ଆଳୁ ବିହନ ଯୋଗାଣରେ ଅବ୍ୟବସ୍ଥା

ଜଳେଶ୍ୱର, ୧୧ା୧(ରବିନାରାୟଣ ପାତ୍ର)ରାଜ୍ୟରେ ଆଳୁ ଚାହିଦା ମେଣ୍ଟାଇବା ଲାଗି ୧୦ବର୍ଷ ପୂର୍ବେ ଗଠନ ହୋଇଥିବା ଆଳୁ ମିଶନ ବାଲେଶ୍ୱର ଜିଲାରେ ଫେଲ୍‌ ମାରିଛି। ଚଳିତବର୍ଷ ବାଲେଶ୍ୱର ଜିଲାରେ ୧୬୬୦ ହେକ୍ଟର ଜମିରେ ଆଳୁଚାଷ ଲାଗି ଲକ୍ଷ୍ୟ ରହିଥିଲା। ବିହନ ଅଭାବରୁ ଜଳେଶ୍ୱର, ବସ୍ତାରେ ମାତ୍ର ୪୦ ହେକ୍ଟର ଜମିରେ ଚାଷ ପାଇଁ ବିହନ ବଣ୍ଟାସରିଛି। ଅମଳ ପରେ ସଂରକ୍ଷଣ ବ୍ୟବସ୍ଥା ନ ଥିବାରୁ ଅଭାବୀ ବିକ୍ରିର ସମ୍ମୁଖୀନ ହେବା ଆଶଙ୍କା ଥିବାରୁ ଚାଷୀମାନେ ଆଳୁ ଚାଷରୁ ମୁହଁ ମୋଡୁଛନ୍ତି। ଅଧିକ ପ୍ରୋତ୍ସାହନ ସହିତ ନିର୍ଦ୍ଦିଷ୍ଟ ସମୟରେ ଆଳୁ ବିହନ ଯୋଗାଣ ଓ ଅମଳ ପରେ ସଂରକ୍ଷଣ ଲାଗି ଶୀତଳଭଣ୍ଡାର ସୁବିଧା କରାଗଲେ ଆଳୁ ମିଶନ କାର୍ଯ୍ୟକ୍ଷମ ହୋଇପାରନ୍ତା ବୋଲି ଚାଷୀମାନେ କହିଛନ୍ତି।
ଆଳୁ ସାଧାରଣତଃ ପଶ୍ଚିମବଙ୍ଗ, ଆନ୍ଧ୍ରପ୍ରଦେଶ ଓ ମହାରାଷ୍ଟ୍ରରୁ ଆମଦାନୀ ହୋଇଥାଏ। କେତେକ ସମୟରେ ଉପରୋକ୍ତ ରାଜ୍ୟରୁ ଆଳୁ ଆସିବାରେ କଟକଣା ଦେଖାଦେଲେ ଲୋକେ କିଲୋ ପ୍ରତି ୮୦ଟଙ୍କାରୁ ଊର୍ଦ୍ଧ୍ୱ ମୂଲ୍ୟରେ କିଣିବାକୁ ବାଧ୍ୟ ହୋଇଥାନ୍ତି। ଏହାର ପ୍ରତିକାର ଲାଗି ୧୦ବର୍ଷ ପୂର୍ବେ ଆଳୁ ମିଶନ ଗଠିତ ହୋଇ ରାଜ୍ୟର କେତେକ ସ୍ଥାନରେ ଆଳୁ ଚାଷ କରିବା ଲାଗି ପ୍ରୋତ୍ସାହନ ବ୍ୟବସ୍ଥା ହୋଇଥିଲା। ଆଳୁ ମିଶନ ଅନୁଯାୟୀ ଶୀତଳଭଣ୍ଡାର ଲାଗି ସରକାର ୧୦ କୋଟି ଟଙ୍କା ଯୋଗାଇ ୫୦ପ୍ରତିଶତ ରିହାତି ବ୍ୟବସ୍ଥା ରଖିଥିଲେ ମଧ୍ୟ ବ୍ୟାଙ୍କର ବିଭିନ୍ନ କଟକଣା ଯୋଗୁ ଗାଁ ଗହଳିର ଚାଷୀ ଏପରି ସୁବିଧାକୁ ବିନିଯୋଗ କରିପାରୁନାହାନ୍ତି। ଅନ୍ୟପକ୍ଷରେ ଆଳୁ ବିହନ ପଞ୍ଜାବର ପୋଖରାଜରୁ ଅଣାଯାଇ ଚାଷୀଙ୍କୁ ଦେବାର ବ୍ୟବସ୍ଥା ରହିଛି। ହେଲେ ନିର୍ଦ୍ଦିଷ୍ଟ ସମୟରେ ସରକାରୀ ଆଳୁ ବିହନ ଚାଷୀଙ୍କ ନିକଟରେ ପହଞ୍ଚିପାରୁନାହିଁ। ବରଂ ଚାଷୀମାନେ ସ୍ଥାନୀୟ ବ୍ୟବସାୟୀଙ୍କଠାରୁ ଆଳୁ ବିହନ କିଣି ଚାଷ କରିବାକୁ ବାଧ୍ୟ ହେଉଛନ୍ତି।
