ଡିଏମ୍‌ଏଫ୍‌ ପାଣ୍ଠିର ହରିଲୁଟ୍‌ ହୋଇଛି: ବିଧାୟକ

ଯାଜପୁର,୧ା୯(ହର୍ଷବର୍ଦ୍ଧନ ବେହେରା): ଖଣି ଓ ଶିଳ୍ପାୟନ ଯୋଗୁ ପ୍ରଭାବିତ ଅଞ୍ଚଳବାସୀଙ୍କ ଥଇଥାନ ତଥା ପ୍ରଦୂଷଣଜନିତ କ୍ଷୟକ୍ଷତିର ଭରଣା ପାଇଁ ଜିଲା ଖଣିଜ ପ୍ରତିଷ୍ଠାନ(ଡିଏମଏଫ) ପାଣ୍ଠି ଗଠନ ହୋଇଛି। କିନ୍ତୁ ଏହି ପାଣ୍ଠିରେ ଆଦାୟ ହେଉଥିବା ଅର୍ଥରେ ସୁକିନ୍ଦା ଓ ଧର୍ମଶାଳା ଖଣି ଏବଂ ଦାନଗଦି ଶିଳ୍ପାଞ୍ଚଳରେ ବିନିଯୋଗ ନୈରାଶ୍ୟଜନକ ରହିଛି। ଏପରିକି ଏକାଧିକ ଉନ୍ନୟନ ପ୍ରକଳ୍ପ କରିବାକୁ ପ୍ରତିଶ୍ରୁତି ମଧ୍ୟ ଫସର ଫାଟିଛି। ଅନ୍ୟପକ୍ଷେ ଅଣ ଖଣି ଅଞ୍ଚଳରେ ଡିଏମଏଫ୍‌ ପାଣ୍ଠିରୁ ସମ୍ମିଳନୀ, ଡାକ୍ତରଖାନା ପାଇଁ ଜମି କିଣା, ଆଦର୍ଶ ବିଦ୍ୟାଳୟ, ପର୍ଯ୍ୟଟନ, ଶିକ୍ଷା, ମହାପୁରୁଷଙ୍କ ମୂର୍ତ୍ତି ନିର୍ମାଣ ଆଦି କ୍ଷେତ୍ରରେ ବିପୁଳ କୋଟି ଟଙ୍କା ଖର୍ଚ୍ଚ ହେଉଛି ବୋଲି ଧର୍ମଶାଳା ବିଧାୟକ ହିମାଂଶୁ ଶେଖର ସାହୁ ଅଭିଯୋଗ ଆଣିଛନ୍ତି। ଶନିବାର ଜିଲାପାଳଙ୍କ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ସମୀକ୍ଷା ବୈଠକରେ ବିଧାୟକ ସାହୁ ଯୋଗଦେଇ ଆହୁରି କହିଛନ୍ତି ଯେ, ଜିଲାର ସମସ୍ତ ଗରିବ ଲୋକଙ୍କୁ ଏଯାଏ ପକ୍କାଘର ମିଳି ନ ଥିବାବେଳେ ଯାଜପୁର ପ୍ରବେଶ ପଥରେ ବିପୁଳ କୋଟି ଟଙ୍କା ଖର୍ଚ୍ଚ କରାଯାଇ ବିଜୁବାବୁଙ୍କ ୨୦ ପୁଟ ଉଚ୍ଚତାବିଶିଷ୍ଟ ଏକ ମୂର୍ତ୍ତି ତିଆରି ହୋଇଛି। ଏହି ମୂର୍ତ୍ତି ଡିଏମ୍‌ଏଫ୍‌ ପାଣ୍ଠିରୁ ନିର୍ମାଣ ହୋଇଥାଇପାରେ ବୋଲି ସେ ସନ୍ଦେହ କରିଛନ୍ତି। ଖଣି ପ୍ରଭାବିତ ଅଞ୍ଚଳରେ ଡିଏମ୍‌ଏଫ୍‌ ପାଣ୍ଠି ଖର୍ଚ୍ଚ ନ କରି କାହାର ନିର୍ଦ୍ଦେଶରେ ଅଣ ଖଣି ପ୍ରଭାବିତ ଅଞ୍ଚଳରେ ଖର୍ଚ୍ଚ କରାଯାଉଛି ବୋଲି ସେ ପ୍ରଶ୍ନ କରିଛନ୍ତି। ଏଥିପାଇଁ ଯାଜପୁରର ପୂର୍ବତନ ବିଧାୟକଙ୍କୁ ସେ ଦାୟୀ କରିଛନ୍ତି।
