Categories: ଜାତୀୟ

ମଣିପୁରକୁ ୩ କେନ୍ଦ୍ରଶାସିତ ଅଞ୍ଚଳରେ ବିଭକ୍ତ କଲେ ହିଂସା ବନ୍ଦ ହେବ: ଭାଜପା ବିଧାୟକ…

ଇମ୍ଫାଲ,୩୦।୭ : କୁକି ନେତା ତଥା ଭାଜପା ବିଧାୟକ ପାଉଲେନଲାଲ ହାକିପ କହିଛନ୍ତି ମଣିପୁରରେ ଶାନ୍ତି ପ୍ରତିଷ୍ଠା ପାଇଁ ରାଜ୍ୟକୁ ତିନୋଟି କେନ୍ଦ୍ରଶାସିତ ଅଞ୍ଚଳରେରେ ବିଭକ୍ତ କରାଯିବା ଉଚିତ। ଦେଇଥିବା ଏକ ସାକ୍ଷାତକାରରେ ହାକିପ ମଣିପୁରର ଜାତିଗତ ବିଚ୍ଛିନ୍ନତାକୁ ରାଜନୈତିକ ଏବଂ ପ୍ରଶାସନିକ ସ୍ବୀକୃତି ପ୍ରଦାନ କରିବାକୁ ସେ ପରାମର୍ଶ ଦେଇଛନ୍ତି।

କୁକି ସମ୍ପ୍ରଦାୟର ନେତାମାନେ କୁକି ଜନଜାତିର ଲୋକଙ୍କ ପାଇଁ ଅଲଗା ପ୍ରଶାସନ ଦାବି କରିସାରିଛନ୍ତି। ଭାଜପା ବିଧାୟକଙ୍କ ଏହି ଦାବି ମଧ୍ୟ କୁକି ନେତାଙ୍କ ଦ୍ୱାରା ପୃଥକ ରାଜ୍ୟ ଦାବିର ଏକ ସମର୍ଥନ।
ମଣିପୁରର ବିଭାଜନ ପାଇଁ ଦାବିକୁ ବିରୋଧ କରି ମଣିପୁର ମୁଖ୍ୟମନ୍ତ୍ରୀ ଏନ ବିରେନ ସିଂ ଏବଂ କୋକୋମି (ମଣିପୁର ଅଖଣ୍ଡତା ଉପରେ ସମନ୍ବୟ କମିଟି) ରାଜନୈତିକ ବିଶେଷଜ୍ଞଙ୍କ ଅନୁଯାୟୀ, କେନ୍ଦ୍ର ସରକାର ମଧ୍ୟ ରାଜ୍ୟର ବିଭାଜନକୁ ସମର୍ଥନ କରୁନାହାଁନ୍ତି।

ହାକିପଙ୍କ ପରାମର୍ଶକୁ ନେଇ ସମାଲୋଚକମାନେ କହିଛନ୍ତି ଏହି ପ୍ରସ୍ତାବ ରାଜ୍ୟରେ କୁକି, ମେତେଇ ଏବଂ ନାଗା ଜନଜାତିଙ୍କ ପାଇଁ ପୃଥକ ପୃଥକ ଅଞ୍ଚଳ ସୃଷ୍ଟି କରିବ। କିନ୍ତୁ ମିଶ୍ରିତ ଜନସଂଖ୍ୟା ଥିବା ସ୍ଥାନଗୁଡିକରେ ସମସ୍ୟା ସୃଷ୍ଟି କରିବ।

ଭାଜପା ବିଧାୟକ କହିଛନ୍ତି ଚଳିତ ବର୍ଷ ମଣିପୁର ସରକାର ଜଙ୍ଗଲ ଅଧିନିୟମ ଅନୁଯାୟୀ ଜଙ୍ଗଲର ସୁରକ୍ଷା ନାଁରେ ଅନେକ କୁକି ଗ୍ରାମ ଉପରେ ବୁଲଡୋଜର ଚଳାଇଥିଲେ। ପରିସିମନ ରିପୋର୍ଟ ଉପରେ ପ୍ରତିବନ୍ଧକ ଲଗାଯାଇ ଥିବାରୁ କୁକି ସମ୍ପ୍ରଦାୟରେ ମଧ୍ୟ ଅସନ୍ତୋଷ ରହିଛି। କୁକି ନେତାମାନେ ବିଶ୍ୱାସ କରନ୍ତି ସେମାନଙ୍କ ସମ୍ପ୍ରଦାୟର ଜନସଂଖ୍ୟାକୁ ବିଚାରକୁ ନେଲେ ପରିସିମନ ପରେ ସେମାନଙ୍କର ସିଟ ସଂଖ୍ୟା ବଢ଼ିପାରେ।

ମେତେଇ ସଂଗଠନ ମଧ୍ୟ କୁକି ସମ୍ପ୍ରଦାୟ ବିରୋଧରେ ମ୍ୟାନମାରରୁ ଡ୍ରଗ ଚୋରା ଚାଲାଣ ଏବଂ ଭାରତରେ ଅନୁପ୍ରବେଶ କରାଯାଉଥିବା ଅଭିଯୋଗ କରିଛି। ତେବେ କୁକି ସମ୍ପ୍ରଦାୟ ଏହି ଅଭିଯୋଗକୁ ଖଣ୍ଡନ କରିଛି। କୁକି ବିଧାୟକ ହାକିପ କହିଛନ୍ତି କୁକି ସମ୍ପ୍ରଦାୟ ବ୍ରିଟିଶମାନଙ୍କ ସହ ମଧ୍ୟ ଯୁଦ୍ଧ କରିଥିଲେ ଏବଂ କୁକି ସମ୍ପ୍ରଦାୟର ଲୋକମାନେ ସୁଭାଷ ଚନ୍ଦ୍ର ବୋଷଙ୍କ ଆଜାଦ ହିନ୍ଦ ଫୌଜରେ ସାମିଲ ହୋଇ ଥିଲେ।

Share