Advertisement

ସିନ୍ଦୂର ପିନ୍ଧିବାକୁ ମନାକରିବାରୁ ଛାଡ଼ପତ୍ର

ଗୁଆହାଟୀ,୧।୭: ଜଣେ ବିବାହିତା ହିନ୍ଦୁ ମହିଳା ଶଙ୍ଖା ଓ ସିନ୍ଦୂର ପିନ୍ଧିବାକୁ ମନା କରିବାରୁ ଶେଷରେ ହାଇକୋର୍ଟଙ୍କ ନିର୍ଦ୍ଦେଶ କ୍ରମେ ଛାଡ଼ପତ୍ର ଦିଆଯାଇଛି। ମୁଖ୍ୟ ବିଚାରପତି ଅଜୟ ଲାମ୍ବାଙ୍କ ଅଧ୍ୟକ୍ଷତାରେ ଗଠିତ ଗୁଆହାଟୀ ହାଇକୋର୍ଟ ଫାମିଲି କୋର୍ଟ ରାୟକୁ ଖାରଜ କରି ସ୍ବାମୀଙ୍କ ସପକ୍ଷରେ ରାୟ ଦେଇଛନ୍ତି। ପୂର୍ବରୁ ମହିଳାଙ୍କୁ ନିର୍ଯାତନା ଦିଆଯାଇପାରିବ ନାହିଁ ବୋଲି ଫାମିଲି କୋର୍ଟ ରାୟ ଦେଇଥିଲେ। ଏହାକୁ ଚ୍ୟାଲେଞ୍ଜ କରି ସ୍ବାମୀ ହାଇକୋର୍ଟରେ ଅପିଲ କରିଥିଲେ। ୨୦୧୨ରେ ବିବାହ ହୋଇଥିବା ବେଳେ ମହିଳା ଜଣକ ବୈବାହିକ ଜୀବନକୁ ଅସ୍ବୀକାର କରି ପରିବାର ସହ ରହିବାକୁ ମନା କରିଥିଲେ। ପରେ ସ୍ବାମୀ-ସ୍ତ୍ରୀ ୨୦୧୩ ଜୁନ୍‌ ୩୦ରୁ ଅଲଗା ରହିଆସୁଥିଲେ। ମହିଳା ଜଣକ ପରିବାର ଓ ସ୍ବାମୀଙ୍କ ବିରୋଧରେ ଅନେକ ଅତ୍ୟାଚାର ଅଭିଯୋଗ ଆଣିଥିଲେ ହେଁ ତାହା ବେଶିଦିନ ତିଷ୍ଠିପାରି ନ ଥିଲା। ପରେ ସବୁକଥା ଜଣାପଡ଼ିଥିଲା।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share