Advertisement

ପୁଅ ଅଭ୍ୟାନଙ୍କ ସହ ୱାର୍କଆଉଟ୍‌ କଲେ ଦିୟା

ମୁମ୍ବାଇ: ବଲିଉଡ୍‌ର ଷ୍ଟାର୍‌ ଅଭିନେତ୍ରୀମାନଙ୍କ ମଧ୍ୟରୁ ଦିୟା ମିର୍ଜା ଅନ୍ୟତମ। ସେ ନିଜର ନିଖୁଣ ଅଭିନୟ ଦ୍ୱାରା ବହୁବାର ଦର୍ଶକଙ୍କ ପ୍ରଶଂସା ସାଉଁଟିବାରେ ସଫଳ ହୋଇଛନ୍ତି। ମିସ୍‌ ଏସିଆ ୨୦୦୦ ଟାଇଟଲ୍‌ ଜିତିଥିବା ଦିୟା ସୋସିଆଲ ମିଡିଆରେ ବେଶ୍‌ ସକ୍ରିୟ ରୁହନ୍ତି। ସୋମବାର ସେ ତାଙ୍କ ଇନ୍‌ଷ୍ଟାଗ୍ରାମ ହ୍ୟାଣ୍ଡେଲରେ ଏକ ଭିଡିଓ ଶେୟାର କରିଛନ୍ତି। ଏହି ଭିଡିଓରେ ଦିୟା ତାଙ୍କ ପୁଅ ଅଭ୍ୟାନଙ୍କ ସହ ୱାର୍କ୍‌ଆଉଟ୍‌ କରୁଛନ୍ତି।
ଦିୟା ମିର୍ଜା କେବଳ ପରଦାରେ ନୁହେଁ ରିଅଲ ଲାଇଫରେ ମଧ୍ୟ ବହୁ ଫିଟ୍‌ ରୁହନ୍ତି। ସେ ନିଜ ଫିଟ୍‌ନେସ ପାଇଁ ପ୍ରତ୍ୟେକ ଦିନ ଅନେକ ବ୍ୟାୟାମ କରିଥାନ୍ତି। ସୋମବାର ଦିୟା ନିଜ ଇନ୍‌ଷ୍ଟାଗ୍ରାମରେ ଏକ ୱାର୍କଆଉଟ୍‌ ଭିଡିଓ ଶେୟାର କରିଛନ୍ତି, ଯେଉଁଥିରେ ସେ ତାଙ୍କ ପୁଅ ଅଭ୍ୟାନଙ୍କୁ କୋଳରେ ଧରି ବ୍ୟାୟାମ କରୁଛନ୍ତି। ସେ ନିଜ ଫିଟ୍‌ନେସ ସହ ପୁଅ ଅଭ୍ୟାନର ଫିଟ୍‌ନେସ ପ୍ରତି ମଧ୍ୟ ଭଲ ଭାବେ ଯତ୍ନ ନେଉଥିବା ଏହି ଭିଡିଓରେ ଦେଖିବାକୁ ମିଳିଛି। ଦିଆ ଓ ଅଭ୍ୟାନଙ୍କ ଓ୍ବାର୍କଆଉଟ ଭିଡିଓକୁ ଅନେକ ଇନଷ୍ଟାଗ୍ରାମ ୟୁଜର୍ସ ବେଶ୍‌ ପସନ୍ଦ କରିଛନ୍ତି। ଫେବୃଆରୀ ୧୫, ୨୦୨୧ରେ ଅଭିନେତ୍ରୀ ଦିୟା ବିଶିଷ୍ଟ ବ୍ୟବସାୟୀ ବୈଭବ ରେଖୀଙ୍କ ସହ ଦ୍ୱିତୀୟ ବିବାହ କରିଥିଲେ। ଦିୟାଙ୍କର ଗୋଟିଏ ପୁଅ ଓ ଗୋଟିଏ ଝିଅ ରହିଛନ୍ତି। ତାଙ୍କୁ ଶେଷ ଥର ପାଇଁ ଗତ ବର୍ଷ ରିଲିଜ୍‌ ହୋଇଥିବା ତରୁଣ ଦୁଦେଜାଙ୍କ ନିର୍ଦ୍ଦେଶିତ ‘ଧକ୍‌ ଧକ୍‌’ ଫିଲ୍ମରେ ଦେଖିବାକୁ ମିଳିଥିଲା। ଏହି ଫିଲ୍ମରେ ରତ୍ନା ପାଠକ ଶାହା, ଫତିମା ସାନା ଶେଖ୍‌ଙ୍କ ସହ ଦିୟା ମୁଖ୍ୟ ଭୂମିକାରେ ନଜର ଆସିଥିଲେ।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share