ଡ୍ରାଇଭର ଓ କର୍ମଚାରୀ କଲ୍ୟାଣ ବୋର୍ଡ ଗଠନ ନେଇ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଲେ ଦୀପାଳି

ଭୁବନେଶ୍ୱର, ୨୯।୭: ଓଡ଼ିଶା ମୋଟର ଯାନ ଡ୍ରାଇଭର ଓ କର୍ମଚାରୀ କଲ୍ୟାଣ ବୋର୍ଡ ଗଠନ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ବୋର୍ଡ ସଦସ୍ୟା ତଥା ଝାରସୁଗୁଡ଼ା ବିଧାୟିକା ଦୀପାଳି ଦାସ ଧନ୍ୟବାଦ ଜଣାଇଛନ୍ତି ।
ଦୀପାଳି କହିଛନ୍ତି, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦାବି ପୂରଣ କରିଛନ୍ତି । ଅଗଷ୍ଟ ପ୍ରଥମ କି ଦିତୀୟ ସପ୍ତାହରେ ବୋର୍ଡ ବୈଠକ ଡକାଯିବ । ବୀମାରାଶି ଓ ସରକାରୀ ସୁବିଧା ପ୍ରଦାନ, ଡ୍ରାଇଭରଙ୍କ ମୃତ୍ୟୁରେ ତାଙ୍କ ପରିବାରକୁ ସହାୟତା ପ୍ରଦାନ ନେଇ ଆଲୋଚନା ହେବ ।
ଦୀପାଳିଙ୍କ ସହ ଓ ଡ୍ରାଇଭର ଏକତା ମହାମଞ୍ଚ ଆଲୋଚନା କରିଥିଲା । ଓଡ଼ିଶା ଡ୍ରାଇଭର ଏକତା ମହାମଞ୍ଚ ଆବାହକ ପ୍ରଶାନ୍ତ ମେଣ୍ଡିଲ କହିଛନ୍ତି, ଓଡ଼ିଶା ମୋଟର ଯାନ ଡ୍ରାଇଭର ଓ କର୍ମଚାରୀ କଲ୍ୟାଣ ବୋର୍ଡ ଗଠନ ପରେ ଆନ୍ଦୋଳନ ପ୍ରତ୍ୟାହର ହୋଇଛି ।
Share