୁ ନେଇ ତାଙ୍କୁ ଅଧିକ ପଚରାଉଚରା କରାଯାଉଛି।

Share