ଆଜି ଦୀପାବଳି ପାଳିଲେ ଅଶୁଭ! ଶଙ୍କରାଚାର୍ଯ୍ୟ କହିଲେ…

ପୁରୀ, ୩୧।୧(ଅଜିତ୍‌ କୁମାର ମହାନ୍ତି): କୁମାର ପୂର୍ଣ୍ଣିମା ପରେ ପୁଣିଥରେ କାଳୀପୂଜା ଓ ଦୀପାବଳି ଅମାବାସ୍ୟା ପାଳନକୁ ନେଇ ଦ୍ୱନ୍ଦ୍ୱ ଦେଖିବାକୁ ମିଳିଛି। ଚଳିତବର୍ଷ ପାଞ୍ଜି ଓ କ୍ୟାଲେଣ୍ଡରରେ ଅନେକ ଗୁରୁତର ତ୍ରୁଟି ଓ ଦ୍ୱନ୍ଦ୍ୱ ରହିଛି। ଚଳିତବର୍ଷ ଦୀପାବଳି ଅମାବାସ୍ୟା ପାଳନ ଓ ପୟାଶ୍ରାଦ୍ଧ ପାଳନକୁ ନେଇ ଦ୍ୱନ୍ଦ୍ୱ ଉପୁଜୁଥିବା ପରିଲକ୍ଷିତ ହୋଇଛି। ଓଡ଼ିଶାରୁ ପ୍ରକାଶ ପାଉଥିବା ଏକାଧିକ ପାଞ୍ଜି ଗଣନା ମଧ୍ୟରେ ତାଳମେଳ ରହୁନାହିଁ। ଏହାଦ୍ୱାରା ପର୍ବପର୍ବାଣି ଓ ଯାନିଯାତ୍ରାକୁ ନେଇ ଲୋକେ ଦ୍ୱନ୍ଦ୍ୱରେ ରହୁଛନ୍ତି। ତେବେ ଶ୍ରୀଜଗନ୍ନାଥ ସଂସ୍କୃତି ଗବେଷକ ଏବଂ ଜ୍ୟୋତିର୍ବିଦମାନେ ପାଞ୍ଜି ଅନୁଯାୟୀ ଅକ୍ଟୋବର ୩୧ତାରିଖ ରାତିରେ କାଳୀପୂଜା ଓ ନଭେମ୍ବର ୧ରେ ପୟାଶ୍ରାଦ୍ଧ କରିବା ପାଇଁ ପରାମର୍ଶ ଦେଇଛନ୍ତି। ପାଞ୍ଜି ଗଣନାଙ୍କ ମତ ଅନୁସାରେ ପ୍ରତ୍ୟୁଷ ଓ ପ୍ରଦୋଷ ସମୟକୁ ଭିତ୍ତି କରି ଅମାବାସ୍ୟା ଗଣନା ହୋଇଥାଏ। ତେଣୁ ୧ତାରିଖରେ ଶ୍ରାଦ୍ଧ କରିବାକୁ ଗବେଷକ ଓ ଜ୍ୟୋତିର୍ବିଦ ପରାମର୍ଶ ଦେଇଛନ୍ତି। ତେବେ ଏପରି ସମସ୍ୟା କିଛିବର୍ଷ ହେବ ଦେଖିବାକୁ ମିଳୁଛି। ପ୍ରତ୍ୟେକ ବର୍ଷ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ନିର୍ଭୁଲ ଓ ତ୍ରୁଟିବିହୀନ ପାଞ୍ଜି ପ୍ରସ୍ତୁତ ପାଇଁ ପାଞ୍ଜୀ ସମୀକ୍ଷା ବୈଠକ ବସିଥାଏ। ଏହା ସତ୍ତ୍ୱେ ପାଞ୍ଜି ଗଣନାରେ ତ୍ରୁଟି ଓ ଦ୍ୱନ୍ଦ୍ୱ ରହୁଥିବାରୁ ବିଭିନ୍ନ ମହଲରେ ଅସନ୍ତୋଷ ବ୍ୟକ୍ତ କରାଯାଇଛି। ନିର୍ଭୁଲ ଓ ତ୍ରୁଟିବିହୀନ ପାଞ୍ଜି ପ୍ରସ୍ତୁତ ପାଇଁ ପୂଜାପଣ୍ଡା ନିଯୋଗ ପକ୍ଷରୁ ଦାବି କରାଯାଇଛି। ପୂଜାପଣ୍ଡା ନିଯୋଗ ପକ୍ଷରୁ କୁହାଯାଇଛି ଯେ, ଦୀପାବଳି ତଥା ପ୍ରୟାଶ୍ରାଦ୍ଧ କେଉଁଦିନ ପାଳନ ହେବ ସେ ନେଇ ଦ୍ୱନ୍ଦ୍ୱ ଦେଖାଯାଇଛି। ଲୋକେ କେଉଁଦିନ ପାଳନ କରିବେ ସେ ନେଇ ସନ୍ଦେହରେ ରହିଛନ୍ତି। ପୂର୍ବରୁ ଏପରି ସମସ୍ୟା ଦେଖାଯାଇଥିଲା। ଫଳରେ ଶଙ୍କରାଚାର୍ଯ୍ୟଙ୍କ ଅଧ୍ୟକ୍ଷତାରେ ପାଞ୍ଜି ସମ୍ବନ୍ବୟ କମିଟି ଗଠନ କରାଯାଇଥିଲା। ଉକ୍ତ କମିଟି ଦ୍ୱାରା ପର୍ବପର୍ବାଣି ଗୋଟିଏ ଦିନରେ ପାଳନ କରାଯିବା ନେଇ ନିଷ୍ପତ୍ତି ହୋଇଥିଲା। ସେହି ଅନୁସାରେ ପଞ୍ଜିକାରମାନଙ୍କୁ ଚିଠି