ମିସ୍‌ ଡିଭା ୟୁନିଭର୍ସ ଦିବିତା ରାୟ

ନୂଆଦିଲ୍ଳୀ,୨୯।୮: ଚଳିତବର୍ଷର ମିସ୍‌ ଡିଭା ୟୁନିଭର୍ସ ପ୍ରତିଯୋଗିତାରେ କର୍ନାଟକର ଦିବିତା ରାୟ ବିଜୟିନୀ ହୋଇଛନ୍ତି। ୧୦ମ ଡିଭା ୟୁନିଭର୍ସ ପ୍ରତିଯୋଗିତାରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ ଗତବର୍ଷର ମିସ୍‌ ୟୁନିଭର୍ସ ହରନାଜ ସନ୍ଧୁ। ହରନାଜ ଦିବିତାଙ୍କୁ ବିଜୟ ମୁକୁଟ ପିନ୍ଧାଇଥିଲେ। କର୍ନାଟକରେ ଜନ୍ମଗ୍ରହଣ କରିଥିବା ଦିବିତା ଜଣେ ସିଭିଲ୍‌ ଇଞ୍ଜିନିୟର। ମଡେଲିଂ ବ୍ୟତୀତ ଚିତ୍ରାଙ୍କନ, ବାସ୍କେଟବଲ, ବ୍ୟାଡମିଣ୍ଟନ ଆଦି ଖେଳରେ ତାଙ୍କ ରୁଚି ରହିଛି। ଦିବିତା ଆଗାମୀ ଦିନରେ ମିସ୍‌ ୟୁନିଭର୍ସ ପ୍ରତିଯୋଗିତାରେ ଭାଗ ନେବା ପାଇଁ ନିଜକୁ ପ୍ରସ୍ତୁତ କରୁଛନ୍ତି। ପ୍ରତିଯୋଗିତା ଜିତିବା ପରେ ସେ ଖୁବ୍‌ ଉତ୍ସାହିତ ଥିବା କହିଛନ୍ତି।

Share