Posted inଖେଳ

ଚତୁର୍ଥ ରାଉଣ୍ଡରେ ପ୍ରବେଶ କଲେ ଜୋକୋଭିଚ୍‌

ମେଲବୋର୍ନ, ୨୦ା୧: ସର୍ବୀୟ ଟେନିସ ଷ୍ଟାର ନୋଭାକ୍‌ ଜୋକୋଭିଚ୍‌ ସିଜନର ପ୍ରଥମ ଗ୍ରାଣ୍ଡସ୍ଲାମ ଇଭେଣ୍ଟ ଅଷ୍ଟ୍ରେଲିଆନ ଓପନ ଟେନିସ ପ୍ରତିଯୋଗିତାର ଚତୁର୍ଥ ରାଉଣ୍ଡରେ ପ୍ରବେଶ କରିଛନ୍ତି । ଏହା ତାଙ୍କ ୧୦୦ତମ ମ୍ୟାଚ ଥିଲା । ଟପ୍‌ ସିଡ୍‌ ଜୋକୋଭିଚ୍‌ ତାଙ୍କ ଫର୍ମ ଜାରିରଖିବା ସହ ଶୁକ୍ରବାର ଖେଳାଯାଇଥିବା ୩୦ତମ ସିଡ୍‌ ଥୋମାସ ମାର୍ଟିନ ଇଚିଭେରିଙ୍କୁ ୬-୩, ୬-୩, ୭-୬ (୭-୨)ରେ ହରାଇ ଦେଇଛନ୍ତି । ୩୬ ବର୍ଷୀୟ ଏହି ଟେନିସ ଷ୍ଟାର ଏଠାରେ ଚାମ୍ପିୟନ ହେଲେ ତାଙ୍କ ମୋଟ ଗ୍ରାଣ୍ଡସ୍ଲାମ ଟାଇଟଲ ସଂଖ୍ୟା ୨୫ରେ ପହଞ୍ଚତ୍ବ, ଯଦ୍ଦ୍ବାରା ସେ ଅଷ୍ଟ୍ରେଲିଆର ମାର୍ଗାରେଟ କୋର୍ଟଙ୍କ ଦ୍ୱାରା ପ୍ରତିଷ୍ଠିତ ସର୍ବକାଳୀନ ରେକର୍ଡକୁ ଅତିକ୍ରମ କରିଯିବେ । ଚଳିତ ଟୁର୍ନାମେଣ୍ଟରେ ଏପର୍ଯ୍ୟନ୍ତ ଏହା ତାଙ୍କର ଶ୍ରେଷ୍ଠ ପ୍ରଦର୍ଶନ ଥିଲା ବୋଲି ଜୋକୋଭିଚ୍‌ କହିଛନ୍ତି । ମେଲବୋର୍ନରେ ସେ ଏପର୍ଯ୍ୟନ୍ତ ଖେଳିଥିବା ତାଙ୍କ ୧୦୦ଟି ମ୍ୟାଚ ମଧ୍ୟରୁ ସେ ୯୨ଟିରେ ବିଜୟ ହାସଲ କରିପାରିଛନ୍ତି । ବର୍ତ୍ତମାନ ସେ ସମସ୍ତ ୪ ଗ୍ରାଣ୍ଡସ୍ଲାମରେ ୧୦୦ ଲେଖାଏ ମ୍ୟାଚ ଖେଳିବାରେ ପ୍ରଥମ ଖେଳାଳି ବିବେଚିତ ହୋଇଛନ୍ତିା ପୁରୁଷ ସିଙ୍ଗଲ୍ସରେ ଖେଳାଯାଇଥିବା ଅନ୍ୟ ମ୍ୟାଚଗୁଡ଼ିକରେ ରୁଷିଆର ଆଣ୍ଡ୍ରେ ରୁବ୍ଲେଭ ୬-୨, ୭-୬ (୮-୬), ୬-୪ରେ ଆମେରିକାର ପିଟର କୋଡ୍ରାଙ୍କୁ ହରାଇ ଦେଇଛନ୍ତିା ଅଷ୍ଟ୍ରେଲିଆର ଆଲେକ୍ସ ଡି’ ମିନାଉର ୬-୩,୬-୩, ୬-୧ ସେଟ୍‌ରେ ଇଟାଲୀର ଫାବିଓ କୋବୋଲିଙ୍କୁ ପରାସ୍ତ କରି ଚତୁର୍ଥ ରାଉଣ୍ଡକୁ ଉନ୍ନୀତ ହୋଇଛନ୍ତିା ଗ୍ରୀସ୍‌ର ଷ୍ଟିଫାନସ ସିତ୍‌ସିପାସ ୬-୩, ୬-୦, ୬-୪ରେ ଫ୍ରାନ୍ସର ଲୁକା ଭାନ୍‌ ଆଚ୍‌ଙ୍କୁ ପରାସ୍ତ କରିଛନ୍ତିା
ମହିଳା ବିଭାଗରେ ରୁଷିଆର ସ୍ବଳ୍ପ ବୟସ୍କା ୧୬ ବର୍ଷୀୟା ମିରା ଆନ୍ଦ୍ରିଭା ଦୃଢ ପ୍ରତ୍ୟାବର୍ତ୍ତନ ସହ ଚତୁର୍ଥ ରାଉଣ୍ଡକୁ ଉନ୍ନୀତ ହୋଇଛନ୍ତି । ରୁଷିଆର ଏହି ୧୬ ବର୍ଷ ବୟସ୍କା ନିର୍ଣ୍ଣାୟକ ସେଟ୍‌ରେ ୫-୧ରେ ଅଗ୍ରଣୀ ରହିଥିବା ବେଳେ ଫ୍ରାନ୍ସର ଡିଆନେ ପ୍ୟାରିଙ୍କୁ ୧-୬, ୬-୧, ୭-୬ (୧୦-୫)ରେ ପରାସ୍ତ କରିଛନ୍ତିା ପ୍ରଥମ ଥର ଅଷ୍ଟ୍ରେଲିଆନ ଓପନ ଖେଳିଥିବା ଆନ୍ଦ୍ରିଭା ଗତବର୍ଷ ମଧ୍ୟ ଓ୍ବିମ୍ବେଲଡନରେ ଚତୁର୍ଥ ରାଉଣ୍ଡକୁ ଉନ୍ନୀତ ହୋଇପାରିଥିଲେ । ପୂର୍ବରୁ ଟାଇଟଲ ବଜାୟ ରଖିବା ଲକ୍ଷ୍ୟରେ ଥିବା ଆରିନା ସାବାଲେଙ୍କା ବର୍ତ୍ତମାନ ପୂର୍ବ ରାଉଣ୍ଡରେ ଲିସା ତିସୁରେଙ୍କୋଙ୍କୁ ୬-୦, ୬-୦ରେ ହରାଇ ଦେଇଛନ୍ତି  । ଅନ୍ୟପକ୍ଷରେ ଆଲିସିଆ ପାର୍କଙ୍କ ବିପକ୍ଷରେ କୋକୋ ଗଫ୍‌ ୬-୦-୬-୨ ସେଟ୍‌ରେ ବିଜୟ ହାସଲ କରିଥିବା ବେଳେ ରୁଷୀୟ କ୍ୱାଲିଫାୟର ମାରିଆ ଟିମୋଫିଭା ଦଶମ ସିଡ୍‌ ବିଟ୍ରିଜ ହାଦାଦା ମେଇଆଙ୍କ ବିପକ୍ଷରେ ଚମକପ୍ରଦ ବିଜୟ ହାସଲ କରିଛନ୍ତି ।ଏଥିସହିତ ସେ ୨୦୧୭ ପରେ ଜଣେ ନିମ୍ନ ର଼୍ୟାଙ୍କିଙ୍ଗପ୍ରାପ୍ତ ଖେଳାଳି ହିସାବରେ ମହିଳା ସିଙ୍ଗଲ୍ସ ଚତୁର୍ଥ ରାଉଣ୍ଡ ପ୍ରବେଶରେ ସଫଳ ହୋଇଛନ୍ତି । ମହିଳା ସିଙ୍ଗଲ୍ସରେ ଚେକ୍‌ ରିପବ୍ଲିକର ବାରବୋରା କ୍ରେଜିକୋଭା ୪-୬, ୭-୫, ୬-୩ରେ ଅଷ୍ଟ୍ରେଲିଆର ଷ୍ଟର୍ମ ହଣ୍ଟରଙ୍କୁ ହରାଇ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

କଳିକେଶ ଜାତୀୟ ରାଇଫଲ ଆସୋସିଏଶନ ସଭାପତି ଭାବେ ନିର୍ବାଚିତ

ନୂଆଦିଲ୍ଲୀ,୨୧ା୯: କଳିକେଶ ନାରାୟଣ ସିଂଦେଓ ନ୍ୟାଶନାଲ ରାଇଫଲ ଆସୋସିଏଶନ ଅଫ୍‌ ଇଣ୍ଡିଆ (ଏନ୍‌ଆରଏଆଇ)ର ସଭାପତି ଭାବେ ନିର୍ବାଚିତ ହୋଇଛନ୍ତି। ସ୍ଥାନୀୟ କନଷ୍ଟିଚ୍ୟୁଶନ କ୍ଲବ ଅଫ୍‌ ଇଣ୍ଡିଆଠାରେ...

ଗିଲ୍‌ଙ୍କ ଚମତ୍କାର ଶତକ: ବାଂଲାଦେଶକୁ ବିଶାଳ ଟାର୍ଗେଟ୍‌

ଚେନ୍ନାଇ,୨୧।୯: ବାଂଲାଦେଶ ବିପକ୍ଷରେ ୨୮୭/୪ ସ୍କୋରରେ ଭାରତ ଦ୍ୱିତୀୟ ଇନିଂସ ଘୋଷଣା କରିଛି। ଟିମ ଇଣ୍ଡିଆ ପ୍ରଥମ ଇନିଂସରେ ୩୭୬ ରନ ସଂଗ୍ରହ କରିଥିଲା। ଏଥି...