କରାଯାଉଥିଲା। ସେମାନେ ବୈଠକରେ ଯୋଗଦେଉଥିଲେ। ଗଣନାକାରମାନେ ସେମାନଙ୍କ ଗଣନା କରି ଠିକ୍‌ ପାଞ୍ଜି ପ୍ରକାଶ କରୁଥିଲେ। ତେବେ କିଛି ବର୍ଷ ହେବ ନୀତି ପ୍ରଶାସକଙ୍କ ଅଧ୍ୟକ୍ଷତାରେ ବୈଠକ କରାଯାଉଛି। ଉକ୍ତ ବୈଠକରେ ଗଜପତି ମହାରାଜାଙ୍କ ପ୍ରତିନିଧି, ଛତିଶା ନିଯୋଗ ନାୟକ, ପୂଜାପଣ୍ଡା, ଦଇତାପତି ନିଯୋଗ, ମୁକ୍ତିମଣ୍ଡପ, ଦେଉଳକରଣ, ତଢଉକରଣ ଏବଂ ପାଞ୍ଜି ପ୍ରକାଶନର ପ୍ରତିନିଧିମାନେ ଯୋଗଦେଇଥାନ୍ତି। ତେବେ ସେମାନଙ୍କର କ’ଣ ଉଦ୍ଦେଶ୍ୟ ରହିଛି ଯେ, ଭିନ୍ନ ଭିନ୍ନ ତଥ୍ୟ ପ୍ରକାଶ କରୁଛନ୍ତି। ସେମାନେ ଶ୍ରୀମନ୍ଦିର ପ୍ରଶାସନକୁ ଏକ ପାଣ୍ଡୁଲିପି ଦେଇଥାନ୍ତି। ଉକ୍ତ ପାଣ୍ଡୁଲିପିକୁ ମୁକ୍ତିମଣ୍ଡପ ଓ ପୂଜାପଣ୍ଡା ନିଯୋଗକୁ ପ୍ରଦାନ କରାଯାଇଥାଏ। ମୁକ୍ତିମଣ୍ଡପ କିଛି ସଂଶୋଧନ କରିଥାନ୍ତି। ସେହିପରି ପୂଜାପଣ୍ଡା ନିଯୋଗ ପକ୍ଷରୁ ଶ୍ରୀମନ୍ଦିର ପର୍ବପବାଣି ସମ୍ପର୍କରେ ତାଲିକା ପ୍ରଦାନ କରାଯାଇଥାଏ। ସେହି ଅନୁଯାୟୀ ପାଞ୍ଜିକାରମାନେ ଏକାଠି ବସି ତିଥି ଚୂଡ଼ାନ୍ତ କରିଥାନ୍ତି। ବର୍ତ୍ତମାନ ଦୀପାବଳି ଆମାବାସ୍ୟାକୁ ନେଇ ଦ୍ୱନ୍ଦ୍ୱ ଉପୁଜିଛି। କେତେଜଣ ବ୍ୟକ୍ତି ସୋସିଆଲ ମିଡିଆରେ ଏଭଳି ତଥ୍ୟ ଉପସ୍ଥାପନା କରି ଲୋକଙ୍କୁ ଭ୍ରମିତ କରୁଛନ୍ତି। ଶ୍ରୀମନ୍ଦିର ନୀତିକାନ୍ତି ଓ ପରମ୍ପରା ଅନୁସାରେ ପର୍ବ ପାଳନ କରିବା ଉଚିତ୍‌। ସମ୍ପୃକ୍ତ ବ୍ୟକ୍ତିମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବାକୁ ପୂଜାପଣ୍ଡା ନିଯୋଗ ଦାବି କରିଛି। ସେହିପରି ଜଗଦ୍‌ଗୁରୁ ଶଙ୍କରାଚାର୍ଯ୍ୟ କହିଛନ୍ତି, ପାଞ୍ଜି ତ୍ରୁଟି ଆଜିର ସମସ୍ୟା ନୁହେଁ, କେତେବର୍ଷ ଧରି ଏହା ଜାରି ରହିଛି। ଜ୍ୟୋତିଷମାନେ ଯେଭଁଭଳି ଭାବେ ପରିଶ୍ରମ କରିବା କଥା, ସେହିଭଳି କରୁନାହାନ୍ତି। ପାଶ୍ଚାତ୍ୟ ଦେଶକୁ ନକଲ କରୁଛନ୍ତି। ଅପରପକ୍ଷରେ ଯେଉଁମାନଙ୍କ ଅଧିକ ଜ୍ଞାନ ନାହିଁ ସେମାନେ ମଧ୍ୟ ପାଞ୍ଜି ପ୍ରସ୍ତୁତ କରୁଛନ୍ତି। ତାହା ଠିକ୍‌ ନୁହେ। ତେବେ ଏ ନେଇ ମୋ’ ସହ ସରକାର କିମ୍ବା ଶ୍ରୀମନ୍ଦିର ପ୍ରଶାସନ ଆଲୋଚନା କରୁନାହାନ୍ତି। ଆଲୋଚନା କଲେ ମୁଁ ଏହା ଉପରେ ମତ ରଖିବି ବୋଲି ଶଙ୍କରାଚାର୍ଯ୍ୟ ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଚାଷୀଙ୍କ ଖରିଫ ଧାନ ସଂଗ୍ରହ: ଦିଗପହଣ୍ଡିରେ ପ୍ରସ୍ତୁତି ବୈଠକ 