ଜିଲାପାଳ ଡିଏମ୍‌ଏଫ୍‌ ପାଣ୍ଠିର ମ୍ୟାନେଜିଂ ଟ୍ରଷ୍ଟି ଥିବାବେଳେ ଏମ୍‌ପି, ସୁକିନ୍ଦା ବିଧାୟକ, ସୁକିନ୍ଦା ପଞ୍ଚାୟତ ସମିତି ଅଧ୍ୟକ୍ଷା, ସୁକିନ୍ଦା ଜିଲା ପରିଷଦର ସଭ୍ୟାସଭ୍ୟ, ସୁକିନ୍ଦା ସରପଞ୍ଚଙ୍କୁ ଏହି କମିଟିରେ ରଖାଯାଇଛି। ମୁଖ୍ୟତଃ ଏହି ଅର୍ଥରାଶି ଖଣି ପ୍ରଭାବିତ ଅଞ୍ଚଳର ବିକାଶ ପାଇଁ ଖଣି ମାଲିକ ସରକାରଙ୍କୁ ଦେଉଥିବା ରାଜସ୍ବର ୩୦ ପ୍ରତିଶତ ଅର୍ଥ ଡିଏମ୍‌ଏମ୍‌ ପାଣ୍ଠିିକୁ ଯାଇଥାଏ । ତଦନୁସାରେ ଏଯାଏ ପ୍ରାୟ ୨୩୦୦ କୋଟି ଟଙ୍କା ଆଦାୟ ହୋଇଥିବା ସୂଚନା ମିଳିଛି। ସୁକିନ୍ଦା ଓ ଦାନଗଦି ବ୍ଲକ ଅଞ୍ଚଳରେ ଥିବା ୧୬ଟି ଖଣି ଓ ଶିଳ୍ପ ସଂସ୍ଥା ୧୫୦୦ରୁ ଊର୍ଦ୍ଧ୍ୱ କୋଟି ଟଙ୍କା ଡିଏମ୍‌ଏଫ୍‌ ପାଣ୍ଠିକୁ ଦେଇଛନ୍ତି। କିନ୍ତୁ ଏହି ଅଞ୍ଚଳରେ ୭ ବର୍ଷ ହେବ ବହୁ ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବିତ ଟମକା-ମଙ୍ଗଳପୁର ୪ ଥାକିଆ ରାସ୍ତା କାର୍ଯ୍ୟ ଆରମ୍ଭ ହୋଇପାରିନାହିଁ। ନଗଡ଼ା ପାର୍ଶ୍ୱବର୍ତ୍ତୀ ତୁମୁଣି ଓ ଗୁହିଆଶାଳାକୁ ଏଯାଏ ରାସ୍ତା ନିର୍ମାଣ ହୋଇପାରିନାହିଁ। ନଗଡ଼ାରେ ଶିଶୁମୃତ୍ୟୁ ଘଟଣା ପରେ କାଳିଆପାଣିରେ ଏକ ସରକାରୀ ଡାକ୍ତରଖାନା ପ୍ରତିଷ୍ଠା କରିବାକୁ ସରକାର ପ୍ରତିଶ୍ରୁତି ଦେଇଥିଲେ। ଏହାପରେ ଟାଟା ଷ୍ଟିଲ ହସ୍ପିଟାଲ ଗୃହ ସରକାରଙ୍କୁ ହସ୍ତାନ୍ତର ହୋଇଥିଲା। ହେଲେ ଦୁର୍ଭାଗ୍ୟ ଯେ, ସେଠାରେ ଜଣେ ଡାକ୍ତର ଡେପୁଟେଶନରେ ସପ୍ତାହରେ ୨ ଦିନ ଆସିବାକୁ ନିର୍ଦ୍ଧାରଣ ହୋଇଥିବାବେଳେ ଜଣେ ଲେଖାଏ ନର୍ସ ଓ କମ୍ପାଉଣ୍ଡର ଅଛନ୍ତି। ଏମାନେ ସମସ୍ତେ ଡିଏମ୍‌ଏଫ୍‌ ପାଣ୍ଠିରୁ ଦରମା ପାଉଥିବା ଜଣାପଡିଛି। ଓଏମ୍‌ବିଏଡିସି ପାଣ୍ଠିରୁ ୨୨୩ କୋଟି ଟଙ୍କାରେ ସୁକିନ୍ଦା ଅଞ୍ଚଳର ୨୫ଟି ପଞ୍ଚାୟତବାସୀଙ୍କ ପାଇଁ ୩ଟି ମେଗା ଜଳଯୋଗାଣ ପ୍ରକଳ୍ପ ଆରମ୍ଭ ହୋଇଛି। ହେଲେ ଏବେ ବି କାଙ୍କଡପାଳ, ରାହଁାସୋଲ, ଚିଙ୍ଗୁଡିପାଳ, କାଳିଆପାଣି, ଦୁଧୁଯୋରୀ, କଅଁସ, ପିମ୍ପୁଡିଆ, କୁହିକା ଆଦି ପଞ୍ଚାୟତର ଶତାଧିକ ପରିବାର ସ୍ବଚ୍ଛ ପାଇପ ଜଳରୁ ବଞ୍ଚିତ ରହିଛନ୍ତି। କାଳିଆପାଣି ହାଇସ୍କୁଲରେ ଏକ ସରକାରୀ ଡିଗ୍ରୀ କଲେଜ ଖୋଲିବାକୁ ହୋଇଥିବା ପ୍ରଶାସନିକ ପ୍ରତିଶ୍ରୁତି ପାଣିର ଗାର ହୋଇଛି। ସୁକିନ୍ଦା ଖଣି ଅଞ୍ଚଳରେ ଏଯାଏ ଗୋଟିଏ ବି ଆଦର୍ଶ ବିଦ୍ୟାଳୟ ହୋଇ ନ ଥିବାବେଳେ ଏହି ଡିଏମ୍‌ଏଫ୍‌ ପାଣ୍ଠିରୁ ଜିଲାର ଅନ୍ୟ ବ୍ଲକଗୁଡିକରେ ଆଦର୍ଶ ବିଦ୍ୟାଳୟ ଗୃହ ନିର୍ମାଣ ହୋଇଛି। କାଳିଆପାଣି ଅଞ୍ଚଳରେ ଏକ ଷ୍ଟାଡିୟମ ନିର୍ମାଣ କରିବାକୁ ଦାବି ହେଉଥିଲେ ହେଁ ତାହା କେହି ଶୁଣୁନାହାନ୍ତି। ଖଣି ଅଞ୍ଚଳରେ ଏଭଳି ଅନେକ ସମସ୍ୟା ଲାଗି ରହିଥିଲେ ହେଁ ଅର୍ଦ୍ଧାଧିକ ଡିଏମ୍‌ଏଫ୍‌ ପାଣ୍ଠିକୁ ଜିଲା ସଦର ମହକୁମାରେ ବିଭିନ୍ନ କାର୍ଯ୍ୟରେ ବିନିଯୋଗ ହୋଇଛି ବୋଲି ବିଧାୟକ ସାହୁ ଅଭିଯୋଗ କରିଛନ୍ତି। ଧର୍ମଶାଳା କଳାପଥର ଖାଦାନରୁ ମଧ୍ୟ ଡିଏମଏଫ୍‌ ପାଣ୍ଠିରେ ଅର୍ଥ ଜମା ହୋଇଛି। ହେଲେ ଧର୍ମଶାଳା ଅଞ୍ଚଳରେ ଡିଏମ୍‌ଏଫ୍‌ ପାଣ୍ଠି ବିନିଯୋଗ ଅତି ନୈରାଶ୍ୟଜନକ ବୋଲି ସେ କହିଛନ୍ତି।
ଅନ୍ୟପକ୍ଷେ ଡିଏମ୍‌ଏଫ୍‌ ଅଧିକାରୀ କୁମାର ଶୁଭାଶିଷ କହିଛନ୍ତି, ବିଜୁ ପଟ୍ଟନାୟକଙ୍କ ମୂର୍ତ୍ତି ଡିଏମଏଫ୍‌ ପାଣ୍ଠିରେ ନିର୍ମାଣ ହୋଇନାହିଁ। ଜିଲା ପରିଷଦ ନିର୍ବାହୀ ଅଧିକାରୀ ଅଶୋକ କୁମାର ବେହୁରିଆଙ୍କୁ ପଚାରିବାରେ ସେ କହିଛନ୍ତି, ବିଜୁବାବୁଙ୍କ ମୂର୍ତ୍ତି କେଉଁ ପାଣ୍ଠିରେ ନିର୍ମାଣ ହୋଇଛି ସେ ଜାଣିନାହାନ୍ତି। କାଗଜପତ୍ର ଦେଖିଲା ପରେ କହି ହେବ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଟ୍ରକ-ବାଇକ୍‌ ଧକ୍କା: ଚାଲିଗଲା ବାପ-ପୁଅଙ୍କ ଜୀବନ, ମା’ ଗୁରୁତର

