ସୋରଡା,୨୪।୧୦(ଡି.ଏନ୍.ଏ.): ସୋମବାର ଦୀପାବଳି ପାଇଁ ସୋରଡା ଚଳଚଞ୍ଚଳ ହୋଇପଡ଼ିଛି। ପୋଲିସ ପ୍ରଶାସନ ପକ୍ଷରୁ ସହରଠାରୁ କିଛି ଦୂରରେ ଅସ୍ଥାୟୀ ଭାବେ ବାଣ ଦୋକାନ ଖେଳିବାକୁ ଅନୁମତି ଦିଆଯାଇଛି। ଏହିକମରେ ଋଷିକୁଲ୍ୟା ବ୍ରିଜ ନିକଟରେ ଖୋଲିିଥିବା ବାଣ ଦୋକାନରେ ଲୋକଙ୍କ ଭିଡ ଲାଗିଛି। ସେହିପରି ସୋମବାର ବିଭିନ୍ନ ବ୍ୟସାୟିକ ଅନୁଷ୍ଠାନରେ ସ୍ବତନ୍ତ୍ର ଭାବେ ମା’ କାଳିଙ୍କୁ ଆବାହନ କରାଯାଇଛି। ଏପରି କି ପୂଜା ବଜାରରେ ଲୋକଙ୍କ ଗହଳି ଲାଗିରହିଛି।