Posted inଜାତୀୟ

ତଲାକ ପ୍ରଥା ବିବାହ ପାଇଁ ଘାତକ ଥିଲା

ନୂଆଦିଲ୍ଲୀ,୨୦ା୮(ପି.ଟି.): ୨୦୧୯ର ୩ ତଲାକ ଆଇନକୁ କେନ୍ଦ୍ର ସରକାର ସୋମବାର ସୁପ୍ରିମକୋର୍ଟରେ ସମର୍ଥନ କରିଛନ୍ତି। ପୂର୍ବରୁ ତଲାକ ପ୍ରଥା ବିବାହ ପାଇଁ ଘାତକ ଥିଲା ବୋଲି ସରକାର କହିଛନ୍ତି। ଉକ୍ତ ଆଇନକୁ ଚ୍ୟାଲେଞ୍ଜ କରି ଦାଏର ଏକାଧିକ ପିଟିଶନ୍‌ ଉପରେ କେନ୍ଦ୍ର ସରକାର ସତ୍ୟପାଠ ଜରିଆରେ ଜବାବ ଦାଖଲ କରିଛନ୍ତି। ଏଥିରେ କୁହାଯାଇଛି, ତିନି ତଲାକ ପ୍ରଥାକୁ ୨୦୧୭ରେ ସର୍ବୋଚ୍ଚ ଅଦାଲତ ଖାରଜ କରିଦେଇଥିଲେ। ଏଭଳି ପ୍ରଥା ଉକ୍ତ ସମ୍ପ୍ରଦାୟରେ ଛାଡ଼ପତ୍ର ସଂଖ୍ୟା କମାଇବାରେ ଠିକ୍‌ ଭାବେ କାର୍ଯ୍ୟ କରୁ ନ ଥିବା ସର୍ବୋଚ୍ଚ ଅଦାଲତ ସେତେବେଳେ କହିଥିଲେ। ୩ ତଲାକ ଜରିଆରେ ଛାଡ଼ପତ୍ର ପାଉଥିବା ବିବାହିତ ମୁସଲମାନ ମହିଳାମାନଙ୍କ ଅଧିକାରର ସୁରକ୍ଷା ପାଇଁ ପାର୍ଲାମେଣ୍ଟ ୨୦୧୯ରେ କଠୋର ଆଇନ ଆଣିଥିଲା। ଉକ୍ତ ଆଇନ ବିବାହିତ ମୁସଲମାନ ମହିଳାଙ୍କୁ ନ୍ୟାୟ ଓ ସମାନତା ପ୍ରଦାନ ସହ ବୃହତ୍ତର ସାମ୍ବିଧାନିକ ଲକ୍ଷ୍ୟ ସୁନିଶ୍ଚିତ କରିବାରେ ସହାୟକ ହୋଇଛି। ଏହା ସେମାନଙ୍କ ପ୍ରତି ଅଣପକ୍ଷପାତ ଓ ସଶକ୍ତୀକରଣର ମୌଳିକ ଅଧିକାରକୁ ଆଗକୁ ବଢ଼ାଇବାରେ ସାହାଯ୍ୟ କରିଛି ବୋଲି ସତ୍ୟପାଠରେ କୁହାଯାଇଛି।
ଏକାସଙ୍ଗେ ତିନି ତଲାକ କହିବା ଅସାମ୍ବିଧାନିକ ବୋଲି ୨୦୧୭ ଅଗଷ୍ଟ ୨୨ରେ ସୁପ୍ରିମକୋର୍ଟ ଘୋଷଣା କରିଥିଲେ। ମୁସଲମାନ ମହିଳା ( ବିବାହ ଅଧିକାରର ସୁରକ୍ଷା) ଆଇନ, ୨୦୧୯ର ବୈଧତା ଯାଞ୍ଚ କରିବାକୁ ସେହିବର୍ଷ ଅଗଷ୍ଟ ୨୩ରେ ସର୍ବୋଚ୍ଚ ଅଦାଲତ ରାଜି ହୋଇଥିଲେ। ଉକ୍ତ ଆଇନର ଉଲ୍ଲଂଘନ କଲେ ୩ ବର୍ଷ ପର୍ଯ୍ୟନ୍ତ ଜେଲଦଣ୍ଡ ବ୍ୟବସ୍ଥା ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ସାର୍ଟିଫିକେଟ ପାଇଁ ବାହାରିଲେ କେଜରିଓ୍ବାଲ

ନୂଆଦିଲ୍ଲୀ,୨୨।୯: ଫେବୃଆରୀ ବଦଳରେ ନଭେମ୍ବରରେ ଦିଲ୍ଲୀରେ ବିଧାନସଭା ନିର୍ବାଚନ ହେବ କି ବୋଲି ଏବେ ପ୍ରଶ୍ନ ଉଠିଛି। ଆଜିକାଲି ଜାତୀୟ ରାଜଧାନୀର ରାଜନୈତିକ ପରିବେଶରେ ଏହା...

