ରାମାୟଣରେ ଅପ୍‌ସରା ଚରିତ୍ରରେ ଅଭିନୟ କରିଥିଲେ ଏହି ଲୋକପ୍ରିୟ ଟେଲି ଅଭିନେତ୍ରୀ

ମୁମ୍ବାଇ: ଟେଲି ଅଭିନେତ୍ରୀ ଦିବ୍ୟଙ୍କା ତ୍ରୀପାଠିଙ୍କୁ କିଏ ବା ନ ଜାଣେ। ସବୁଠାରୁ ଲୋକପ୍ରିୟ ଅଭିନେତ୍ରୀଙ୍କ ମଧ୍ୟରେ ସେ ହେଉଛନ୍ତି ଅନ୍ୟତମ। ‘ବନୁ ମେଁ ତେରୀ ଦୁଲହନ’ ସରିୟଲ୍‌ରୁ ନିଜ କ୍ୟାରିୟର ଆରମ୍ଭ କରିଥିବା ଦିବ୍ୟଙ୍କା ବର୍ତ୍ତମାନ ଇସି ମା’ ଭାବେ ବେଶ୍‌ ପରିଚିତ। ଷ୍ଟାର ପ୍ଲସ୍‌ର ପପୁଲାର ଶୋ’ ‘ୟେ ହେଁ ମହବତେଁ’ରେ ଇଶିତା ଚରିତ୍ରରେ ଅଭିନୟ କରି ଦିବ୍ୟଙ୍କା ଦର୍ଶକଙ୍କ ମନକୁ ବେଶ୍‌ ଜିଣିପାରିଛନ୍ତି।

ବର୍ତ୍ତମାନ ଦିବ୍ୟଙ୍କା ସାଉଥ ଆଫ୍ରିକାର କେପଟାଉନ ସ୍ଥିତ ଏକ ରିଅଲିଟି ଶୋ’ ଖତ୍‌ରୋଁ କେ ଖୀଲାଡି ସିଜିନ୍‌ ୧୧ର ଶୁଟିଂରେ ବ୍ୟସ୍ତ ଅଛନ୍ତି। ହେଲେ ଜାଣିଛନ୍ତି କି, ଏହି ଲୋକପ୍ରିୟ ଟେଲି ଅଭିନେତ୍ରୀ ମନରୋଞ୍ଜନ ସିରିୟଲ୍‌ ସହ ଅଧ୍ୟାତ୍ମିକ ସିରିୟଲ୍‌ରେ ବି କାମ କରିସାରିଛନ୍ତି। ଆଜ୍ଞା ହଁ, ୨୦୧୨ରେ ଜି’ ଟିଭିରେ ପ୍ରସାରିତ ହୋଇଥିବା ସିରିୟଲ୍‌ ରାମାୟଣରେ ଦିବ୍ୟଙ୍କା ଜଣେ ଅପ୍‌ସରା ଚରିତ୍ରରେ ଅଭିନୟ କରିିଥିଲେ। ସେଥିରେ ଅଭିନେତା ଗଗନ ମଲିକ ଓ ନେହା ସରଗମଙ୍କୁ ରାମ ଓ ସୀତା ଚରିତ୍ରରେ ଦେଖିବାକୁ ମିଳିଥିଲା।

ଏଥିରେ ଦିବ୍ୟଙ୍କା ରାମ ଓ ସୀତାଙ୍କ ବିବାହ ବିଳମ୍ବ କରିବାର କାର୍ଯ୍ୟ କରିଥିଲେ। ରାମାୟଣରେ ଅପ୍‌ସରା ଚରିତ୍ର ପାଇଁ ସେ ଏକ ହ୍ବାଇଟ୍‌ ଆଉଟ୍‌ଫିଟ୍‌ରେ ନଜର ଆସିଥିଲେ। ଏହି ଚରିତ୍ରରେ ସେ ଥିବା ନେଇ ଅଧିକାଂଶ ଲୋକ ଲକ୍ଷ୍ୟ କରିପାର ନ ଥିବେ। ହେଲେ ଆଜି ବି ତାଙ୍କର ଏହି ଚରିତ୍ର ଲୋକଙ୍କୁ ମନ୍ତ୍ରମୁଗ୍ଧ କରିଛି।

Share