ଦିଗପହଣ୍ଡି,୧୬|୧୨(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡି ତହସିଲ କାର୍ଯ୍ୟାଳୟ ସଭାଗୃହ ପରିସରରେ  ଚାଷୀଙ୍କ ଅମଳ ଧାନ ସଂଗ୍ରହ ନିମନ୍ତେ ଏକ ପ୍ରସ୍ତୁତି ବୈଠକ ମଙ୍ଗଳବାର...

ବେଆଇନ ଭାବେ କରୁଥିଲେ ଧାନ ଚୋରା ଚାଲାଣ, ମାଡ଼ି ବସିଲା ରିଷିଡ଼ା ପୋଲିସ

ରିଷିଡା,୧୬।୧୨(ସୁଶାନ୍ତ ମଲ୍ଲିକ): କର୍ଲାମୁଣ୍ଡା ବ୍ଲକ ଅବୁଜବାହାଲ ଗ୍ରାମର ଜନୈକ ବ୍ୟବସାୟୀ ନିଜ ପିକଅପ୍‌ ୪୦୭ ଗାଡ଼ିରେ ବେଆଇନ ଭାବେ ଧାନ ନେଉଥିବା ବେଳେ ରିଷିଡ଼ା ପୋଲିସ...

ଏପଟେ ଚାଲିଥିଲା IPL ନିଲାମ; ସେପଟେ ପ୍ରଥମ ଭାରତୀୟ ଭାବେ ଦ୍ୱିଶତକ ମାରିଲେ ୧୭ ବର୍ଷୀୟ ବ୍ୟାଟର

ନୂଆଦିଲ୍ଲୀ,୧୬।୧୨: ଭାରତୀୟ କ୍ରିକେଟ୍ ଇତିହାସରେ ଏକ ନୂଆ ଅଧ୍ୟାୟ ଯୋଡ଼ିଛନ୍ତି ୧୭ ବର୍ଷୀୟ ବାମହାତୀ ବ୍ୟାଟ୍ସମ୍ୟାନ୍ ଅଭିଜ୍ଞାନ କୁଣ୍ଡୁ। ସେ ଏସିଆ କପ୍ ୨୦୨୫ ରେ...

