ଘରେ ପହଞ୍ଚିବ ଡିଏଲ୍‌ସି

ଭୁବନେଶ୍ୱର, ୧୧ା୧୧(ବ୍ୟୁରୋ): ପେନ୍‌ସନ୍‌ ଉପଭୋକ୍ତାଙ୍କ ଜୀବନ ପ୍ରମାଣ ତଥା ଡିଜିଟାଲ ଲାଇଫ୍‌ ସାର୍ଟିଫିକେଟ୍‌ (ଡିଏଲ୍‌ସି)କୁ ଏଣିକି ଇଣ୍ଡିଆ ପୋଷ୍ଟ ପେମେଣ୍ଟ ବ୍ୟାଙ୍କ୍‌ ଘରେ ଘରେ ପହଞ୍ଚାଇବ। ପେନ୍‌ସନ୍‌ ପ୍ରଦାନକାରୀ କର୍ତ୍ତୃପକ୍ଷ ଡିଏଲ୍‌ସି ଗ୍ରହଣ ପାଇଁ ସମ୍ମତି ପ୍ରଦାନ କଲେ ପୋଷ୍ଟମ୍ୟାନ୍‌ ଓ ଗ୍ରାମୀଣ ଡାକ ସେବକମାନେ ପେନ୍‌ସନଧାରୀଙ୍କ ଘରେ ପହଞ୍ଚତ୍ ଡିଏଲ୍‌ସି ଦେବେ। କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଡାକ ବିଭାଗ ପକ୍ଷରୁ ଏଭଳି ପଦକ୍ଷେପ ନିଆଯାଇଛି। କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ପେନ୍‌ସନ୍‌ଧାରୀ, ରେଲଓ୍ବେ, ଇପିଏଫଓ ଏବଂ ଇଏସ୍‌ଆଇସି ପେନ୍‌ସନଧାରୀମାନେ କାର୍ଯ୍ୟାଳୟ ନ ଯାଇ ଏହି ସୁବିଧା ପାଇପାରିବେ।

Share