ଅମାନିଆଙ୍କ ପାଇଁ ଟ୍ରାଫିକ ପୋଲିସର କଡ଼ା ନିୟମ: ରେଡ୍‌ ସିଗ୍‌ନାଲ ଭାଙ୍ଗିଲେ…

ଭୁବନେଶ୍ୱର,୧୯।୩: ରାଜଧାନୀରେ ଟ୍ରାଫିକ ସିଗନାଲ ଭାଙ୍ଗିଲେ ତଣ୍ଡ ଗଣିବେ ଗାଡି ଚାଳକ। ଏଥିସହିତ ଡ୍ରାଇଭିଂ ଲାଇସେନ୍ସ ବାତିଲ ହେବାର ବି ଭୟ ରହିଛି। ଟ୍ରାଫିକ ସିଗନାଲ ଭାଙ୍ଗୁଥିବା ଅମାନିଆଙ୍କ ପାଇଁ ଭୁବନେଶ୍ୱର ଟ୍ରାଫିକ ପୋଲିସ କଡ଼ା ନିୟମ କରିଛି।

ରାଜଧାନୀରେ ଟ୍ରାଫିକ ପୋଷ୍ଟର ରେଡ୍‌ ସିଗ୍‌ନାଲ ଡେଇଁଲେ ୩ ମାସ ଯାଏ ଡ୍ରାଇଭିଂ ଲାଇସେନ୍ସ ରଦ୍ଦ ହେବା ସହ ସିଧାସଳଖ ଗାଡିକୁ କୋର୍ଟଚାଲାଣ କରାଯିବ। ଭୁବନେଶ୍ୱର ଟ୍ରାଫିକ ଡିସିପି ଏହି ସୂଚନା ଦେଇଛନ୍ତି। ଟ୍ରାଫିକ ସଚେତନତାକୁ ଜୋରଦାର କରିବାକୁ ଯାଇ କମିଶନରେଟ ପୋଲିସ ଏପରି ନୂଆ ଅଭିଯାନ ଆରମ୍ଭ କରିଛି ।

Share