ସରିଲା ଦିବ୍ୟଶଙ୍କରଙ୍କ ନିର୍ବନ୍ଧ: ପଡ଼ିବ ହାତଗଣ୍ଠି

ଭୁବନେଶ୍ୱର,୨୬ା୨(ବ୍ୟୁରୋ): ଦ୍ୱିତୀୟ ବିବାହ କରିବାକୁ ଯାଉଛନ୍ତି ପୂର୍ବତନ ମନ୍ତ୍ରୀ ତଥା ଜୁନାଗଡ଼ ବିଧାୟକ କ୍ୟାପଟେନ ଦିବ୍ୟଶଙ୍କର ମିଶ୍ର। ବିଧାୟକଙ୍କ ନିର୍ବନ୍ଧ ସରିଥିବା ବେଳେ ରବିବାର ହାତଗଣ୍ଠି ପଡ଼ିବ।

ସୋସିଆଲ ମିଡିଆରେ ନିର୍ବନ୍ଧ ସମୟର ଏକାଧିକ ଫଟୋ ଭାଇରାଲ ହେଉଛି। ଏହାକୁ ନେଇ ସବୁଠି ଚର୍ଚ୍ଚା ଜୋର୍‌ ଧରିଛି। ଦିବ୍ୟଶଙ୍କର ତାଙ୍କ ନିର୍ବାଚନମଣ୍ଡଳୀ ଅଧୀନ ଗୋଲାମୁଣ୍ଡା ବ୍ଲକ ଦେକୋଟ ଗାଁର ଜଣେ ଯୁବତୀଙ୍କୁ ବିବାହ କରୁଥିବା ଜଣାପଡ଼ିଛି। ଏହା ଉଭୟଙ୍କ ଦ୍ୱିତୀୟ ବିବାହ। ଦିବ୍ୟଶଙ୍କର ପୂର୍ବରୁ ଜୟପାଟଣାରେ ବିବାହ କରିଥିଲେ। କୌଣସି କାରଣ ନେଇ ସେ ପ୍ରଥମ ସ୍ତ୍ରୀଙ୍କୁ ଛାଡ଼ପତ୍ର ଦେଇଥିଲେ।

Share