ଦୀପାବଳି ମୁହୁର୍ତ୍ତ ଟ୍ରେଡିଂ, ଘଣ୍ଟାକରେ କରିଦେବ ମାଲାମାଲ, କୋଟିପତି ହେବାର ସୁଯୋଗ…

ମୁମ୍ବାଇ,୧୧।୧୧ : ଶେୟାର ବଜାରରେ ଦୀପାବଳି ଅବସରରେ ମୁହୁର୍ତ୍ତ ଟ୍ରେଡିଂ କରାଯିବ। ଲୋକଙ୍କୁ ଏକ ଘଣ୍ଟାରେ କୋଟିପତି ହେବାର ସୁଯୋଗ ମିଳିବ। ହଁ ବାସ୍ତବରେ, ଦୀପାବଳି ମୁହୁର୍ତ୍ତ ଟ୍ରେଡିଂସେହି ସୁଯୋଗ ଦେଇଥାଏ। ରବିବାର ଦିନ ଷ୍ଟକ ବଜାରରେ ଟ୍ରେଡିଂ କରାଯିବ। ଭଲ ଶେୟାର ଉପରେ ଟଙ୍କା ଲଗାଉଥିବା ଲୋକେ ଧନୀ ହେବାର ସମ୍ଭାବନା ରହିଛି।
ଦୀପାବଳି ମୁହୁର୍ତ୍ତ ଟ୍ରେଡିଂ ପ୍ରତିବର୍ଷ ପାଳନ କରାଯାଇଥାଏ। ଅର୍ଥାଥ ଦୀପାବଳି ଦିନ, ଷ୍ଟକ ମାର୍କେଟ ବିଶେଷ ଭାବରେ ୧ ଘଣ୍ଟା ପାଇଁ ଖୋଲିବ। ଏହା ସନ୍ଧ୍ୟା ଋଟା ୧୫ରୁ ୭ଟା ୧୫ ପର୍ଯ୍ୟନ୍ତ ଖୋଲା ରହିବ। ଯାହା ଅଧୀନରେ ଶେୟାର ବିକ୍ରୟ ଏବଂ କ୍ରୟ କରାଯାଇପାରିବ । ଗତ ୫ ବର୍ଷ ଧରି ଷ୍ଟକ ମାର୍କେଟ ଏହି ୧ ଘଣ୍ଟା ମଧ୍ୟରେ ଜବରଦସ୍ତ ରିଟର୍ନ ଦେଉଛି । ଏଥର ବଜାରରେ ୭୦୦ ରୁ ୮୦୦ପଏଣ୍ଟ ବୃଦ୍ଧି ପାଇପାରେ ବୋଲି ଆଶା କରାଯାଉଛି ।

ଗତ ଦୀପାବଳି, ବଜାର ୫୦୦ ପଏଣ୍ଟ ହାସଲ କରିଥିଲା। ବର୍ତ୍ତମାନ ଶେୟାର ବଜାରରେ ରିଲାଏନ୍ସ, ଟାଟା ମୋଟର୍ସ, ଜୋମାଟୋ, ଟିସିଏସ, ବଜାଜ ଫାଇନାନ୍ସ ଉପରେ ଗ୍ରାହକଙ୍କ ନଜର ରହିଛି। ଏସବୁ ଶେୟାର ଗ୍ରାହକ କିଣିବାର ଅଧିକ ସମ୍ଭାବନା ଅଛି ।

Share