Categories: ଖେଳ

ଭିଜା ମିଳିବା ପରେ ଖୁସି ଜାହିର କଲେ ଜୋକୋଭିଚ

କାନବେରା,୧୭ା୧୧: ସର୍ବିଆର ନୋଭାକ୍‌ ଜୋକୋଭିଚଙ୍କୁ ମିଳିଛି ଅଷ୍ଟ୍ରେଲିଆ ଭିଜା। ଗୁରୁବାର ଏହି ସୂଚନା ମିଳିବା ସହିତ ସେ ଆସନ୍ତା ବର୍ଷର ଅଷ୍ଟ୍ରେଲିଆନ ଓପନରେ ଅଂଶଗ୍ରହଣ କରିବା ଆପାତତଃ ସ୍ପଷ୍ଟ ହୋଇଛି। ୨୦୨୨ ଜାନୁୟାରୀରେ କୋଭିଡ୍‌-୧୯ ଟିକାକରଣ ବିବାଦ କାରଣରୁ ତାଙ୍କୁ ଅଷ୍ଟ୍ରେଲିଆରୁ ପ୍ରତ୍ୟର୍ପଣ କରାଯାଇଥିଲା। ଏହା ବିରୋଧରେ ସେ କୋର୍ଟରେ ଆବେଦନ କରିଥିଲେ। ହେଲେ ତାଙ୍କୁ ନିରାଶ ହେବାକୁ ପଡିଥିଲା।

ଏପରିକି ୩ ବର୍ଷ ପାଇଁ ଜୋକୋଭିଚଙ୍କ ଭିଜାକୁ ଋଦ୍ଦ କରି ଦିଆଯାଇଥିଲା। ହେଲେ ଅଷ୍ଟ୍ରେଲିଆ ଭିଜା ନିୟମରେ ସଂଶୋଧନ ହେବା ପରେ ଅଷ୍ଟ୍ରେଲିଆନ୍‌ ଓପନରେ ତାଙ୍କର ଅଂଶଗ୍ରହଣ ସମ୍ଭାବନା ସୃଷ୍ଟି ହୋଇଥିଲା। ଗୁରୁବାର ପ୍ରବାସ ବିଭାଗ(ଇମିଗ୍ରେସନ୍‌) ମନ୍ତ୍ରୀ ଆଣ୍ଡ୍ର୍ୟୁ ଗାଇଲ୍ସ ଏନେଇ ସ୍ପଷ୍ଟୋକ୍ତି ପ୍ରଦାନ କରିବା ସହିତ ଜୋକୋଭିଚ୍‌ଙ୍କ ଭିଜାକୁ ସବୁଜ ସଙ୍କେତ ପ୍ରଦାନ କରିଛନ୍ତି। ଏହି ନିଷ୍ପତ୍ତି ଆସିବା ପରେ ଖୁସି ଜାହିର କରିଛନ୍ତି ୩୫ ବର୍ଷୀୟ ଜୋକୋଭିଚ୍‌।

Share