ଚଳିତବର୍ଷ ବାଲେଶ୍ୱର ଜିଲାରେ ୧୬୬୦ ହେକ୍ଟର ଜମିରେ ଆଳୁଚାଷ ହେବା ଲାଗି ଲକ୍ଷ୍ୟଧାର୍ଯ୍ୟ ହୋଇଛି ା ସେଥିରୁ ଜଳେଶ୍ୱର କୃଷି ଜିଲା ଅଧୀନ ଜଳେଶ୍ୱରରେ ୨୬୦, ବାଲିଆପାଳରେ ୨୬୦ ଓ ଭୋଗରାଇରେ ୫୦ ହେକ୍ଟର ଜମିରେ ଆଳୁଚାଷ ହେବା ଲାଗି ଲକ୍ଷ୍ୟଧାର୍ଯ୍ୟ ହୋଇଛି। ଯୋଗାଣ ହୋଇଥିବା ଆଳୁ ବିହନକୁ ଲକ୍ଷ୍ୟ କରି କେବଳ ବସ୍ତା ଓ ଜଳେଶ୍ୱର ବ୍ଲକରେ ୪୦ ହେକ୍ଟର ଜମିରେ ଚାଷ ଲାଗି ବ୍ୟବସ୍ଥା ହୋଇଛି। ଜଳେଶ୍ୱରରେ ଗତବର୍ଷ ୧୬.୬୭ ହେକ୍ଟର ଜମିରେ ଆଳୁଚାଷ ହୋଇଥିବା ବେଳେ ଚଳିତବର୍ଷ ମାତ୍ର ୧୦ହେକ୍ଟର ଜମିରେ ଚାଷ ହେବା ଲାଗି ୩୦୦ ବ୍ୟାଗ୍‌ ୧୫ କୁଇଣ୍ଟାଲ ବିହନ ଆସିଥିବା ସ୍ଥାନୀୟ ଉଦ୍ୟାନବିତ୍‌ ସୌମ୍ୟା ରଥ କହିଛନ୍ତି ା ଜଳେଶ୍ୱରର ଚାଲନ୍ତି, ଏକତାଳି ଓ ଗଡସାହି ବାଲିଆପାଳର ୧୦୦ଜଣ ଚାଷୀଙ୍କୁ ଏଭଳି ଆଳୁ ବିହନ ବଣ୍ଟାଯାଇଛି। ବିହନର ମାନ ଠିକ୍‌ ରହୁ ନ ଥିବାରୁ ଚାଷୀମାନେ
ଆଳୁ ବିହନ ଯୋଗାଣରେ …
ପଶ୍ଚିମବଙ୍ଗ ବ୍ୟବସାୟୀଙ୍କ ଉପରେ ନିର୍ଭର କରୁଛନ୍ତି। ଏ ସମ୍ପର୍କରେ ବାଲେଶ୍ୱର ଜିଲା ଉଦ୍ୟାନ ବିଭାଗର ଉପନିର୍ଦ୍ଦେଶକ ତପନ କୁମାର ମହାନ୍ତି କହିଛନ୍ତି, ମାତ୍ର ୬୦୦ ବ୍ୟାଗ୍‌ ଆଳୁ ବିହନ ମିଳିଥିବାରୁ ବସ୍ତା ଓ ଜଳେଶ୍ୱର ଅଞ୍ଚଳକୁ ୭୫ ଭାଗ ରିହାତିରେ ଯୋଗାଇ ଦିଆଯାଇଛି। ହେକ୍ଟରକୁ ୭ହଜାର ଟଙ୍କା ରିହାତି ଦେବା ବ୍ୟବସ୍ଥା ଥିବାରୁ ପରେ ଚାଷୀଙ୍କୁ ଯୋଗାଇ ଦିଆଯିବ। କିନ୍ତୁ ଶୀତଳଭଣ୍ଡାର ନ ଥିବାରୁ ଚାଷୀ ଅଭାବୀ ବିକ୍ରିର ସମ୍ମୁଖୀନ ହୋଇ କିଲୋ ପ୍ରତି ୫ ଟଙ୍କାରେ ବିକ୍ରି କରୁଥିବା ସେ ସ୍ବୀକାର କରିଛନ୍ତି। ବାଲେଶ୍ୱର ଜିଲାର ବିଭିନ୍ନ ବ୍ଲକ ଅଞ୍ଚଳରେ ଊଣାଅଧିକେ ଆଳୁଚାଷ ହେଉଥିବାରୁ ସେ ଅଞ୍ଚଳର ଚାଷୀଙ୍କୁ ନିର୍ଦ୍ଦିଷ୍ଟ ସମୟରେ ବିହନ, ସରକାରୀ ସୁବିଧା ଯୋଗାଇ ଅମଳ ପରେ ସଂରକ୍ଷଣର ବ୍ୟବସ୍ଥା ଓ ମିଶନର ନୀତିନିୟମର ସରଳୀକରଣ କରାଗଲେ ଆଳୁ ମିଶନ ସଫଳ ହୋଇପାରନ୍ତା ବୋଲି ବହୁ ଚାଷୀ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଭରତପୁର ଥାନା ଘଟଣା: ଉଦ୍‌ବେଗ ପ୍ରକାଶ କଲେ ରାହୁଲ ଗାନ୍ଧି

ଭୁବନେଶ୍ୱର,୨୦ା୯: ଭରତପୁର ଥାନାରେ ମେଜର ଏବଂ ତାଙ୍କ ବାନ୍ଧବୀଙ୍କ ପୋଲିସର ଅତ୍ୟାଚାର ଏବଂ ଯୌନ ନିର୍ଯାତନା ଅଭିଯୋଗ ମାମଲା ଓଡ଼ିଶାକୁ ସାରା ଦେଶରେ ଲଜ୍ଜିତ କରିଛି।...

ବୋନସ ଦାବି ତେଜିଲା…

ରାଉରକେଲା,୨୦।୯(ସଙ୍ଗୀତା ଜେନା): କେନ୍ଦ୍ରୀୟ ଟ୍ରେଡ୍‌ ୟୁନିୟନ ସିଟୁ ସମର୍ଥିତ ଷ୍ଟିଲ୍‌ ଏମ୍ପ୍ଲୟିଜ୍‌ ଟ୍ରେଡ୍‌ ୟୁନିୟନ ତଥା ରାଉରକେଲା କଣ୍ଟ୍ରାକ୍ଟର ୱାର୍କର୍ସ ୟୁନିୟନ ପକ୍ଷରୁ ଶୁକ୍ରବାର ପାୱାରଗେଟ୍‌...

ନିଆରା ଅନ୍ଦାଜରେ ମୁଖ୍ୟମନ୍ତ୍ରୀ: କ୍ରୀଡାବିତଙ୍କୁ କଲେ ଉତ୍ସାହିତ

କେନ୍ଦୁଝର ,୨୦ା୯(ନରେଶ ଚନ୍ଦ୍ର ପଟ୍ଟନାୟକ): ଜିଲା କରଞ୍ଜିଆପଡା ଖେଳପଡିଆରେ ଆୟୋଜିତ ୧୮ ତମ ନକ ଆଉଟ୍ ଫୁଟବଲ ପ୍ରତିଯୋଗିତାରେ ସାମିଲ ହୋଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ...

