ଭୁବନେଶ୍ୱର,୨୧ା୮(ବ୍ୟୁରୋ): ଟ୍ରାଫିକ ନୟମ ଆହୁରି କଡ଼ାକଡ଼ି ହୋଇଛି। କଟକଣା ନ ମାନିଲେ ୩ ମାସ ପାଇଁ ଡ୍ରାଇଭିଂ ଲାଇସେନ୍ସ(ଡିଏଲ) ବାତିଲ ହେବ। ଧାର୍ଯ୍ୟ ନିୟମରୁ ଅଧିକ ଦ୍ରୁତବେଗରେ ଗାଡ଼ି ଚଳାଇଲେ ଡ୍ରାଇଭିଂ ଲାଇସେନ୍ସ(ଡିଏଲ) ବାତିଲ କରାଯିବ। ସେହିପରି ମୋବାଇଲରେ ଗପି ଗାଡ଼ି ଚଳାଇଲେ କିମ୍ବା କୌଣସି ନିଶାଦ୍ରବ୍ୟ ସେବନ କରି ଗାଡ଼ି ଚଳାଇଲେ ଡିଏଲ ବାତିଲ ହେବ ବୋଲି କଟକଣା ଜାରି କରିଛନ୍ତି ପରିବହନ କମିଶନର। ସେହିପରି ଓଭରଲୋଡିଂ କିମ୍ବା ମାଲବାହୀ ଗାଡ଼ିରେ ଯାତ୍ରୀ ନେଲେ ଡିଏଲ୍ ବାତିଲ କରାଯିବ।