ସମ୍ଭାବ୍ୟ ବାତ୍ୟାରେ ଜରୁରୀ ବିଷୟ ପ୍ରତି ଧ୍ୟାନ ଦେବାକୁ ଲୋକଙ୍କୁ ଅନୁରୋଧ କଲେ ଜିଲାପାଳ

ବାଲେଶ୍ୱର ଅଫିସ,୨୪।୫: ଆସନ୍ତା ମେ ୨୬ତାରିଖରେ ବାତ୍ୟା ଆଶଙ୍କା ଥିବାରୁ ଜନସାଧାରଣ ସେମାନେ ନିଜକୁ ସୁରକ୍ଷିତ ରଖିବା ପାଇଁ ସମସ୍ତ ପ୍ରାକ ସାବଧାନତା ଅବଲମ୍ବନ କରିବେ ଏବଂ ନିହାତି ଭାବରେ ତିନି ଦିନ ପାଇଁ ପିଇବା ପାଣି ମହଜୁଦ ରଖିବାକୁ ନିବେଦନ କରିଛନ୍ତି ବାଲେଶ୍ୱର ଜିଲାପାଳ କେ.ସୁଦର୍ଶନ ଚକ୍ରବର୍ତ୍ତୀ। ସେ ସମ୍ଭାବ୍ୟ ବାତ୍ୟାରେ ଜରୁରୀ ବିଷୟ ପ୍ରତି ଧ୍ୟାନ ଦେବାକୁ ଅନୁରୋଧ ଜନସାଧାରଣଙ୍କୁ ଅନୁରୋଧ କରିଛନ୍ତି।
ବାତ୍ୟା ସମୟରେ କୌଣସି ବ୍ୟକ୍ତି କଚ୍ଚା ଘର, ଆଜବେଷ୍ଟସ ଛାତ ଘର କିମ୍ବା ଅନ୍ୟାନ୍ୟ ଦୁର୍ବଳ ପରିତ୍ୟକ୍ତ ଘରେ ଆଶ୍ରୟ ନିଅନ୍ତୁ ନାହିଁ ନିକଟସ୍ଥ ଯେ କୌଣସି ମଜବୁତ କଂକ୍ରିଟ ଛାତ ଘରେ ଆଶ୍ରୟ ନେବା ସହ ବାତ୍ୟା ଆଶ୍ରୟ ସ୍ଥଳୀରେ ମଧ୍ୟ ଆପଣ ଆଶ୍ରୟ ନେବାପାଇଁ ବେଶ ନିରାପଦ!
ଜୀବନ ମୂଲ୍ୟବାନ ବୋଲି ଜିଲାପାଳ କହିଛନ୍ତି। ବାତ୍ୟା ସମୟରେ ଯେଭଳି କୌଣସି ଜୀବନହାନୀ ନ ହୁଏ ତାହାକୁ ପ୍ରାଥମିକତା ଦିଆଯାଇ ଜିଲା ପ୍ରଶାସନ ପକ୍ଷରୁ ବିପଦ ଆଶଙ୍କା ଥିବା ଉପକୂଳବର୍ତୀ ଅଂଚଳର ଲୋକଙ୍କୁ ସୁରକ୍ଷିତ ଜାଗାକୁ ସ୍ଥାନାନ୍ତର କରାଯିବା ପାଇଁ ପଦକ୍ଷେପ ନିଆଯାଉଛି। ଏଥିରେ ଜନସାଧାରଣ ସମସ୍ତ ପ୍ରକାର ସହଯୋଗ କରିବାକୁ ସେ ଅନୁରୋଧ କରିଛନ୍ତି। ବାତ୍ୟାର ତୀବ୍ରତା ଓ ପବନର ବେଗ ଅଧିକ ଥିବାର ଆଶଙ୍କା ଥିବାରୁ ସମସ୍ତ ଦୋକାନୀ ଏବଂ ବ୍ୟବସାୟୀ ସେମାନେ ସେମାନଙ୍କ ଦୋକାନ କିମ୍ବା ବ୍ୟବସାୟିକ ପ୍ରତିଷ୍ଠାନରେ ଲାଗିଥିବା ସାଇନେଜ, ହୋର୍ଡିଂ ଇତ୍ୟାଦିକୁ କାଢି ଦୋକାନ କିମ୍ବା ଘର ଭିତରେ ରଖିବାକୁ ଜିଲାପାଳ ପରାମର୍ଶ ଦେଇଛନ୍ତି।