ଗୋପାଳପୁର, ୨୨।୯(ନବୀନ ରାଜ ଆଚାରୀ): ଗଞ୍ଜାମ ଜିଲା ୧୬ ନମ୍ବର ଜାତୀୟ ରାଜପଥ ଭାଲିଆଗାଡ଼ ନିକଟରେ ରବିବାର ଏକ ଟ୍ରକ-ବାଇକ୍‌ ମଧ୍ୟରେ ଧକ୍କା ହୋଇଛି। ଦୁର୍ଘଟଣାରେ...

ପୁରୁଷୋତ୍ତମପୁରରେ ବୁଲିଲା ଖଣ୍ଡା: ଭାଜପା କର୍ମୀଙ୍କୁ….

ପୁରୁଷୋତ୍ତମପୁର,୨୨।୯(ସିମାଞ୍ଚଳ ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁରରେ ରାଜନୈତିକ କାରଣକୁ ନେଇ ରବିବାର ଗୋଷ୍ଠୀ ସଂଘର୍ସ ଘଟିଛି। ଏଥିରେ ଉଭୟ ପକ୍ଷରୁ ଦୁଇଜଣ ଆହାତ ହୋଇଛନ୍ତି। ଆହାତମାନେ...

ଗଞ୍ଜେଇ ଜବତ, ଜେଲ ଗଲେ ଅଭିଯୁକ୍ତ

ଦିଗପହଣ୍ଡି,୨୨।୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ପାଟପୁର ପୋଲିସ ରବିବାର ସାନଖେମୁଣ୍ଡି ବ୍ଲକ ଧରମପୁର ଗ୍ରାମ ଶ୍ମଶାନ ନିକଟରୁ ୨ କିଣ୍ଟାଲ ୧୪ କେ.ଜି ୨...

ରାସ୍ତା ପାର୍‌ ହେଉଥିବା ବେଳେ ଧକ୍କା ଦେଲା ଟ୍ରଲର, ୨ ମହିଳା ଗୁରୁତର

କେନ୍ଦୁଝର,୨୨।୯(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ସଦର ଥାନା ଅନ୍ତର୍ଗତ ୨୦ନମ୍ବର ଜାତୀୟ ରାଜପଥ ରାଇସୁଆଁ ପୁରୁଣା ଥାନା ନିକଟରେ ରବିବାର ସାରେ ରାସ୍ତା ଅତିକ୍ରମ କରୁଥିବାବେଳେ...

୨ ନାବାଳିକାଙ୍କୁ ଗଣବଳାତ୍କାର: ଅଭିଯୋଗ ପରେ ପୋଲିସର ତତ୍ପରତା, ୩ ଜଣ ଅଟକ

ରାଉରକେଲା, ୨୨।୯(ସଂଗୀତା ଜେନା): ରାଉରକେଲାରେ ଚାଞ୍ଚଲ୍ୟ। ଦୁଇ ଜଣ ନାବାଳିକାଙ୍କୁ ଗଣବଳାତ୍କାର ହୋଇଥିବା ଥାନାରେ ଅଭିଯୋଗ ହେବା ପରେ ପୋଲିସ ତତ୍ପର ହୋଇ ଉଠିଛି। ଏହି...

ଶ୍ୱଶୁରଙ୍କୁ ହତ୍ୟା କଲେ ଜ୍ବାଇଁ : ସ୍ତ୍ରୀ, ଶାଶୁ ଗୁରୁତର

ଲକ୍ଷ୍ମୀପୁର,୨୨ା୯(ଅନନ୍ତ ନାୟକ): କୋରାପୁଟ ଜିଲା ଲକ୍ଷ୍ମୀପୁର ସଦର ରେଲୱେ କଲୋନୀ ନିକଟ ଆମ୍ବଗୁଡ଼ା ସାହିରେ ଏକ ହତ୍ୟାକାଣ୍ଡ ଘଟିଛି। ଏଥିରେ ଶ୍ୱଶୁରଙ୍କୁ ଲୁହା ରଡ୍‌ରେ ପିଟି...

ଗାଁ ନିକଟରେ ଦିନ ଦି ପ୍ରହରରେ ବୁଲୁଛି ଗୋଠ ଛଡା ଭାଲୁ, ଲୋକେ ଆତଙ୍କିତ

କୋକସରା,୨୨।୯(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ବ୍ଲକ ଆମପାଣି ଫରେଷ୍ଟ ସେକ୍ସନ ଅଧୀନରେ ଥିବା ପାତ୍ରବସା ଗାଁ ନିକଟରେ ଏକ ଭାଲୁ ଦିନ ଦି...

୪ ଘଣ୍ଟାରେ ଖାଇଗଲେ ୨ କୁଇଣ୍ଟାଲ ଚିକେନ ପକୋଡ଼ା

ପୁରୀ,୨୨।୯: ରାଜ୍ୟରେ ଏବେ ବି ରହିଛି ବାର୍ଡଫ୍ଲୁ ଆତଙ୍କ। ଖାସ୍‌ କରି ପୁରୀ ଜିଲାରେ ବାର୍ଡଫ୍ଲୁକୁ ନେଇ ସରକାରଙ୍କ ପକ୍ଷରୁ ସଚେତନତା ଜାରି ରହିଛି। ଏଭଳିସ୍ଥିତିରେ...

Advertisement
Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri