ଡିକେଡିଏ, ଓପିଲିପି କର୍ମଚାରୀଙ୍କ ସମ୍ପୃକ୍ତି ନାହିଁ: ଅତିରିକ୍ତ ଜିଲାପାଳ

ବିଷମକଟକ,୧୩।୫(ଡି.ଏନ.ଏ.): ବିଷମକଟକ ବ୍ଲକ ନିୟମଗିରି ପାହାଡ଼ ପାଦଦେଶରେ ଥିବା ବାଲାପାଇ ଗ୍ରାମର ଟିମି ପୁଷିକାଙ୍କୁ ଓପିଲିପି ପ୍ରତାରଣା କରିଥିବା ନେଇ କୌଣସି ସତ୍ୟତା ନାହିଁ ବୋଲି ଶୁକ୍ରବାର ଅତିରିକ୍ତ ଜିଲାପାଳ ଧର୍ମାନନ୍ଦ ବେହେରା ସୂଚନା ଦେଇଛନ୍ତି।
ଟିମି ଗୁରୁବାର ରାୟଗଡ଼ା ଯାଇ ଅତିରିକ୍ତ ଜିଲାପାଳ ବେହେରାଙ୍କୁ ଓଡ଼ିଶା ଆଦିବାସୀ ଜନଜାତି ସଶକ୍ତୀକରଣ ଓ ଜୀବିକା ଉନ୍ନତୀକରଣ (ଓପିଲିପି) ସଂସ୍ଥା ବିରୋଧରେ ଅଭିଯୋଗ କରିଥିଲେ। ଶୁକ୍ରବାର ବ୍ଲକରେ ଏମଜିଏନଆରଇଜିଏସର ଜନଶୁଣାଣି କାର୍ଯ୍ୟକ୍ରମରେ କିଞ୍ଜାମଯୋଡି ଗ୍ରାମ ଓପିଲିପି ସଂସ୍ଥାର ସଭାପତି ଓ ଅନ୍ୟାନ୍ୟ ସଦସ୍ୟଙ୍କ ସହିତ ଗ୍ରାମବାସୀ ଆସି ଟିମିଙ୍କ ଅଭିଯୋଗ ମିଛ ବୋଲି ଅତିରିକ୍ତ ଜିଲାପାଳଙ୍କୁ ଲିଖିତ ଭାବେ ଜଣାଇଥିଲେ। ଏହାକୁ ଭିତ୍ତିକରି ଅତିରିକ୍ତ ଜିଲାପାଳ ଓ ବିଷମ କଟକ ଗୋଷ୍ଠୀ ଉନ୍ନୟନ ଅଧିକାରୀ ସଦାଶିବ ନାୟକ, ଅଧ୍ୟକ୍ଷ ଯଶୋଦା ହୁଇକ, ଉପାଧ୍ୟକ୍ଷ ଦେବୀ ପ୍ରସାଦ ପଟ୍ଟନାୟକ ବାଲାପାଇ ଗ୍ରାମକୁ ଯାଇ ଟିମିଙ୍କୁ ଭେଟିଥିଲେ। ଟିମି କହିଥିଲେ ରାୟଗଡ଼ାର ୩ଜଣ ଗଣମାଧ୍ୟମ ପ୍ରତିନିଧି ବାଧ୍ୟ କରି ଓପିଲିପି ନାଁରେ ମିଥ୍ୟା ଅଭିଯୋଗ କରିବା ପାଇଁ କହିଥିଲେ। ଆଳୁ ବିହନ ଓ ଟଙ୍କା ପ୍ରଲୋଭନ ଦେଖାଇ ଓପିଲିପି ସଂସ୍ଥା ବିରୋଧରେ ମୋ ଦ୍ୱାରା କୁହାଇଛନ୍ତି। ସେ ଗ୍ରାମର ବାରିକଙ୍କ ଠାରୁ ବେଳେ ଧାର ନେଇଥାନ୍ତି । କିନ୍ତୁ ଓପିଲିପିର କୌଣସି କର୍ମଚାରୀଙ୍କୁ କେବେ ଲାଞ୍ଚ ଦେଇନାହାନ୍ତି କି ତାଙ୍କୁ କେହି ଲାଞ୍ଚ ମାଗିନାହାନ୍ତି ବୋଲି କହିଥିଲେ। ଟିମିଙ୍କ ଅଭିଯୋଗ ପଛରେ ଓପିଲିପି ସଂସ୍ଥାର କୌଣସି କର୍ମଚାରୀ ସମ୍ପୃକ୍ତି ନାହିଁ । କେତେଜଣ ସାମ୍ବାଦିକ ତାଙ୍କୁ ଏଭଳି ପ୍ରବର୍ତାଇଥିବା ଅତିରିକ୍ତ ଜିଲାପାଳ ଧର୍ମାନନ୍ଦ ବେହେରା ସୂଚନା ଦେଇଛନ୍ତି ।
ଓପିଲିପି ସଂସ୍ଥା ଦ୍ୱାରା ଅଞ୍ଚଳରେ ବିଭିନ୍ନ ପ୍ରକାର ଉନ୍ନୟନମୂଳକ କାର୍ଯ୍ୟକ୍ରମ ହୋଇଛିା ଯାହାଦ୍ୱାରା ଅଞ୍ଚଳବାସୀଙ୍କର ଆର୍ଥିକ ଓ ସାମାଜିକ ବିକାଶ ହୋଇଛି । ଏଣୁ ଓପିଲିପି ସଂସ୍ଥା ନାମରେ ଅଯଥା ମିଥ୍ୟା ଅଭିଯୋଗ କରିବାକୁ ଯଦି ଆଗାମୀ ଦିନରେ କୌଣସି ସାମ୍ବାଦିକ ପ୍ରବର୍ତ୍ତାଇବାକୁ ଚେଷ୍ଟା କରନ୍ତି ତା’ହେଲେ ସେମାନଙ୍କୁ ଅଞ୍ଚଳରେ ପୁରାଇଦେବୁ ନାହିଁ ବୋଲି କିଞ୍ଜାମଯୋଡିବାସୀ କହିଛନ୍ତି । ଜନଶୁଣାଣିରେ ଅଭିଯୋଗ ପତ୍ର ପ୍ରଦାନ ସମୟରେ ଡମ୍ପ ପୁଷିକା, ଜଟିଆ ପି ଓ ଶତାଧିକ ଗ୍ରାମବାସୀ ଉପସ୍ଥିତ ଥିଲେ ।


