Categories: ଜାତୀୟ

ଡି.କେ.ଶିବକୁମାରଙ୍କ ହେଲିକପ୍ଟର ଦୁର୍ଘଟଣା ଗ୍ରସ୍ତ: ମଝି ଆକାଶରେ ଇଗଲ ସହ ଧକ୍କା, କକପିଟ୍‌ର କାଚ ଭାଙ୍ଗିଲା…

ବେଙ୍ଗାଲୁରୁ,୨।୫ : କର୍ନାଟକରେ ବିଧାନସଭା ର୍ନିବାଚନ ପ୍ରଚାର ଜୋରସୋର ଜାରି ରହିଛି। ବିଧାନସଭା ନିର୍ବାଚନର ତାରିଖ ପାଖେଇ ଆସୁଥିବାରୁ ଭେଟେରାନ ନେତାମାନେ ପ୍ରଚାରକୁ ଜୋରଦାର କରିଛନ୍ତି। ଏହି ସମୟରେ କଂଗ୍ରେସର ବରିଷ୍ଠ ନେତା ଡି.କେ ଶିବକୁମାରଙ୍କ ବିଷୟରେ ଏକ ବଡ ଖବର ସାମ୍ନାକୁ ଆସିଛି। ଡି.କେ ଶିବକୁମାରଙ୍କ ହେଲିକପ୍ଟରର ଜରୁରୀ ଅବତରଣ କରାଯାଇଛି। ତାଙ୍କ ଚପର ସହିତ ମଝି ଆକାଶରେ ଏକ ଇଗଲ ଧକ୍କା ହୋଇଛି।

ଶିବକୁମାର ତାଙ୍କ ଚପରରେ କୋଲାର ନିକଟ ମୁଲବାଗିଲୁକୁ ଯାତ୍ରା କରୁଥିଲେ। ବେଙ୍ଗାଲୁରୁଠାରୁ ୪୦ କିଲୋମିଟର ଦୂରରେ ଥିବା ହୋସକୋଟ ନିକଟରେ ଇଗଲ ସହିତ ଧକ୍କା ଯୋଗୁ ଚପରର କକ୍‌ପିଟ କାଜ ଭାଙ୍ଗି ଯାଇଇଥିଲା। ଏହା ପରେ ପାଇଲଟ ଶୀଘ୍ର ହାଲ ବିମାନବନ୍ଦରରେ ଚପରର ଜରୁରୀ ଅବତରଣ କରିଥିଲେ। ତେବେ ଏହି ଦୁର୍ଘଟଣାରେ ଶିବକୁମାର ଏବଂ ପାଇଲଟ ଅଳ୍ପକେ ରକ୍ଷା ପାଇଛନ୍ତି।

Share