Categories: ଜାତୀୟ

ରାଷ୍ଟ୍ରପତି ଭବନରେ ପାଳନ ହେଲା ଦୀପାବଳି

ନୂଆଦିଲ୍ଲୀ,୧୨।୧୧: ସାରା ଦେଶରେ ରବିବାର ଆଲୋକର ପର୍ବ ଦିପାବଳୀ ପାଳନ କରାଯାଉଛି। ଦେଶର ପ୍ରତ୍ୟେକ ପ୍ରାନ୍ତର ଲୋକମାନେ ଦୀପାବଳି ଉତ୍ସବରେ ଖୁସି ମନାଉଛନ୍ତି। ସାଧାରଣ ଲୋକମାନେ ଦିପାବଳୀ ପର୍ବ ପାଳନ କରୁଥିବାବେଳେ ଆମ ଦେଶରେ ସର୍ବୋଚ୍ଚ ପଦବୀରେ ଅବସ୍ଥାପିତ ରାଜନେତାମାନେ ମଧ୍ୟ ଏହି ପର୍ବ ପାଳନ କରିଥିଲେ ଏବଂ ପରସ୍ପରକୁ ଭେଟି ଶୁଭେଚ୍ଛା ଜଣାଇଥିଲେ। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ଉପରାଷ୍ଟ୍ରପତି ଜଗଦୀପ ଧନଖର, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ କେନ୍ଦ୍ର ମନ୍ତ୍ରୀଙ୍କୁ ରାଷ୍ଟ୍ରପତି ଭବନକୁ ଡାକି ସେମାନଙ୍କୁ ସାକ୍ଷାତ କରି ଦୀପାବଳିରେ ଅଭିନନ୍ଦନ ଜଣାଇଛନ୍ତି।
ଏହି ଅବସରରେ ଉପରାଷ୍ଟ୍ରପତି ଜଗଦୀପ ଧନଖର ଏବଂ ତାଙ୍କ ପତ୍ନୀ ରାଷ୍ଟ୍ରପତି ମୁର୍ମୁଙ୍କ ନିମନ୍ତ୍ରଣ କ୍ରମେ ରାଷ୍ଟ୍ରପତି ଭବନରେ ପହଞ୍ଚିଥିଲେ। ଉପରାଷ୍ଟ୍ରପତି ଧନଖର ରାଷ୍ଟ୍ରପତି ମୁର୍ମୁଙ୍କୁ ଦୀପାବଳିରେ ତାଙ୍କୁ ପୁଷ୍ପଗୁଚ୍ଛ ଦେଇ ଅଭିନନ୍ଦନ ଜଣାଇଛନ୍ତି। ଏହି ସମୟରେ ତାଙ୍କ ପତ୍ନୀ ମଧ୍ୟ ଉପସ୍ଥିତ ଥିଲେ। ରାଷ୍ଟ୍ରପତିଙ୍କୁ ଶୁଭେଚ୍ଛା ଜଣାଇବା ପାଇଁ ପ୍ରଧାନମନ୍ତ୍ରୀ ମଧ୍ୟ ରାଷ୍ଟ୍ରପତି ଭବନରେ ପହଞ୍ଚିଥିଲେ। ସେ ରାଷ୍ଟ୍ରପତି ମୁର୍ମୁ ଏବଂ ଉପରାଷ୍ଟ୍ରପତି ଧନଖରଙ୍କୁ ଭେଟି ଦୀପାବଳିର ଅଭିନନ୍ଦନ ଜଣାଇଛନ୍ତି।

Share