ବଦଳିଗଲେଣି ଟେଲି ପରଦାର ‘ସଂସ୍କାରୀ ପୁଅ’

ବମ୍ବେ: ବଦଳିଗଲେଣି ଟେଲି ପରଦାର ସଂସ୍କାରୀ ପୁଅ ଅନସ ରଶିଦ। ଦିନ ଥିଲା ମହିଳା ପ୍ରଶଂସକମାନେ ତାଙ୍କ ପାଇଁ ପାଗଳ ଥିଲେ। ହେଲେ ଏବେ ଅନସ ବହୁତ ବଦଳିଯାଇଛନ୍ତି। ଲମ୍ବା ଚୁଟି ସାଙ୍ଗକୁ ଦାଢ଼ି-ନିଶ ତାଙ୍କ ଲୁକ୍‌କୁ ବିଲ୍‌କୁଲ୍‌ ବଦଳାଇଦେଇଛି। ଯେକେହି ତାଙ୍କୁ ଦେଖିଲେ ହଠାତ ଚିହ୍ନି ବି ପାରିବେ ନାହିଁ।

ଧରତି କେ ବୀର ଯୋଦ୍ଧା ‘ପୃଥ୍ବୀରାଜ ଚୌହ୍ବାନ’ରେ ପ୍ରମୁଖ ଭୂମିକାରେ ନଜର ଆସିଥିଲେ ଅନସ। ଏହା ତାଙ୍କୁ ଲୋକପ୍ରିୟ କରାଇଥିଲା। ପରେ ‘ଦିୟା ଔର ବାତି ହମ୍‌’ ଯୋଗୁ ସେ ଘରେ ଘରେ ପରିଚିତି ପାଇଥିଲେ। ମାତ୍ର ୨୦୧୭ ପରଠାରୁ ସେ ଛୋଟ ପରଦାରୁ ଦୂରେଇ ଯାଇଛନ୍ତି।

ଆଜିକାଲି ଅନସ ପରିବାର ସହ ସମୟ ବିତାଉଛନ୍ତି। ତାଙ୍କର ଦୁଇ ସନ୍ତାନ ରହିଛି। ସେ ସର୍ବଦା ପରିବାର ସହ ଫଟୋକୁ ସୋସିଆଲ ମିଡିଆରେ ଶେୟାର କରିଥାନ୍ତି।

Share