Categories: ଜାତୀୟ

ଡି କେ ଶିବକୁମାର ଦେଶର ସବୁଠାରୁ ଧନୀ ବିଧାୟକ, ଟପ ୩୦ରେ କର୍ନାଟକର ସମସ୍ତ ବିଧାୟକ

ନୂଆଦିଲ୍ଲୀ,୨୧।୭: କର୍ନାଟକ ବିଧାନସଭା ନିର୍ବାଚନରେ କଂଗ୍ରେସ ୧୩୫ ଆସନ ହାସଲ କରିଥିଲା। ଏହାସହ ଅନ୍ୟ ଦଳଙ୍କୁ ବିରୋଧୀ ଆଡକୁ ଠେଲି ଦେଇଥିଲା। କର୍ନାଟକ ନିର୍ବାଚନରେ ବହୁମତ ହାସଲ କରିଥିବା କଂଗ୍ରେସ ଏମିତି ୧୯ ବିଧାୟକଙ୍କୁ ଟିକେଟ ଦେଇଥିଲା ଯେଉଁମାନେ ଅରବପତି। ଆସୋସିଏଶନ ଫର ଡେମୋକ୍ରାଟିକ ରିଫର୍ମସ(ଏଟିଆର) ଅନୁଯାୟୀ, କର୍ନାଟକ ନିର୍ବାଚନରେ ୩୨ ଏମିତି ବିଧାୟକ ବିଜୟୀ ହୋଇଥିଲେ ଯେଉଁମାନେ ଦେଶର ସବୁଠାରୁ ଧନୀ ବିଧାୟକ। ଏହି ବିଧାୟକଙ୍କ ନିକଟରେ ୧୦୦ କୋଟିରୁ ଅଧିକ ସମ୍ପତ୍ତି ରହିଛି।

ଏହି ୩୨ ବିଲିୟନେୟାର ବିଧାୟକଙ୍କ ମଧ୍ୟରୁ କେବଳ ୧୯ ଜଣ କଂଗ୍ରେସ ବିଧାୟକ ଅଛନ୍ତି। ଏହା ବ୍ୟତୀତ ଭାଜପାର ୯ ଜଣ ବିଧାୟକ, ୨ ଟି ଜେଡିଏସ, ଗୋଟିଏ କେଆରପିପି ଏବଂ ଜଣେ ବିଧାୟକ ସ୍ବାଧୀନ ଅଟନ୍ତି। ତେବେ ଏହି ୩୨ ବିଲିୟନେୟାର ବିଧାୟକଙ୍କ ମଧ୍ୟରୁ ସବୁଠାରୁ ଧନୀ ୩ ଜଣ ବିଧାୟକ ରହିଛନ୍ତି। ଯେଉଁଥିରେ କର୍ନାଟକର ଉପମୁଖ୍ୟମନ୍ତ୍ରୀ ଡି.କେ ଶିବକୁମାର ଏକ ନମ୍ବରରେ ଅଛନ୍ତି।

ଅସ୍ଥାବର ସମ୍ପତ୍ତି ଦୃଷ୍ଟିରୁ, ଶିବକୁମାରଙ୍କର ୧,୪୧୩ କୋଟି ଟଙ୍କା ସମ୍ପତ୍ତି ଅଛି। ଶିବକୁମାର ତାଙ୍କ ୨୦୨୩ ନିର୍ବାଚନ ଆଫିଡେଭଟରେ ଦାବି କରିଛନ୍ତି ଯେ ତାଙ୍କର ଟୟୋଟା କ୍ୱାଲିସ ଅଛି। ଏହା ବ୍ୟତୀତ ତାଙ୍କର ଦୁଇଟି ମହଙ୍ଗା ହାତ ଘଣ୍ଟା ରୋଲେକ୍ସ ଏବଂ ହବଲୋଟ ସହିତ ୨ କିଲୋଗ୍ରାମ ସୁନା ଏବଂ ୧୨ କିଲୋଗ୍ରାମ ରୂପା ଅଛ। ତାଙ୍କର ମୋଟ ସମ୍ପତ୍ତି ୨୭୩ କୋଟି ଟଙ୍କା ରହିଛି।

Share