Categories: ଜାତୀୟ

ଆଜି ଦିଲ୍ଲୀ ଯିବେ ଶିବକୁମାର

ନୂଆଦିଲ୍ଲୀ,୧୬।୫: କଂଗ୍ରେସର କର୍ନାଟକ ସଭାପତି ଡି.କେ ଶିବକୁମାର ମଙ୍ଗଳବାର ଦିଲ୍ଲୀ ଯିବେ। ଦିଲ୍ଲୀରେ ପହଞ୍ଚିବା ପରେ ରାଜ୍ୟରେ ସରକାର ଗଠନ ସମ୍ପର୍କରେ ଆଲୋଚନା କରିବେ। ଶିବକୁମାରଙ୍କ ଭାଇ ତଥା ଦଳର ଏମ୍‌ପି ଡି.କେ ସୁରେଶ ଏହି ସୂଚନା ଦେଇଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ପଦବୀ ପାଇଁ କଂଗ୍ରେସ ନେତୃତ୍ୱ ସୋମବାର ଶିବକୁମାର ଏବଂ ପୂର୍ବତନ ମୁଖ୍ୟମନ୍ତ୍ରୀ ସିଦ୍ଧାରାମାୟାଙ୍କୁ ଆଲୋଚନା ପାଇଁ ଦିଲ୍ଲୀ ଡାକିଥିଲେ। ସୋମବାର ଅପରାହ୍ନରେ ସିଦ୍ଧାରାମାୟା ଦିଲ୍ଲୀରେ ପହଞ୍ଚିଥିଲେ, କିନ୍ତୁ ସ୍ବାସ୍ଥ୍ୟଗତ କାରଣ ଦର୍ଶାଇ ଶିବକୁମାର ଶେଷ ମୁହୂର୍ତ୍ତରେ ତାଙ୍କର ଗସ୍ତକୁ ବାତିଲ କରିଦେଇଥିଲେ। ଅନ୍ୟପଟେ, ଆଜି କଂଗ୍ରେସ କର୍ନାଟକ ମୁଖ୍ୟମନ୍ତ୍ରୀଙ୍କ ନାମ ଘୋଷଣା କରିପାରେ ବୋଲି କୁହାଯାଉଛି।

 

Share