Categories: ଫୁରସତ

ସର୍ବଦା ଲାଗି ରହୁଛିକି ଅଭାବ: ଦୀପାବଳିରେ କରନ୍ତୁ ଏପରି, ମିଳିବ…

ଆଲୋକର ପର୍ବ ଦୀପାବଳି ଘରକୁ ସୁଖ, ସମୃଦ୍ଧି ଆଣିଥାଏ; ଯାହାକୁ ଦୃଷ୍ଟିରେ ରଖି ଦୀପାବଳି ଆସିଲେ ଲୋକେ ଘରଦ୍ୱାର ସଫାସୁତରାରେ ଲାଗିଯାନ୍ତି। ତେବେ ଖାଲି ଘରଦ୍ୱାର ସଫା କରିଦେଲେ ତ ହେବନି, ଏହିଦିନ କିଛି ବିଶେଷ କାମ
କରିବା ବି ଜରୁରୀ; ଯାହା ଘର
ପାଇଁ ଶୁଭ ହେବ…
* ଘରେ ସର୍ବଦା ଧନର ଅଭାବ ଲାଗି ରହୁଥିଲେ, ଦୀପାବଳି ଦିନ ଘରସାରା ଗଙ୍ଗାଜଳ ଛିଞ୍ଚତ୍ ନିଷ୍ଠାର ସହ ମାତା ଲକ୍ଷ୍ମୀଙ୍କୁ ପୂଜାକଲେ ଶୁଭଫଳ ମିଳିଥାଏ ବୋଲି ବିଶ୍ୱାସ ରହିଛି।
* ଏହି ପବିତ୍ର ଦିନରେ କିଛି ଗରିବ ଲୋକଙ୍କୁ ପେଟପୂରା ଖାଇବାକୁ ଦେବା ବି ଶୁଭ ହୋଇଥାଏ।
* ଯଦି ଏହା ସମ୍ଭବ ହେଉନାହିଁ, ତା’ହେଲେ ଏହିଦିନ ଘରେ ଯେଉଁ ସାତ୍ତ୍ୱିକ ଭୋଜନ ପ୍ରସ୍ତୁତ କରିବେ, ସେଥିରୁ କିଛି କାଳୀଗାଈ ହେଉ ଅଥବା କଳା କୁକୁରକୁ ଖାଇବାକୁ ଦେଲେ ଘରେ ଥିବା ନକାରାତ୍ମକ ଶକ୍ତି ନଷ୍ଟ ହୋଇଥାଏ ବୋଲି ବିଶ୍ୱାସ କରାଯାଏ।
* ଦୀପାବଳି ଦିନ ଘରର ମୁଖ୍ୟ ଦୁଆର ନିକଟରେ ସିନ୍ଦୂରରେ ସ୍ବସ୍ତିକ ଚିହ୍ନ କରି ଘରେ ଝୁଣା ଧୂପ ବୁଲାଇବା ଶୁଭଫଳ ପ୍ରଦାନ କରିଥାଏ।
* ସେହିପରି ଦୀପାବଳି ଦିନ ସନ୍ଧ୍ୟା ସମୟରେ ଚଉରାମୂଳ, ଘରର ଦୂଆର ମୁହଁ ଏବଂ ଠାକୁରଘରେ ଝୋଟି ପକାଇ ଦୀପ ଲଗାଇଲେ ଘରେ ସକାରାତ୍ମକ ଉର୍ଜ୍ଜାର ପ୍ରଭାବ ପଡ଼ିଥାଏ ବୋଲି ବିଶ୍ୱାସ ରହିଛି।
* ଧ୍ୟାନଦେବେ, ଦୀପାବଳି ଦିନ ଘରର ମୁଖ୍ୟ ଦୁଆର ମୁହଁର ଉଭୟ ପାର୍ଶ୍ୱରେ ସାମାନ୍ୟ ଅବିର ରଖି ତା’ ଉପରେ ଦୁଇଟି ଦୀପ ଲଗାଇବା ଶୁଭ ହୋଇଥାଏ। ଏହି ଦୁଇଟି ଦୀପ ପ୍ରଭୁ ଗଣେଶ ଓ ମାତା ଲକ୍ଷ୍ମୀଙ୍କୁ ଘରକୁ ସ୍ବାଗତ କରାଇବାରେ ମୁଖ୍ୟ ଭୂମିକା ଗ୍ରହଣ କରିଥାଏ ବୋଲି ବିଶ୍ୱାସ କରାଯାଏ।

Share