ବେଙ୍ଗାଲୁରୁ,୧୫।୫: କର୍ନାଟକ ବିଧାନସଭା ନିର୍ବାଚନରେ କଂଗ୍ରେସର ବିପୁଳ ବିଜୟ ପରେ ଏବେ ମୁଖ୍ୟମନ୍ତ୍ରୀ ପଦକୁ ନେଇ ଚାଲିଛି ମନ୍ଥନ। ସିଏମ ରେସରେ ସିଦ୍ଧାରାମାୟାଙ୍କୁ ଡିକେ ଶିବକୁମାର ବରାବର ଟକ୍କର ଦେଉଛନ୍ତି। କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖାର୍ଗେ ଏବେ ଯେ କୌଣସି ମୁହୂର୍ତ୍ତରେ ମୁଖ୍ୟମନ୍ତ୍ରୀଙ୍କ ନାମ ଘୋଷଣା କରିପାରନ୍ତି। ଇତି ମଧ୍ୟରେ କର୍ନାଟକ କଂଗ୍ରେସର ଅଧ୍ୟକ୍ଷ ଡିକେ ଶିବକୁମାରଙ୍କ ବୟାନ ଆସିଛି।
ଶିବକୁମାର କହିଛନ୍ତି, ମୁଖ୍ୟମନ୍ତ୍ରୀ କିଏ ହେବେ ତାହା ଦଳର ମୁଖିଆ ନିଷ୍ପତ୍ତି ନେବେ ମୁଁ ଦିଲ୍ଲୀ ଯିବି ନାହିଁ। ସୂଚନାଯୋଗ୍ୟ, ସୋମବାର ସିଦ୍ଧାରାମାୟା ଓ ଡିକେ ଶିବକୁମାର ଦିଲ୍ଲୀରେ କଂଗ୍ରେସ ନେତା ସୋନିଆ ଗାନ୍ଧୀ, ରାହୁଲ, ଗାନ୍ଧୀ ଓ ମଲ୍ଲିକାର୍ଜୁନ ଖାର୍ଗେଙ୍କୁ ଭେଟିବାର ସମ୍ଭାବନା ଥିଲା। ଶିବକୁମାର କହିଛନ୍ତି, ଆଜି ମୋର ଜନ୍ମଦିନ ମୋର ଏଠାରେ ପୂଜା କରିବାର ଅଛି। ଦଳ ପାଇଁ ମୋତେ ଯାହା କରିବାର ଥିଲା ତାହା ମୁଁ କରି ଦେଇଛି। କର୍ନାଟକର ଜନତା ମୋ ଉପରେ ଭରସା ରଖିଛନ୍ତି, ମୋତେ ୧୩୫ ଆସନ ଦେଇଛନ୍ତି, ଏହାଠାରୁ ବଡ ଉପହାର ମୋତେ ଆବଶ୍ୟକ ନାହିଁ।
Posted inଜାତୀୟ