କିଛି ଜିନିଷ ସିକ୍ରେଟ୍‌ ରହିବା ଭଲ: ରିଷଭ ପନ୍ତଙ୍କ ସହ ଡେଟିଂଙ୍କୁ ନେଇ ମୁହଁ ଖୋଲିଲେ ଉର୍ବଶୀ

ବଲିଉଡ ଅଭିନେତ୍ରୀ ଉର୍ବଶୀ ରଉତେଲା ପ୍ରାୟତଃ ଭାରତୀୟ କ୍ରିକେଟର ରିଷଭ ପନ୍ତଙ୍କ ସହ ଡେଟିଂ ବିଷୟରେ ଗୁଜବ ପ୍ରଚାର କରିଥା’ନ୍ତି। ସୋସିଆଲ ମିଡିଆରେ ବାରମ୍ବାର ଆଲୋଚନା...

୬୩୭ ଦିନ ପରେ ଟେଷ୍ଟରେ କମାଲ୍‌ କଲେ ପନ୍ତ

ଚେନ୍ନାଇ,୨୧।୯: ଟିମ ଇଣ୍ଡିଆର ତାରକା ଉଇକେଟ କିପର-ବ୍ୟାଟ୍ସମ୍ୟାନ ରିଷଭ ପନ୍ତଙ୍କ ଟେଷ୍ଟ କ୍ରିକେଟ ପ୍ରତ୍ୟାବର୍ତ୍ତନ ଦୃଢ ଼ ପ୍ରମାଣିତ ହେଉଛି। ଦେଢ ବର୍ଷରୁ ଅଧିକ ସମୟ...

ପାଟିରେ କଳାଫିତା କାମୁଡି ବ୍ୟାଟିଂ କଲେ ବାଂଲାଦେଶ ବ୍ୟାଟ୍ସମ୍ୟାନ୍‌: ଜାଣନ୍ତୁ କାହିଁକି

ନୂଆଦିଲ୍ଲୀ,୨୧।୯: ଚେନ୍ନାଇ ଟେଷ୍ଟର ଦ୍ୱିତୀୟ ଦିନରେ ବାଂଲାଦେଶ ଅଲରାଉଣ୍ଡର ଶାକିବ ଅଲ ହାସନ ପାଟିରେ ଏକ କଳାଫିତା କାମୁଡି ବ୍ୟାଟିଂ କରିବାକୁ ବାହାରିଥିଲେ। ଶାକିବଙ୍କ ଭିଡିଓ...

୫୧ ବର୍ଷ ପୁରୁଣା ରେକର୍ଡ ଭାଙ୍ଗିଲେ ଯଶସ୍ବୀ ଜୟସ୍ବାଲ: ଗାଭାସ୍କରଙ୍କୁ ପଛରେ ପକାଇଲେ

ଚେନ୍ନାଇ,୨୧।୯: ଚେନ୍ନାଇରେ ଭାରତ ଏବଂ ବାଂଲାଦେଶ ମଧ୍ୟରେ ଖେଳାଯାଉଥିବା ଟେଷ୍ଟ ଏକ ରୋମାଞ୍ଚକର ମୋଡ଼ରେ ପହଞ୍ଚିଛି। ଦୁଇ ଦିନ ମଧ୍ୟରେ ଦୁଇଟି ଇନିଂସ ଶେଷ ହୋଇଛି।...

ଦକ୍ଷିଣ ଆଫ୍ରିକାକୁ ଧୂଳିଚଟାଇ ଇତିହାସ ରଚିଲା ଆଫଗାନିସ୍ତାନ

ନୂଆଦିଲ୍ଲୀ,୨୧।୯: ଆଫଗାନିସ୍ତାନ ଇତିହାସ ସୃଷ୍ଟି କରିଛି। ଦିନିକିଆ ସିରିଜରେ ଆଫଗାନିସ୍ତାନ ପ୍ରଥମ ଥର ପାଇଁ ଦକ୍ଷିଣ ଆଫ୍ରିକାକୁ ପରାସ୍ତ କରିଛନ୍ତି। ଆଫଗାନିସ୍ତାନ ଏବଂ ଦକ୍ଷିଣ ଆଫ୍ରିକା...

ଭାରତ ୩୦୮ ରନ୍‌ରେ ଆଗୁଆ

ଚେନ୍ନାଇ,୨୧ା୯: ଚେନ୍ନାଇରେ ଅନୁଷ୍ଠିତ ବାଂଲାଦେଶ ବିପକ୍ଷ ପ୍ରଥମ ଟେଷ୍ଟରେ ଭାରତୀୟ ପେସ୍‌ ବୋଲର ଚମତ୍କାର ବୋଲିଂ କରିଥିବା ବେଳେ ଦ୍ୱିତୀୟ ଦିନର ଷ୍ଟମ୍ପ ଅପସାରଣ ବେଳକୁ...

Advertisement
Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri