ବାଟ ହୁଡ଼ିଛି ଡିଏମ୍‌ଏଫ୍‌

ଯାଜପୁର,୩୦।୯(ହର୍ଷବର୍ଦ୍ଧନ ବେହେରା): ଜୁଲାଇ ୨୦୨୩ ସୁଦ୍ଧା ଜିଲା ଖଣିଜ ପଦାର୍ଥ ପ୍ରତିଷ୍ଠାନ(ଡିଏମ୍‌ଏଫ୍‌) ପାଣ୍ଠିରେ ସମୁଦାୟ ୨୩୧୫୧.୧୫ କୋଟି ଟଙ୍କା ସଂଗ୍ରହ ହୋଇଛି। ଏଥିରେ ରାଜ୍ୟର ୮ ପ୍ରମୁଖ ଜିଲା ଅନୁଗୋଳ, ଯାଜପୁର, ଝାରସୁଗୁଡ଼ା, କେନ୍ଦୁଝର, କୋରାପୁଟ, ମୟୂରଭଞ୍ଜ, ରାୟଗଡ଼ା ଓ ସୁନ୍ଦରଗଡ଼କୁ ସାମିଲ କରାଯାଇଛି। ସେଥିମଧ୍ୟରୁ ଯାଜପୁର ଜିଲାରେ ୧୮୯୭.୮୭ କୋଟି ଟଙ୍କା ସଂଗ୍ରହ ହୋଇଛି। ଏଥିରେ ୪,୧୦୧ଟି ବିଭିନ୍ନ ପ୍ରକଳ୍ପ କାର୍ଯ୍ୟ ହାତକୁ ନିଆଯାଇଥିବାବେଳେ ସେଥିରୁ ୨,୯୮୧ଟି ଶେଷ ହୋଇଛି। ଏହିସବୁ ପ୍ରକଳ୍ପରେ ୧୦୩୫.୫୬ କୋଟି ଟଙ୍କା ଖର୍ଚ୍ଚ କରାଯାଇଛି। ଆବଣ୍ଟିତ ଅର୍ଥରୁ ଏହି ଖର୍ଚ୍ଚ ହେଉଛି ୪୦.୮୯% ବୋଲି ଡିଏମ୍‌ଏଫ୍‌ ସମୀକ୍ଷା ରିପୋର୍ଟରୁ ସ୍ପଷ୍ଟ ହୋଇଛି। କେବଳ ଖଣି ଖାଦାନ ଭରା ଅଞ୍ଚଳର ବିକାଶ ପାଇଁ ଡିଏମ୍‌ଏଫ୍‌ ଖର୍ଚ୍ଚ କରାଯିବ ବୋଲି ଆକ୍ଟରେ ଦର୍ଶାଯାଇଛି। କିନ୍ତୁ କେତେଜଣ ପ୍ରଭାବଶାଳୀ ଗୋଷ୍ଠୀଙ୍କ ସ୍ବାର୍ଥ ସାଧନ ପାଇଁ ଜିଲାସ୍ତରୀୟ ବୈଠକରେ ନିଷ୍ପତ୍ତି ନିଆଯାଇ ଯାଜପୁର ଜିଲା ସାରା ଏହି ପାଣ୍ଠି ଖର୍ଚ୍ଚ କରାଯାଉଛି। ଫଳରେ ବାସ୍ତବରେ ଉପକୃତ ହେବାକୁ ଥିବା ସୁକିନ୍ଦା ଖଣି ଅଞ୍ଚଳବାସୀଙ୍କ ବିକାଶ ପ୍ରକ୍ରିୟା ବିଳମ୍ବ ହେଉଥିବା ମତପ୍ରକାଶ ପାଇଛି। ତେଣୁ ଏବେବି ତୁମୁଣି, ଗୁହିଆଶାଳ ଭଳି ଅନେକ ଅପହଞ୍ଚ ଗ୍ରାମ ଦେଖିବାକୁ ମିଳୁଛି। ଏହାସହ ଶିକ୍ଷା କ୍ଷେତ୍ରକୁ ସେତେଟା ଗୁରୁତ୍ୱ ଦିଆ ନ ଯାଇ ଠିକାଦାର ପୋଷା ନୀତିରେ ନିର୍ମାଣ କାର୍ଯ୍ୟକୁ ଅଧିକ ଗୁରୁତ୍ୱ ଦିଆଯାଉଥିବା କୁହାଯାଉଛି।
ଡିଏମ୍‌ଏଫ୍‌ରେ ଶିକ୍ଷା ଓ ସ୍ବାସ୍ଥ୍ୟକୁ ଅଧିକ ଗୁରୁତ୍ୱ ଦେବାକୁ ଦାବି ହେଉଥିଲେ ହେଁ ଠିକାଦାରମାନଙ୍କ ସ୍ବାର୍ଥକୁ ଦୃଷ୍ଟିରେ ରଖି ନିର୍ମାଣ କାର୍ଯ୍ୟକୁ ଅଧିକ ପ୍ରାଧାନ୍ୟ ମିଳୁଛି। ଏହିକ୍ରମରେ ୮ ଜିଲା କଥାକୁ ଯଦି ବିଚାରକୁ ନିଆଯାଏ ତେବେ ପୂର୍ତ୍ତ ବିଭାଗକୁ ସର୍ବାଧିକ ୫୭୩୦.୬୯ କୋଟି, ଦ୍ୱିତୀୟରେ ପଞ୍ଚାୟତିରାଜ ଓ ପାନୀୟ ଜଳଯୋଗାଣ ବିଭାଗକୁ ୫୨୦୨.୪୧ କୋଟି ଏବଂ ତୃତୀୟରେ ସ୍କୁଲ ଓ ଗଣଶିକ୍ଷା ବିଭାଗକୁ ୨,୭୭୦.୫୧ କୋଟି ଟଙ୍କା ବଣ୍ଟନ ହୋଇଛି। ସ୍ବାସ୍ଥ୍ୟକ୍ଷେତ୍ରକୁ ୬ଷ୍ଠ ସ୍ଥାନରେ ରଖାଯାଇ ୧,୨୨୦.୮୨ କୋଟି ଟଙ୍କା ବଣ୍ଟନ କରାଯାଇଛି। ଏହାବାଦ୍‌ ରିପୋର୍ଟ ଅନୁସାରେ ପୂର୍ତ୍ତ, ପାନୀୟ ଜଳଯୋଗାଣ, ଶିକ୍ଷା, ଗ୍ରାମ୍ୟ ନିର୍ମାଣ, ସ୍ବାସ୍ଥ୍ୟ, ଜଳ ସମ୍ପଦ, ଗୃହ ଓ ନଗର ଉନ୍ନୟନ, ମହିଳା ଓ ଶିଶୁ ବିକାଶ, ଏସ୍‌ଟି,ଏସ୍‌ସି ଇତ୍ୟାଦି ବିଭାଗରେ ଆବଣ୍ଟିତ ଅର୍ଥର ଶତପ୍ରତିଶତ ଖର୍ଚ୍ଚ କରାଯାଇପାରିନାହିଁ। ଶତାଧିକ ପ୍ରକଳ୍ପ ଅଧାପନ୍ତରିଆ ହୋଇ ପଡ଼ି ରହିଥିବା ଜଣାପଡିଛି। ଯାଜପୁର ଜିଲାର ଖଣି ଅଞ୍ଚଳକୁ ଏଠାରେ ଉଦାହରଣ ଭାବେ ନିଆଯାଇପାରେ। ମେଗା ଉଠା ଜଳସେଚନ ପ୍ରକଳ୍ପ ପାଇଁ ଡିଏମ୍‌ଏଫ୍‌ ପାଣ୍ଠିରୁ ପ୍ରାୟ ୯୪ କୋଟି ଟଙ୍କା ଖର୍ଚ୍ଚ ହୋଇଥିଲା। ହେଲେ କାଳିଆପାଣି ଖଣି ଅଞ୍ଚଳବାସୀ ଏହି ପ୍ରକଳ୍ପରୁ ବୁନ୍ଦାଏ ପାଣି ସେମାନଙ୍କ ଜମି ପାଇଁ ପାଇ ନ ଥିବା ଅଭିଯୋଗ ହେଉଛି। ସେହିପରି କ୍ଷୁଦ୍ର ଜଳସେଚନ ପ୍ରକଳ୍ପ ପାଇଁ ୭ କୋଟି ୩ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଥିଲା। ହେଲେ ଖଣି ପ୍ରଭାବିତ ଅଞ୍ଚଳବାସୀଙ୍କ କୌଣସି ଜମିରେ ୨ ଫସଲି ଚାଷ ଏଯାଏ ହୋଇ ପାରିନାହିଁ। ଶିକ୍ଷା କ୍ଷେତ୍ରକୁ ଅବଲୋକନ କଲେ ଏଯାଏ କାଳିଆପାଣି ଖଣି ଅଞ୍ଚଳରେ ଏକ ଯୁକ୍ତଦୁଇ କଲେଜ ପ୍ରତିଷ୍ଠା ହୋଇ ପାରିନାହିଁ। କୁହିକାରେ ଯୁକ୍ତଦୁଇ କଲେଜ ନିର୍ମାଣାଧୀନ ରହିଛି। ସେହିପରି କାଳିଆପାଣି ଅଞ୍ଚଳରେ ନିକଟରେ ଏକ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ପ୍ରତିଷ୍ଠା ହୋଇଥିଲେ ହେଁ ଆବଶ୍ୟକ ଡାକ୍ତର ନାହାନ୍ତି। ଖଣି ଅଞ୍ଚଳରେ ଶିକ୍ଷା ଏବଂ ସ୍ବାସ୍ଥ୍ୟକୁ ଅଣଦେଖା କରାଯାଉଥିବାର କାରଣ ଲୋକେ ଏବେ ଖୋଜିବାକୁ ଲାଗିଲେଣି। ଏହି ଖଣି ଅଞ୍ଚଳରେ ଗତ ୩ ଦଶନ୍ଧି ହେଲା ଗୋଟିଏ ପରିବାରର ଶାସନ କରି ଆସୁଛନ୍ତି। ଏକାଧିକ ଥର ମନ୍ତ୍ରୀପଦରେ ଅଳଙ୍କୃତ ହୋଇ ପାରିଛନ୍ତି। କିନ୍ତୁ ନଗଡ଼ା, ଗୁହିଆଶାଳ, ତୁମୁଣି ଗ୍ରାମ ଭଳି ଅବହେଳିତ ଅଞ୍ଚଳର ଚିତ୍ର ଏବେ ବି ଦେଖିବାକୁ ମିଳିଛି। ଏଠାରେ ଏକାଧିକ ଖଣି ରହିଥିଲେ ହେଁ ଗରିବ ଲୋକ ଦାଦନ ଖଟିବାକୁ ଯାଉଥିବା ଦେଖିବାକୁ ମିଳିଛି। କେତେଜଣ ପ୍ରଭାବଶାଳୀ ନେତାଙ୍କ ଆର୍ଥିକ ସ୍ଥିତି ମଜଭୁତ ହେଉଥିବାବେଳେ ଗରିବ ଲୋକ ଆହୁରି ଗରିବ ହେଉଥିବା ମତପ୍ରକାଶ ପାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଜଙ୍ଗଲ ସୁରକ୍ଷା ପାଇଁ ନେଲେ ଶପଥ