ନିର୍ବାଚନ ପୂର୍ବରୁ ସୁପ୍ରିମକୋର୍ଟଙ୍କ ନିକଟରେ ବଡ ଦାବି ରଖିଲା ଶରଦ ପାଓ୍ବାରଙ୍କ ଦଳ

ମୁମ୍ବାଇ,୨୨।୯: ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ପୂର୍ବରୁ ଅଜିତ ପାୱାର ଦଳ ପାଇଁ ନିର୍ବାଚନ ଆୟୋଗଙ୍କ ଠାରୁ ଏନସିପି ଶରଦ ଦଳ ଏକ ବଡ ଦାବି କରିଛନ୍ତି।...

ଖୁସି ଖବର: ନୀତୀଶ ଦେବେ ବଡ ଉପହାର

ପାଟନା,୨୨।୯: ବିହାରର ଯୁବବର୍ଗଙ୍କ ପାଇଁ ଏକ ବଡ଼ ଏବଂ ଖୁସି ଖବର ଅଛି । ବିହାର ସରକାରଙ୍କ ପୋଲିସ ବିଭାଗରେ ସେବା କରିବାକୁ ଚାହୁଁଥିବା ଯୁବକମାନେ...

କଂଗ୍ରେସରେ କାଷ୍ଟିଂ କାଉଚ! ଚେହେରା ଦେଖି ଦିଆଯାଉଛି ଟିକେଟ, ମହିଳା ନେତାଙ୍କ ଅଭିଯୋଗ ପରେ ବଢୁଛି ଉତ୍ତେଜନା

ନୂଆଦିଲ୍ଲୀ,୨୨।୯: ହରିୟାଣା ନିର୍ବାଚନରେ କଂଗ୍ରେସ ଚେହେରା ଆଧାରରେ ଟିକେଟ ବଣ୍ଟନ କରିଥିବା ଅଭିଯୋଗ ହୋଇଛି ଏବଂ ଏହି ଅଭିଯୋଗ ନିଜେ ଦଳର ମହିଳା ନେତାଙ୍କ ବ୍ୟତୀତ...

ନାଇଡୁଙ୍କ ଉପରେ ଦୋଷ ଲଦି ତିରୁପତି ଲଡୁ ବିବାଦକୁ ନେଇ ମୋଦିଙ୍କୁ ଚିଠି ଲେଖିଲେ ଜଗନ ରେଡ୍ଡୀ

ତିରୁପତି,୨୨।୯: ତିରୁପତି ଲଡୁ ବିବାଦକୁ ନେଇ ସମଗ୍ର ଦେଶରେ ଉତ୍ତେଜନା ଦେଖାଦେଇଛି। ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଚନ୍ଦ୍ରାବାବୁ ନାଇଡୁ ଦାବି କରିଛନ୍ତି ଯେ ଲଡୁ ପ୍ରସାଦରେ ପଶୁ...

କଂଗ୍ରେସର ହାର୍ଟବିଟ ବଢାଉଛି ଶୈଳଜାଙ୍କ ନିରବତା

ନୂଆଦିଲ୍ଲୀ,୨୨।୯: ହରିୟାଣାରେ ବିଧାନସଭା ନିର୍ବାଚନର ଉତ୍ସାହ ଜୋରସୋରରେ ଚାଲିଛି, କିନ୍ତୁ ଏହି ନିର୍ବାଚନ ଶବ୍ଦ ମଧ୍ୟରେ କଂଗ୍ରେସର ବରିଷ୍ଠ ନେତା କୁମାରୀ ଶୈଳଜାଙ୍କ ନିରବତା ଅନେକ...

ହିନ୍ଦୁମାନଙ୍କ ଭାବନା ସହ ଖେଳାଯାଇଛି, ରବିଶଙ୍କର କହିଲେ କେବଳ ଲଡୁ ନୁହେଁ…

ହାଇଦ୍ରାବାଦ,୨୨ା୯: ତିରୁପତି ବାଲାଜୀଙ୍କ ଲଡୁକୁ ନେଇ ତୁଟୁନି ବିବାଦ। ଘଟଣାକୁ ନେଇ ଦୁଃଖ ପ୍ରକାଶ କରିଛନ୍ତି ଆଧ୍ୟାତ୍ମିକ ଗୁରୁ ଶ୍ରୀଶ୍ରୀ ରବିଶଙ୍କର। ୧୮୫୭ ସିପାହୀ ବିଦ୍ରୋହ...

ପରାସ୍ତ ହେବ ଚାଇନା, କ୍ୱାଡ୍‌ ସମ୍ମିଳନୀରେ ମିଳିଲା ନେତାଙ୍କ ବଡ଼ ସଙ୍କେତ

ଓ୍ବାଶିଂଟନ/ନୂଆଦିଲ୍ଲୀ,୨୨ା୯: କ୍ୱାଡ୍‌ ନେତାଙ୍କ ମିଳିତ ବିବୃତ୍ତିରେ ବଡ଼ ସଙ୍କେତ ମିଳିଛି। କ୍ୱାଡ୍‌ ଶିଖର ସମ୍ମିଳନୀରେ ଭାରତ, ଆମେରିକା, ଜାପାନ ଏବଂ ଅଷ୍ଟ୍ରେଲିଆର ମୁଖ୍ୟମାନେ ଅଂଶଗ୍ରହଣ କରିଥିଲେ।...

Advertisement
Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri