ବିଜ୍‌ନେସମ୍ୟାନ୍‌ଙ୍କ ସହ ନିର୍ବନ୍ଧ କଲେ ଦିବ୍ୟା, ୯ ମାସ ପୂର୍ବରୁ ବରୁଣଙ୍କ ସହ କରିଥିଲେ ବ୍ରେକ୍‌ଅପ

ବିଗ୍‌ ବସ୍‌ ଓଟିଟି ବିଜେତା ଦିବ୍ୟା ଅଗ୍ରଓ୍ବାଲ ତାଙ୍କର ନୂତନ ସମ୍ପର୍କ ବିଷୟରେ ଘୋଷଣା କରିଛନ୍ତି। ତାଙ୍କର ୩୦ତମ ଜନ୍ମଦିନ ଅବସରରେ ତାଙ୍କ ପ୍ରେମିକ ତଥା ବ୍ୟବସାୟୀ ଅପୂର୍ବ ପଡଗାଓଁକରଙ୍କ ସହ ନିର୍ବନ୍ଧ କରିଛନ୍ତି। ଯାହାର ଫଟୋ ଏବେ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ତେବେ ୯ ମାସ ପୂର୍ବରୁ ଅଭିନେତ୍ରୀ ବରୁଣ ସୁଦଙ୍କ ସହ ବ୍ରେକ୍‌ଅପ କରିଥିଲେ। ଦିବ୍ୟା ଅଗ୍ରଓ୍ବାଲ ଇନ୍‌ଷ୍ଟାଗ୍ରାମରେ ଅପୂର୍ବଙ୍କ ଫଟୋ ଶେୟାର କରି ସମ୍ପର୍କର ଖୁଲାସା କରିଛନ୍ତି। ଦିବ୍ୟାଙ୍କ ଜନ୍ମଦିନରେ ଅପୂର୍ବ ତାଙ୍କୁ ମୁଦି ପିନ୍ଧାଇ ପ୍ରପୋଜ୍‌ କରିଛନ୍ତି। ଯାହାର ଫଟୋ ଏବେ ସାମ୍ନାକୁ ଆସିଛି। ଦିବ୍ୟା ଏକ ବାଇଗଣୀ ରଙ୍ଗର ଡ୍ରେସ୍‌ରେ ନଜର ଆସିଥିବା ବେଳେ ଅପୂର୍ବ କଳା ରଙ୍ଗର ଡ୍ରେସ୍‌ରେ ଖୁବ୍‌ ସୁନ୍ଦର ଦେଖାଯାଉଛନ୍ତି।

Share