ଜେନେଭା,୬।୧୨ : ମିଳିତ ଜାତିସଂଘ ପକ୍ଷରୁ ୪ ରାଜନେତା ଏବଂ ଜଣେ ଆମେରିକୀୟ ସାଂସଦଙ୍କୁ ‘ଦିଓ୍ବାଲୀ ପାଓ୍ବାର ଅଫ୍ ଓ୍ବାନ’ ପୁରସ୍କାର ପ୍ରଦାନ କରାଯାଇଛି। ଶାନ୍ତିପୂର୍ଣ୍ଣ ଏବଂ ନିରାପଦ ବିଶ୍ୱ ପାଇଁ କାର୍ଯ୍ୟ କରିବା ଲାଗି ପ୍ରତିବର୍ଷ ଏହି ସମ୍ମାନ ପ୍ରଦାନ କରାଯାଇଥାଏ।
ଏହି ପୁରସ୍କାର କୂଟନୀତି କ୍ଷେତ୍ରରେ ଓସ୍କାର ଭାବେ ମଧ୍ୟ ପରିଚିତି ହାସଲ କରିଛି। ମିଳିତ ଜାତିସଂଘର ପୂର୍ବତନ ଉଚ୍ଚ ସ୍ତରର ସଦସ୍ୟ, ପୂର୍ବର ସ୍ଥାୟୀ ପ୍ରତିନିଧୀ କିମ୍ବା ଉଚ୍ଚ ସ୍ତରର ସଦସ୍ୟ ଅବା ଶୀଘ୍ର ଅବସର ନେଇଥିବା ସଦସ୍ୟଙ୍କୁ ଯୋଗ୍ୟତା ତଥା ସେମାନଙ୍କର ଉଲ୍ଲେଖନୀୟ କାର୍ଯ୍ୟ ଆଧାରରେ ପ୍ରଦାନ କରାଯାଇଥାଏ।
ସେମାନଙ୍କ ମଧ୍ୟରେ ଜର୍ଜିଆର ପୂର୍ବ ସ୍ଥାୟୀ ପ୍ରତିନିଧୀ ଏବଂ କାନାଡାର ସାମ୍ପ୍ରତିକ ସ୍ଥାୟୀ ପ୍ରତିନିଧୀ କାହା ଇମ୍ନାଡଜ, ଗ୍ରେନେଡ଼ାରେ ଜାତିସଂଘର ସ୍ଥାୟୀ ପ୍ରତିନିଧି କିଶା ମେକଗାୟର ଅଛନ୍ତି। ଅନ୍ୟ ତିନି ଜଣଙ୍କ ମଧ୍ୟରେ ପୂର୍ବବର୍ତ୍ତୀ ମଧ୍ୟବର୍ତ୍ତୀ ପ୍ରତିରକ୍ଷା ମନ୍ତ୍ରୀ ତଥା ବୁଲଗେରିଆର ସ୍ଥାୟୀ ପ୍ରତିନିଧି ଏବଂ ବର୍ତ୍ତମାନ ଆମେରିକାରେ ରାଷ୍ଟ୍ରଦୂତ ଜର୍ଜ ଓ୍ବେଲିକୋଭ, ଆମେରିକା ରାଷ୍ଟ୍ରଦୂତ ଜିନ୍ କ୍ଲାଉଡ ଡୋ ରେଗୋ ଏବଂ ଆମେରିକା ପ୍ରତିନିଧୀ ଏଲିୟଟ ଲାନ୍ସ ଇଞ୍ଜେଲ ରହିଛନ୍ତି।
ଏହି ପୁରସ୍କାରର ୨୦୧୭ ରେ ଆମେରିକାର ଦିୱାଲୀ ଫାଉଣ୍ଡେଶନ ଦ୍ୱାରା କରାଯାଇଥିଲା।