କୋକସରା,୨୭।୧୦(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): ଧର୍ମଗଡ଼ ବନାଞ୍ଚଳ ଅଧୀନରେ ଥିବା ସାହାଜଖୋଲ ସଂରକ୍ଷିତ ଜଙ୍ଗଲ ୧୨ହଜାର ୭ ଶହ ୨୨ହେକ୍ଟର ପରିମିତ ଅଞ୍ଚଳରେ ରହିଥିବା ବେଳେ କଳାହାଣ୍ଡି,...

ଗାଡ଼ି ଯାଞ୍ଚବେଳେ ଧରାପଡ଼ିଲେ ଦମ୍ପତ୍ତି

ଦାରିଙ୍ଗବାଡି,୨୭।୧୦(ଅରୁଣ ସାହୁ ): ସ୍କୁଟିରେ ଗଞ୍ଜେଇ ଚୋରାଚାଲାଣ କରୁଥିବା ଅଭିଯୋଗରେ ବ୍ରାହ୍ମଣୀଗାଁ ପୋଲିସ ସ୍ବାମୀ ଏବଂ ସ୍ତ୍ରୀଙ୍କୁ ଅଟକ ରଖିଛି। ମିଳିଥିବା ସୂଚନା ମୁତାବକ, ବ୍ରାହ୍ମଣୀଗାଁ...

ରାସ୍ତା ପାରି ହେଉଥିବା ବେଳେ ମାଡ଼ି ଗଲା ଗାଡ଼ି, ଆଉ ତା’ପରେ…

କୋକସରା,୨୭।୧୦(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): ବିଜୁ ଏକ୍ସପ୍ରେସ ୱେ କଳାହାଣ୍ଡି ଜିଲା କୋକସରା ଥାନା ବେହେରା ପେଟ୍ରୋଲ ପମ୍ପ ନିକଟରେ ରବିବାର ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି।...

ପୂର୍ବଶତ୍ରୁତାରୁ ବୋମାମାଡ଼: ଜେଲ ଫେରନ୍ତା ଫିଙ୍ଗିଥିଲେ ବୋମା, ସମସ୍ତ ଅଭିଯୁକ୍ତ ଫେରାର

ଦିଗପହଣ୍ଡି,୨୭।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସହରରେ ଘଟିଥିବା ବୋମାମାଡ ପୂର୍ବଶତ୍ରୁତାକୁ ନେଇ ଘଟିଥିବା ଥାନା ଆଇଆଇସି ପ୍ରଶାନ୍ତ କୁମାର ପାତ୍ର ପ୍ରକାଶ କରିଛନ୍ତି।...

ସୁଧୁରୁନି ସମସ୍ୟା: ପୁଣି ଖଟିଆରେ ବୁହାହୋଇ ଆସିଲେ ରୋଗୀ

ନୂଆପଡ଼ା,୨୭।୧୦ (ମକାରୁ ବେମାଲ): ଗାଁକୁ ଭଲ ରାସ୍ତା ନ ଥିବାରୁ ଆମ୍ବୁଲାନ୍ସ ଯାଇପାରିଲା ନାହିଁ। ଫଳରେ ରୋଗୀଙ୍କୁ ୨କି.ମି. ଖଟିଆରେ ବୋହି ଆମ୍ବୁଲାନ୍ସ ନିକଟକୁ ଅଣାଯାଇଥିଲା।...

ନଭେମ୍ବର ୧ରୁ କାର୍ଯ୍ୟବନ୍ଦ ଆନ୍ଦୋଳନ କରିବେ ୧୦୮ ଆମ୍ବୁଲାନ୍ସ କର୍ମଚାରୀ

ପୁରୀ,୨୭।୧୦: ନୂଆ ଟେଣ୍ଡର ପାଇଥିବା କମ୍ପାନୀ ବିରୋଧରେ ପୁରୀ ୧୦୮ ଆମ୍ବୁଲାନ୍ସ କର୍ମଚାରୀ ମହାସଂଘ ଅସନ୍ତୋଷ ପ୍ରକାଶ କରି ରବିବାର କାର୍ଯ୍ୟ ବନ୍ଦ ଆନ୍ଦୋଳନ କରିବାକୁ...

ଶିମିଳିପାଳକୁ ଆସିଲା ମହାରାଷ୍ଟ୍ର ମହାବଳ

ଭୁବନେଶ୍ୱର,୨୭ା୧୦: ରାଜ୍ୟରେ ବାଘର ବଂଶ ବିସ୍ତାର ପାଇଁ ବଡ଼ ପଦକ୍ଷେପ ନେଇଛନ୍ତି ସରକାର। ଏଥିପାଇଁ ମହାରାଷ୍ଟ୍ରରୁ ଏକ ମହାବଳ ବାଘ ଆଣି ମୟୁରଭଞ୍ଜର ଶିମିଳିପାଳରେ ଛଡ଼ାଯାଇଛି।...

ଦାରିଙ୍ଗବାଡ଼ିରେ ବଦଳିଲା ପାଗ: କୁହୁଡ଼ି ସାଙ୍ଗକୁ ଝିପିଝିପି ବର୍ଷା, ଜନଜୀବନ ଅସ୍ତବ୍ୟସ୍ତ

ଦାରିଙ୍ଗବାଡ଼ି,୨୭ା୧୦: ଶୀତ ଦିନ ଆସିଲେ ଦାରିଙ୍ଗବାଡ଼ିକୁ କେହିକେହି ଓଡ଼ିଶାର ଦାର୍ଜିଲିଂ କୁହନ୍ତି ତ ଆଉ କେହି କେହି ଓଡ଼ିଶାର କଶ୍ମୀର ବୋଲି କହିଥାନ୍ତି। ସତରେ ଦାରିଙ୍ଗବାଡ଼ିର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri