ବମ୍ବେ: ସ୍ବାମୀଙ୍କଠାରୁ ଅଲଗା ହେବେ ଟେଲି ପରଦାର ଲୋକପ୍ରିୟ ଅଭିନେତ୍ରୀ କନିକା ମାହେଶ୍ୱରୀ। ‘ଦିୟା ଔର ବାତୀ ହମ୍’ରେ ମିନାକ୍ଷୀ ଚରିତ୍ରରେ ଅଭିନୟ କରି ହୃଦୟ ଜିତିଥିବା କନିକା ନିଜର ବ୍ୟକ୍ତିଗତ ଜୀବନକୁ ନେଇ ପୁଣି ଚର୍ଚ୍ଚାକୁ ଆସିଛନ୍ତି। ବିବାହର ୧୧ ବର୍ଷ ପରେ ସେ ସ୍ବାମୀଙ୍କୁ ଛାଡ଼ପତ୍ର ଦେବାକୁ ଯାଉଛନ୍ତି।
କିଛିଦିନରୁ କନିକା ଏବଂ ସ୍ବାମୀ ଅଙ୍କୁର ଘାଇଙ୍କ ମଧ୍ୟରେ ସମସ୍ୟା ଲାଗି ରହିଥିଲା। ଏପରିକି ସେମାନେ ୪ ବର୍ଷ ଧରି ଅଲଗା ରହୁଥିଲେ। ଏବେ ଛାଡ଼ପତ୍ର ଯାଏ କଥା ପହଞ୍ଚିଛି। ୩ ମାସ ପୂର୍ବେ ସେମାନେ ଏଥିଲାଗି ଆବେଦନ କରିଥିବା ବେଳେ ଆସନ୍ତା ବର୍ଷ ଦୁହେଁ ଅଲଗା ହେବେ ବୋଲି ଜଣାପଡ଼ିଛି।