ପ୍ୟାରିସ,୧।୩ : ଏଟିପି ର଼୍ୟାଙ୍କିଙ୍ଗ୍ର ଶୀର୍ଷରେ ରହିବାରେ କିମ୍ବଦନ୍ତୀ ରୋଜର ଫେଡରରଙ୍କ ସର୍ବକାଳୀନ ରେକର୍ଡର ସମକକ୍ଷ ହୋଇଛନ୍ତି ନୋଭାକ ଜୋକୋଭିଚ୍। ଟେନିସ ଇତିହାସର ଏହି ଦୁଇ ମହାନ ଖେଳାଳି ୩୧୦ ସପ୍ତାହ ଧରି ଏଟିପି ର଼୍ୟାଙ୍କିଙ୍ଗ୍ ଶୀର୍ଷରେ ରହିଛନ୍ତି। ଗତ ମାସରେ କ୍ୟାରିୟରର ୯ମ ଅଷ୍ଟ୍ରେଲିଆଲ ଓପନ ଓ ୧୮ତମ ଗ୍ରାଣ୍ଡସ୍ଲାମ ଟାଇଟଲ ହାତେଇବା ପରେ ଫେଡରରଙ୍କ ରେକର୍ଡ ଭାଙ୍ଗିବା ସୁନିଶ୍ଚିତ ହୋଇଥିଲା।
ଗତବର୍ଷ ଫେବୃୟାରୀରେ ରାଫାଲ ନାଡାଲଙ୍କୁ ହଟାଇ ପୋଲ ପୋଜିଶନକୁ ହାତେଇଥିଲେ ଜୋକୋଭିଚ୍। ୬ଷ୍ଠ ଥର ପାଇଁ ନଂ ୧ ପୁରୁଷ ସିଙ୍ଗଲ୍ସ ଖେଳାଳି ଭାବେ ବର୍ଷ ଶେଷ କରିଥିଲେ। ୨୦୧୪ ଜୁଲାଇରୁ ୨୦୧୬ ନଭେମ୍ବର ପର୍ଯ୍ୟନ୍ତ ସର୍ବାଧିକ ୧୨୨ ସପ୍ତାହ ଧରି ଶୀର୍ଷସ୍ଥାନରେ ରହିଥିଲେ ୩୨ ବର୍ଷୀୟ କେଳାଳି। ଏହି ରେକର୍ଡ ଏବେ ମଧ୍ୟ ଫେଡରର (୨୩୭ ସପ୍ତାହ)ଙ୍କ ନାମ ରହିଛି।