ଦିବ୍ରୁଗଡ଼ ଚେକ୍‌ପୋଷ୍ଟ ସିଲ୍‌ କଲେ ପଶ୍ଚିମବଙ୍ଗ ସରକାର: ରାସ୍ତାରେ ଅଟକିଛି ହଜାର ହଜାର ଟ୍ରକ୍‌

ରାଞ୍ଚି,୨୦ା୯: ପଶ୍ଚିମବଙ୍ଗ ସରକାର ଦିବ୍ରୁଗଡ଼ ଚେକ୍‌ପୋଷ୍ଟ ସିଲ୍‌ କରିଦେଇଥିବାରୁ ଝାଡ଼ଖଣ୍ଡରୁ ଯାଉଥିବା ହଜାର ହଜାର ଭାରୀଯାନ ୧୯ ନମ୍ବର ଜାତୀୟ ରାଜପଥରେ ଅଟକି ରହିଛି। ଆନ୍ତଃରାଜ୍ୟ...

ଝାଡ଼ାବାନ୍ତିରେ ୩ ମୃତ, ୩୦ରୁ ଊର୍ଦ୍ଧ୍ୱ ହସ୍ପିଟାଲରେ ଭର୍ତ୍ତି 

ବାରିପଦା,୨୦ା୯(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲା ବଡ଼ସାହି ଥାନା ଅଧୀନ ଗୁଡ଼ିଆଲବନ୍ଧ ପଞ୍ଚାୟତ ଆଲବନ୍ଧ ଗ୍ରାମ ବାଥୁଡ଼ିସାହିରେ ଝାଡ଼ାବାନ୍ତି ଜନିତ ରୋଗରେ ୩ ଜଣଙ୍କର ମୃତ୍ୟୁ...

ବଂଶଧାରା ନଦୀରେ ମିଶିଲା କାରଖାନାର ବିଷାକ୍ତ ରାସାୟନିକ ପାଣି: ଜଳ ଯୋଗାଣ ବନ୍ଦ ଲୋକେ ହନ୍ତସନ୍ତ

କାଶୀନଗର,୨୦ା୯(ଟି. କ୍ରିଷ୍ଣା ରାଓ): ଗଜପତି ଜିଲା କାଶୀନଗର ଦେଇ ପ୍ରବାହିତ ବଂଶଧାରା ନଦୀ ପାଣିରେ ବେଦାନ୍ତ କାରଖାନାର କାଷ୍ଟିକ ପୋଖରୀ ହୁଡା ଭାଙ୍ଗି କ୍ଷୟକାରୀ ବିଷାକ୍ତ...

ଭରତପୁର ଥାନା ଘଟଣା: ଓଡ଼ିଶା ସରକାରଙ୍କୁ କଡ଼ା ସମାଲୋଚନା କଲେ ପ୍ରିୟଙ୍କା ଗାନ୍ଧି

ଭୁବନେଶ୍ୱର,୧୯।୯: ଭରତପୁର ଥାନା ଘଟଣାକୁ ନେଇ ଓଡ଼ିଶା ସରକାରଙ୍କୁ କଡ଼ା ଭାଷାରେ ସମାଲୋଚନା କରିଛନ୍ତି କଂଗ୍ରେସ ନେତ୍ରୀ ପ୍ରିୟଙ୍କା ଗାନ୍ଧୀ। ଏକ୍ସରେ ଏକ ପୋଷ୍ଟ କରି...

ସିଏମ୍‌ କିଷାନ ଯୋଜନାରେ ନୂତନ ହିତାଧିକାରୀମାନେ ଏହି ତାରିଖ ଯାଏ କରିପାରିବେ ଆବେଦନ

ଭୁବନେଶ୍ୱର,୧୯।୯: ସିଏମ୍‌ କିଷାନ ଯୋଜନାରେ ନୂତନ ହିତାଧିକାରୀମାନେ ନଭେମ୍ବର ମାସ ୮ ତାରିଖ ପର୍ଯ୍ୟନ୍ତ ପଞ୍ଜିକରଣ କରିପାରିବେ। ଚାଷୀମାନେ cmkissan.odisha.gov.in ମାଧ୍ୟମରେ ପଞ୍ଜିକରଣ କରିପାରିବେ। ଏହି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri