Categories: ଜାତୀୟ

ଟ୍ରାଫିକ ନିୟମ ଭାଙ୍ଗିବାରୁ ୪୬୨୩ଜଣ ଗାଡି ମାଲିକଙ୍କ ବାତିଲ ହେବ ଡିଏଲ, ଲିଷ୍ଟରେ ଅଛି କି ଆପଣଙ୍କ ନାମ

ନୂଆଦିଲ୍ଲୀ,୮।୧୨: ସଡକରେ ଯାତାୟକ କରୁଥିବା ବାଇକ, କାର, ବସ ଓ ଭାରି ଯାନ ଚାଳକଙ୍କ ମନମାନି ଏବେ ଚଳିବ ନାହିଁ। ଆଗକୁ ପୋଲିସ, ପରିବହନ ଓ ଟ୍ରାଫିକ ବିଭାଗ ଚାଳକଙ୍କ ଉପରେ କଡା ନଜର ରଖିବାକୁ ଯାଉଛି। ସଡକରେ ଏବେ ଅମାନିଆଙ୍କୁ ସାବାଡ କରିବା ପାଇଁ ପରିବହନ ବିଭାଗ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି। ୪୬୨୩ଗାଡି ଚାଳକଙ୍କ ଡ୍ରାଇଭିଂ ଲାଇସେନ୍ସ(ଡିଏଲ) ରଦ୍ଦ କରାଯିବାକୁ ନିଷ୍ପତ୍ତି ହୋଇଛି। ଏହି ଅମାନିଆ ଗାଡି ଚାଳକମାନେ  ୩ଥର ଟ୍ରାଫିକ ନିୟମ ଉଲ୍ଲଘଂନ କରିଛନ୍ତି। ୩ଥର ଟ୍ରାଫିକ ନିୟମ ଉଲ୍ଲଘଂନ କରିବା ଦ୍ୱାରା ଡିଏଲ ବାତିଲ କରାଯିବ। ଦ୍ୱିତୀୟ ଥର ଏହି ଭଳି ତିନିଥର ଭୁଲ କଲେ ଡିଏଲ ରଦ୍ଦ ହୋଇଯିବାର ପ୍ରାବଧାନ ରହିଛି। ଯଦି ଡିଏଲ ରଦ୍ଦ ହୋଇଯାଏ ତେବେ ଦେଶର କୌଣସି ଆରଟିଓରେ ଆପଣ ଲାଇସେନ୍ସ ପାଇଁ ଆବେଦନ କରିପାରିବେ ନାହିଁ।

ଯଦି ୪ଛକ କିମ୍ବା ୩ଛକ ଟ୍ରାଫିକ ନିୟମ ଭାଙ୍ଗୁଛନ୍ତି, ଅଧିକ ବେଗରେ କିମ୍ବା ମଦ ପିଇ ଗାଡି ଚଳାଉଛନ୍ତି, ଟ୍ରକରେ କ୍ଷମତା ଠାରୁ ଅଧିକ ମାଲ ପରିବହନ କରୁଛନ୍ତି, ମାଲ ନେବା ଗାଡିରେ ଯାତ୍ରୀ ପରିବହନ କିମ୍ବା ବାଇକ ଚଳାଇବା ସମୟରେ ଫୋନରେ କଥା ହେଉଥିଲେ ମଧ୍ୟ ଡିଏଲ ରଦ୍ଦ ହୋଇଯିବ।

Share