ଆମେରିକାରେ ଘୋଷଣା ହୋଇପାରେ ଦୀପାବଳି ଛୁଟି, ବିଲ ଉପସ୍ଥାପନ କଲେ ଗ୍ରେସ ମେଙ୍ଗ

ଓ୍ବାଶିଂଟନ୍‌,୨୮।୭: ଦୀପାବଳି ଏପରି ଏକ ପର୍ବ, ଯାହା କେବଳ ଦେଶରେ ନୁହେଁ ସମଗ୍ର ବିଶ୍ୱରେ ପାଳନ କରାଯାଏ। ଏଭଳି ପରିସ୍ଥିତିରେ ଦୀପାବଳି ଦିନକୁ ଫେଡେରାଲ ଛୁଟି ଘୋଷଣା କରିବାକୁ ଆମେରିକାର ସାଂସଦ ଗ୍ରେସ ମେଙ୍ଗ ଦାବି କରିଛନ୍ତି। ସେ କହିଛନ୍ତି ଯେ, ହିନ୍ଦୁ, ଶିଖ, ଜୌନ ସମେତ ବିଭିନ୍ନ ଧର୍ମର ଲକ୍ଷ ଲକ୍ଷ ଆମେରିକୀୟ ଦୀପାବଳି ପାଳନ କରନ୍ତି। ସେଥିପାଇଁ ଏହି ଦିନକୁ ଛୁଟିଦିନ ଘୋଷଣା କରାଯିବା ଉଚିତ୍‌।

ଆଇନଜୀବୀରୁ ରାଜନେତା ହୋଇଥିବା ମେଙ୍ଗ ପୁଣିଥରେ ଆମେରିକାର ଲୋକ ସଭାରେ ଦୀପାବଳି ଦିବସ ବିଲ ଆଗତ କରି ଦୀପାବଳିକୁ ଦେଶରେ ଏକ ଫେଡେରାଲ ଛୁଟି ବୋଲି ଘୋଷଣା କରିଛନ୍ତି। ସେ କହିଛନ୍ତି ଯେ, ମେ’ ମାସରେ ଉପସ୍ଥାପିତ ହୋଇଥିବା ଏହି ବିଲ୍‌କୁ ସକରାତ୍ମକ ପ୍ରତିକ୍ରିୟା ମିଳିଛି।କୌଣସି ନକାରାତ୍ମକ କଥା ଶୁଣି ନାହିଁ । ଆଶାକରେ ଆମେ ଏହାକୁ ପାସ କରିବାକୁ ସମର୍ଥ ହେବୁ।

Share