ପରଲୋକରେ ଏହି ପ୍ରସିଦ୍ଧ ଅଭିନେତ୍ରୀ

ଟିଭି ଇଣ୍ଡଷ୍ଟ୍ରିକୁ ସୋମବାର ସକାଳେ ଏକ ବଡ଼ ଝଟକା ଲାଗିଛି। ଗତ କିଛି ଦିନ ହେବ ଭେଣ୍ଟିଲେଟରରେ ଜୀବନ ସହ ସଂଗ୍ରାମ କରୁଥିବା ଅଭିନେତ୍ରୀ ଦିବ୍ୟା ଭଟ୍ଟନାଗରଙ୍କ ଦେହାନ୍ତ ହୋଇଛି। ଟିଭି ସିରିଏଲ ‘ୟେ ରିସ୍ତା କ୍ୟା କେହଲତା ହୈ’ରେ ‘ଗୁଲାବୋ’ ଭୂମିକାରେ ଅଭିନୟ କରିଥିବା ଦିବ୍ୟା କରୋନା ଶିକାର ହୋଇଥିଲେ। ପରେ ତାଙ୍କୁ ଗୋରେଗାଓଁର ଏସଆରଭି ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। କରୋନା ପରେ ତାଙ୍କୁ ନିମୋନିଆ ହୋଇଥିବା ଜଣାପଡିଥିଲା। ଦିବ୍ୟାଙ୍କ ଅବସ୍ଥା ଗୁରୁତର ଥିବାବେ ତାଙ୍କ ଅମ୍ଳଜାନ ସ୍ତର ହ୍ରାସ ପାଉଥିଲା। ଏହି କାରଣରୁ ତାଙ୍କୁ ଭେଣ୍ଟିଲେଟରରେ ରଖାଯାଇଥିଲା। ଅନେକ ଦିନ ଧରି ଭେଣ୍ଟିଲେଟରରେ ସଂଗ୍ରାମ କରୁଥିବା ଦିବ୍ୟା ଏବେ ଦୁନିଆକୁ ସବୁଦିନ ପାଇଁ ଛାଡି ଯାଛନ୍ତି। ଦିବ୍ୟାଙ୍କ ବନ୍ଧୁ ତଥା ଅଭିନେତ୍ରୀ ଦେବୋଲିନା ଭଟ୍ଟାଚାର୍ଯ୍ୟ ଇନଷ୍ଟାଗ୍ରାମରେ ଏକ ବାର୍ତ୍ତା ଲେଖି ଦୁଃଖ ପ୍ରକାଶ କରିଛନ୍ତି।

Share