Categories: ଖେଳ

ରେକର୍ଡ ସମକକ୍ଷ ହେବା ପରେ ଘାସ ଖାଇଲେ କିମ୍ବଦନ୍ତୀ

ଲଣ୍ଡନ,୧୧।୭: ବିଶ୍ୱର ନଂ ୧ ର଼୍ୟାଙ୍କଧାରୀ ପୁରୁଷ ସିଙ୍ଗଲ୍ସ ଖେଳାଳି ନୋଭାକ୍‌ ଜୋକୋଭିଚ୍‌ ଚଳିତ ଓ୍ବିମ୍ବେଲଡନ ଓପନକୁ ଜିତି ନେଇଛନ୍ତି। ଫାଇନାଲରେ ମାଟେଓ ବରେଟିନିଙ୍କୁ ୬(୪)-୭, ୬-୪, ୬-୪, ୬-୩ ସେଟ୍‌ରେ ହରାଇ ଏହି ସଫଳତା ପାଇଛନ୍ତି ସର୍ଭିଆନ ଚାମ୍ପିୟନ। ମ୍ୟାଚ୍‌ ଜିତିବା ପରେ କୋର୍ଟରେ ଆତ୍ମବିଭୋର ହୋଇ ଘାସ ଖାଇଥିଲେ। ଏହାର ଭିଡିଓ ଓ୍ବିମ୍ବେଲଡନ ଓପନ ପକ୍ଷରୁ ଶେୟାର କରାଯାଇଛି।

ଏହା ଜୋକୋଭିଚ୍‌ଙ୍କ କ୍ୟାରିୟରର ୬ଷ୍ଠ ଓ୍ବିମ୍ବେଲଡନ ଟାଇଟଲ। ମୋଟ ଉପରେ ୨୦ତମ ଗ୍ରାଣ୍ଡସ୍ଲାମ। ଏଥିସହିତ ପୁରୁଷ ସିଙ୍ଗଲ୍ସରେ ସର୍ବାଧିକ ଗ୍ରାଣ୍ଡସ୍ଲାମ ଟାଇଟଲ ଜିତିଥିବା ରୋଜର ଫେଡରର ଓ ରାଫାଲ ନାଡାଲଙ୍କ ସମକକ୍ଷ ହୋଇଛନ୍ତି ଜୋକୋଭିଚ୍‌।

Share