ଦିଗପହଣ୍ଡିରେ ଜନବସତିକୁ ମାଡ଼ି ଆସୁଛନ୍ତି ହାତୀପଲ,ରାତିରେ ପଡିଯାଉଛି ତାଟି କବାଟ; ଫସଲ…

ଦିଗପହଣ୍ଡି,୧୬ା୧୨(ଅଶେଷ ନାଥ ମିଶ୍ର): ସାନଖେମୁଣ୍ଡି ବ୍ଲକ ନୂଆଗଡ, ପଳାସପୁର, ଲୁଣିନାଠୀ, ଇନ୍ଦିରା ଆବାସ କଲୋନୀ ଆଦି ଗ୍ରାମଗୁଡିକରେ ଗତ କିଛିଦିନ ହେଲା ହାତୀ ଉପଦ୍ରବ ଯୋଗୁ...

ଗୁଜରାଟରେ ‘ରୋଲିଂ ପେପର’ ଉପରେ କଟକଣା: ନିଶା ସେବନ ରୋକିବା ପାଇଁ ସରକାରଙ୍କ ବଡ଼ ପଦକ୍ଷେପ

ନୂଆଦିଲ୍ଲୀ,୧୬।୧୨: ଯୁବପିଢ଼ିଙ୍କ ମଧ୍ୟରେ ବଢୁଥିବା ନିଶା ସେବନକୁ ରୋକିବା ଉଦ୍ଦେଶ୍ୟରେ ଗୁଜରାଟ ସରକାର ମଙ୍ଗଳବାର ରାଜ୍ୟରେ ‘ରୋଲିଂ ପେପର’, ‘ସ୍ମୋକିଂ କୋନ୍’, ପ୍ୟାକେଜ୍ଡ ରୋଲିଂ କିଟ୍...

୬ ବଲ୍‌ରେ ମାରିଥିଲେ ୬ ଛକା, ଏବେ ୧୦ ଗୁଣା ଅଧିକ ଟଙ୍କା ଦେଇ କିଣିଲା KKR, ମିଳିଲା ଏତିକି…

ଅବୁଧାବୀ,୧୬।୧୨: ଆଇପିଏଲ୍‌ ୨୦୨୬ର ମିନି ନୀଲାମୀରେ ଭାରତୀୟ ଯୁବ ଖେଳାଳିମାନଙ୍କ ଉପରେ ଟଙ୍କା ବର୍ଷା ହୋଇଛି। ଏଥର ଅନେକ ଯୁବ ଖେଳାଳି ଉପରେ ଫ୍ରାଞ୍ଚାଇଜିଗୁଡ଼ିକ ବଡ଼...

କେସିଙ୍ଗା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର: ଚିକିତ୍ସା ଅବହେଳାରୁ ନବଜାତ ଶିଶୁପୁତ୍ର, ପ୍ରସୂତି ମହିଳାଙ୍କ ମୃତ୍ୟୁ

କେସିଙ୍ଗା,୧୬ା୧୨ (ତୁମେଶ୍ୱର ସାହୁ)- କଳାହାଣ୍ଡି ଜିଲା କେସିଙ୍ଗା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ଚିକିତ୍ସା ଅବହେଳାରୁ ଏକ ନବଜାତ ଶିଶୁପୁତ୍ର ସହ...

ତପ୍ତପାଣି ଘାଟିରେ ଭୟଙ୍କର ଦୁର୍ଘଟଣା: ଦୁଇ ସାଙ୍ଗ ବୁଲିବାକୁ ଜାଇ…

ଦିଗପହଣ୍ଡି,୧୬।୧୨(ଅଶେଷ ନାଥ ମିଶ୍ର):ଗଞ୍ଜାମ-ଗଜପତି ସୀମାନ୍ତ ସାନଖେମୁଣ୍ଡି ବ୍ଳକ ପାଟପୁର ଥାନା ତପ୍ତପାଣି ଘାଟି ଛେଦନଇ ନିକଟରେ ଏକ ବାଇକ ଦୁର୍ଘଟଣାରେ ଜଣେ ମତ୍ୟୁବରଣ କରିଥିବା ବେଳେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri