ନୂଆ ବର୍ଷରେ ନୂଆ ସୁବିଧା: ଲର୍ଣ୍ଣର ଲାଇସେନ୍ସଧାରୀଙ୍କ ଡିଏଲ ଆବେଦନ ସମୟସୀମା ବଢ଼ିଲା

ଭୁବନେଶ୍ୱର,୨୭ା୧୨(ବ୍ୟୁରୋ): ଲର୍ଣ୍ଣର ଲାଇସେନ୍ସଧାରୀଙ୍କ ପାଇଁ ଖୁସିଖବର। ଡିଏଲ ଆବେଦନ ପାଇଁ ଲର୍ଣ୍ଣର ଲଇସେନ୍ସଧାରୀଙ୍କ ଲାଗି ସମୟ ସୀମା ବଢ଼ିଛି। ସରକାର ୨୦୨୧ ମାର୍ଚ୍ଚ ୩୧ ଯାଏ ଏହାକୁ ବଢ଼ାଇଛନ୍ତି। ବିଜ୍ଞପ୍ତି ଜାରି କରି ଏନେଇ ସୂଚନା ଦେଇଛନ୍ତି ରାଜ୍ୟ ପରିବହନ କର୍ତ୍ତୃପକ୍ଷ।

ସୂଚନାନୁଯାୟୀ, ଯେଉଁ ଲର୍ଣ୍ଣର ଲାଇସେନ୍ସଧାରୀଙ୍କ ସମୟ ସୀମା ୩୧, ଡିସେମ୍ବର ୨୦୨୦ରେ ସରିବ। ସେମାନେ ଏହାକୁ ଆସନ୍ତା ବର୍ଷ ଯାଏ ବ୍ୟବହାର କରିପାରିବେ। ଏହା ୨୦୨୧ ମାର୍ଚ୍ଚ ୩୧ ଯାଏ ବୈଧ ରହିବ। ଏହି ସମୟ ମଧ୍ୟରେ ସେମାନେ ଡ୍ରାଇଭିଂ ଲାଇସେନ୍ସ ପାଇଁ ମଧ୍ୟ ଆବେଦନ କରିପାରିବେ। କରୋନା ମହାମାରୀକୁ ଦୃଷ୍ଟିରେ ରଖି ସରକାର ନୂଆ ଗାଡ଼ି ଚାଳକଙ୍କ ପାଇଁ ଏପରି ସୁବିଧା କରିଛନ୍ତି।

Share