Enter your email to get our daily news in your inbox.

All Right Reserved By Dharitri.Com

୧୦୮ ଆମ୍ବୁଲାନ୍ସ ମହାସଙ୍ଘର ଚେତାବନୀ: ଦାବି ପୂରଣ ନ ହେଲେ ସମ୍ପୂର୍ଣ୍ଣ କାର୍ଯ୍ୟବନ୍ଦ

ଭବାନୀପାଟଣା,୨୮।୧୦(ଉତ୍ତମ କୁମାର ଦାଶ): ଅଲ୍‌ ଓଡ଼ିଶା ୧୦୮ କର୍ମଚାରୀ ମହାସଙ୍ଘ କଳାହାଣ୍ଡି ଶାଖା ପକ୍ଷରୁ ସୋମବାର ସ୍ଥାନୀୟ ଜିଲାପାଳ ଏବଂ ସିଡିଏମ୍‌ଓଙ୍କୁ ଏକ ୧୧ ଦଫା...

ଚାଲାଣ ପାଇଁ ୧୨ ଶ୍ରମିକଙ୍କୁ ଲୁଚାଇ ରଖିଥିଲେ ଦଲାଲ: ମାଡ଼ିବସିଲା ପୋଲିସ

ଲାଠୋର,୨୮।୧୦(ଭୁବନେଶ୍ୱର ବାରିକ): ଲାଠୋର ପୋଲିସ ସୋମବାର ସନ୍ଧ୍ୟାରେ ଲାଠୋର ଗ୍ରାମର ଏକ ପରିତ୍ୟକ୍ତ ଘରୁ ୧୨ ଜଣ ଦାଦନ ଶ୍ରମିକ ଓ ଜଣେ ଶିଶୁଙ୍କୁ ଉଦ୍ଧାର...

ପାରିଶ୍ରମିକ ବୃଦ୍ଧି ନେଇ ମୁଖ୍ୟମନ୍ତ୍ରୀଙ୍କ ପାଖରେ ଅଭିଯୋଗ ଆଣିଲେ ସ୍ବେଚ୍ଛାଗ୍ରାହୀ

କୋକସରା,୨୮ା୧୦(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): ପାରିଶ୍ରମିକ ବୃଦ୍ଧି ଓ ଥଇଥାନ ନେଇ କଳାହାଣ୍ଡି ଜିଲା ସ୍ବେଚ୍ଛାଗ୍ରାହୀ ସଂଘ ପକ୍ଷରୁ ସଭାପତି ତେଜରାଜ ଦୁରିଆଙ୍କ ନେତୃତ୍ୱରେ ଭୁବନେଶ୍ୱରଠାରେ ମୁଖ୍ୟମନ୍ତ୍ରୀଙ୍କ...

୧୪ ବର୍ଷ ପୂର୍ବେ ନାବାଳିକାଙ୍କୁ ଦେଇଥିଲେ ଯୌନ ନିର୍ଯାତନା: ଏବେ ମିଳିଲା ଦଣ୍ଡ

ଭବାନୀପାଟଣା,୨୮ା୧୦(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଭବାନୀପାଟଣା ଟାଉନ ଥାନା ଅଞ୍ଚଳରେ ୨୦୨୦ରେ ଜଣେ ନାବାଳିକାଙ୍କୁ ଯୌନ ନିର୍ଯାତନା ମାମଲାର ରାୟ ସୋମବାର ପ୍ରକାଶ ପାଇଛି।...

ପ୍ରଣିତା ହେଲେ ହିଞ୍ଜିଳିକାଟୁ ପୌର ପରିଷଦର କାର୍ଯ୍ୟ ନିର୍ବାହୀ ଅଧିକାରୀ

ହିଞ୍ଜିଳିକାଟୁ, ୨୮।୧୦(ଦ୍ବିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳିକାଟୁ ପୌର ପରିଷଦର କାର୍ଯ୍ୟ ନିର୍ବାହୀ ଅଧିକାରୀ ଭାବେ ସୋମବାର ଦାୟିତ୍ୱ ନେଇଛନ୍ତି ପ୍ରବୋସନାରୀ ଆଇଏଏସ ପ୍ରଣିତା ଦାସ...

ବାପା ଗାଡି ଚାଳକ, ଝିଅ ପାଇଲେ ଓଏଏସ୍‌: ଏବେ ମିଳୁଛି ଗଦାଗଦା ପୁରସ୍କାର

ଦାରିଙ୍ଗବାଡି,୨୮।୧୦ (ଅରୁଣ ସାହୁ ):କନ୍ଧମାଳ ଜିଲା ଦାରିଙ୍ଗବାଡିର ରୁନିତା ପ୍ରଧାନ ୨୦୨୨ ଓଡିଶା ସିଭିଲ ସର୍ଭିସ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଛନ୍ତି। ଜିଲାରୁ ୭ ଜଣ ଏହି...

ଦୁର୍ନୀତିକୁ ଦିଆଯିବନି ପ୍ରଶୟ: ଅଙ୍ଗନାୱାଡି କର୍ମୀଙ୍କୁ ଶପଥ ପାଠ କରାଇଲେ ସିଡିପିଓ

ଦାରିଙ୍ଗବାଡି,୨୮।୧୦(ଅରୁଣ ସାହୁ): ରାଜ୍ୟରେ ଚାଲିଛି ଦୁର୍ନୀତି ନିବାରଣ ସଚେତନ କାର୍ଯ୍ୟକ୍ରମ। ସରକାରଙ୍କ ବିଭିନ୍ନ କାର୍ଯ୍ୟାଳୟରେ ଏନେଇ ସଚେତନ କରାଯାଉଛି। ଏହି କ୍ରମରେ ଦାରିଙ୍ଗବାଡିର ସମନ୍ବିତ ଶିଶୁ...

ରେଳ ମେଲ୍‌ସେବା ସ୍ଥାନାନ୍ତରଣକୁ ନେଇ ତେଜିଲା ବିରୋଧ

କେସିଙ୍ଗା,୨୮।୧୦(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ରେଳ ଷ୍ଟେଶନ ସ୍ଥିତ ରେଳ ଡାକସେବା(ଆର୍‌ଏମ୍‌ଏସ୍‌) ସ୍ଥାନାନ୍ତରଣକୁ ବିରୋଧ କରି କଳାହାଣ୍ଡି ଜିଲା ରେଳ ଯାତ୍ରୀ ସଙ୍ଘ ପକ୍ଷରୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri