ଆମେରିକାରେ ହେବ ଦୀପାବଳି ଛୁଟି…

ଓ୍ବାଶିଂଟନ,୪।୧୧: ଆଲୋକର ପର୍ବ ଦୀପାବଳି ଅବସରରେ ଏବେ ଆମେରିକାରେ ବି ଛୁଟି ହେବ। ନ୍ୟୁୟର୍କ ସାଂସଦ କାରୋଲିନ ବି ମାଲୋନିଙ୍କ ନେତୃତ୍ୱରେ ସଦସ୍ୟମାନେ କହିଛନ୍ତି ଯେ ଦୀପାବଳି ଅବସରରେ ସଂଘୀୟ ଅବକାଶ ଘୋଷଣା କରାଯାଉ। ଏନେଇ ପ୍ରତିନିଧି ସଭାରେ ଏକ ବିଧେୟକ ଆଗତ କରାଯାଇଛି। ଲୋକସଭାରେ ଏକ ବିଲ ଆଗତ କରାଯାଇଛି। ’ଇଣ୍ଡିଆନ କୋକସ’ର ସଦସ୍ୟଙ୍କ ସହିତ ମିଳିିତ ଭାବେ ଦୀପାବଳି ଦିବସ ଅଧିନିୟମ ଉପସ୍ଥାପନ କରିଥିବାରୁ ସେ ଆନନ୍ଦିତ ଏବଂ ଉତ୍ସାହିତ ବୋଲି ସାଂସଦ ମାଲୋନି ଏକ କାର୍ଯ୍ୟକ୍ରମରେ କହିଛନ୍ତି।

ଏହି ଐତିହାସିକ ବିଲ ଆଗତ କରିବାରେ ଭାରତୀୟ-ଆମେରିକୀୟ ସାଂସଦ ରାଜା କୃଷ୍ଣମୂର୍ତ୍ତିଙ୍କ ସମେତ ବହୁ ସାଂସଦ ସାମିଲ ଅଛନ୍ତି। ଦୀପାବଳିର ଧାର୍ମିକ ଏବଂ ଐତିହାସିକ ମହତ୍ତ୍ୱକୁ ସ୍ବୀକୃତି ପ୍ରଦାନ କରିବାକୁ ଆମେରିକାର କଂଗ୍ରେସରେ କୃଷ୍ଣମୂର୍ତ୍ତି ଏକ ପ୍ରସ୍ତାବ ମଧ୍ୟ ଆଣିଛନ୍ତି।

Share