ଗାଜାକୁ ଦୁଇ ଭାଗ କରିି ଦେଇଛୁ: ଦାବି କଲା ଆଇଡିଏଫ…

ଜେରୁଜେଲମ,୬।୧୧: ଇସ୍ରାଏଲ ଏବଂ ହମାସ ମଧ୍ୟରେ ଯୁଦ୍ଧ ଜାରି ରହିଛି। ଯେଉଁଥିରେ ହଜାର ହଜାର ଲୋକଙ୍କ ମୃତ୍ୟୁ ଘଟିଛି। ଏବେ ଇସ୍ରାଏଲ ସେନା ଏକ ବଡ ଦାବି କରିଛି। ଇସ୍ରାଏଲ ସେନା କହିଛି ସେମାନେ ାଜା ଅଞ୍ଚଳକୁ ଦୁଇ ଭାଗରେ ବିଭକ୍ତ କରିଛନ୍ତି। ଆଇଡିଏଫ ମୁଖପାତ୍ର ଡାନିଏଲ ହାଗରୀ କହିଛନ୍ତି ଇସ୍ରାଏଲ ସୈନ୍ୟବାହିନୀ ଗାଜା ସହରକୁ ଘେରି ରହିଛନ୍ତି। ବର୍ତ୍ତମାନ ଗାଜାକୁ ଦୁଇ ଭାଗରେ ବିଭକ୍ତ କରାଯାଇଛି ଦକ୍ଷିଣ ଗାଜା ଏବଂ ଉତ୍ତର ଗାଜା ।

ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ, ସେନା ମୁଖ୍ୟ ହାଲେଭି ଉତ୍ତର ପ୍ରଦେଶ କମାଣ୍ଡରେ ଏକ ବୈଠକ କରିଥିଲେ। ଏହି ସମୟରେ ସେ କହିଛନ୍ତି ଆଇଡିଏଫ ଯେକୌଣସି ମୁହୂର୍ତ୍ତରେ ଉତ୍ତର ଗାଜା ଉପରେ ଆକ୍ରମଣ କରିପାରେ।

ଇସ୍ରାଏଲ ସେନା ମୁଖ୍ୟ ଲେଫ୍ଟନାଣ୍ଟ ଜେନେରାଲ ହରଜି ହାଲେଭି ଗାଜା ପରିଦର୍ଶନ କରିଥିଲେ। ଇସ୍ରାଏଲ ସେନା ଦ୍ୱାରା ଗାଜା ଅବରୋଧ ପରେ ଇସ୍ରାଏଲ ସେନା ମୁଖ୍ୟ ପହଞ୍ଚିଥିଲେ। ଇସ୍ରାଏଲର ପ୍ରତିରକ୍ଷା ମନ୍ତ୍ରୀ କହିଛନ୍ତି ଆମର ସେନା ବିଜୟ ପାଇଁ କଠିନ ପରିଶ୍ରମ କରୁଛି। ଏହା ବ୍ୟତୀତ ଆମେରିକାର ସ୍ବତନ୍ତ୍ର ଦୂତ ଡେଭିଡ ସଟରଫିଲ୍ଡ କହିଛନ୍ତି ଇସ୍ରାଏଲ ଗାଜାକୁ ଆତଙ୍କବାଦୀ ସଂଗଠନ ହମାସର ଗଡ଼ ବୋଲି ବର୍ଣ୍ଣନା କରିଛି । ଏଠାରେ ପ୍ରାୟ ସାଢ଼େ ତିନିରୁ ଚାରି ଲକ୍ଷ ଲୋକ ବାସ କରୁଛନ୍ତି।

Share