ଆମେରିକାରେ ଦୀପାବଳିର ଧାର୍ମିକ, ସାଂସ୍କୃତିକ ମହତ୍ୱକୁ ମିଳିବ ମାନ୍ୟତା

ଓ୍ବାଶିଂଟନ,୧୩।୧୦: ଆମେରିକାର କଂଗ୍ରେସର ସଦସ୍ୟ ରାଜା କୃଷ୍ଣମୂର୍ତ୍ତି ଗୁରୁବାର ଦୀପାବଳିକୁ ଆଲୋକର ପର୍ବ ଭାବରେ ସ୍ବୀକୃତି ଦେବା ପାଇଁ ଆମେରିକାର ପ୍ରତିନିଧି ସଭାରେ ଦୀପାବଳି ରିଜୋଲ୍ୟୁସନ ପ୍ରଣୟନ କରିବାକୁ ଯୋଜନା ଘୋଷଣା କରିଛନ୍ତି। କୃଷ୍ଣମୂର୍ତ୍ତି ଏକ ବୟାନରେ କହିଛନ୍ତି, ‘ଶିଖ, ଜୈନ ଏବଂ ହିନ୍ଦୁମାନଙ୍କ ପାଇଁ ଏବଂ ଏଠାରେ ଦୀପାବଳି କୃତଜ୍ଞତାର ପର୍ବ ଏବଂ ଅନ୍ଧକାର ଉପରେ ଆଲୋକର ବିଜୟ ଏବଂ ମନ୍ଦ ଉପରେ ଭଲର ଉତ୍ସବ।’

ପ୍ରତିବର୍ଷ ଦୀପାପଳିକୁ ଭାରତୀୟ ମୂଳବାସିନ୍ଦା ଲକ୍ଷ ଲକ୍ଷ ଆମେରିକୀୟ ତଥା ସମଗ୍ର ବିଶ୍ୱରେ ଲକ୍ଷ ଲକ୍ଷ ଲୋକ ପାଳନ କରନ୍ତି। ଏହି ବର୍ଷ ଏହି ପର୍ବ ୧୨ନଭେମ୍ବରରେ ପାଳନ କରାଯିବ। ସେ କହିଛନ୍ତି, ‘ମୁଁ ଘୋଷଣା କରି ଗର୍ବିତ ଯେ ଦୀପାବଳିର ଅପାର ଧାର୍ମିକ, ସାଂସ୍କୃତିକ ଏବଂ ଐତିହାସିକ ମହତ୍ତ୍ୱକୁ ଚିହ୍ନିବା ପାଇଁ ମୁଁ ଦ୍ୱିପାକ୍ଷିକ ସଂକଳ୍ପକୁ ପୁନର୍ବାର ଉପସ୍ଥାପନ କରୁଛି।’

Share