Categories: ଜାତୀୟ

ଗୋଟିଏ ଦିନ ଉପବାସ ରହିବ ଡିଏମ୍‌କେ

ଚେନ୍ନାଇ,୧୮ ।୧୨: ତାମିଲନାଡୁର ରାଜନୈତିକ ପାର୍ଟି ଡିଏମ୍‌କେ ଗୋଟିଏ ଦିନ ଉପବାସ ରହି କୃଷକଙ୍କୁ ସହଯୋଗ କରିବ ବୋଲି କହିଛି । କେବଳ ଡିଏମ୍‌କେ ନୁହେଁ ବରଂ ଏହାର ସହଯୋଗୀମାନେ ବି ଉପବାସ ରହିବେ ବୋଲି ଜଣାପଡିଛି । କେନ୍ଦ୍ର ସରକାରଙ୍କ ଦ୍ୱାରା ଜାରି କରାଯାଇଥିବା ୩ ନୂଆ କୃଷି ଆଇନକୁ ଏମାନେ ବିରୋଧ କରୁଛନ୍ତି । ସୂଚନାଯୋଗ୍ୟ କେନ୍ଦ୍ର ସରକାରଙ୍କ ଏହି କୃଷି ଆଇନକୁ ବିରୋଧ କହି ୧୫ ଦିନରୁ ଊର୍ଦ୍ଧ୍ୱ ସମୟ ହେଲା ବିଭିନ୍ନ ରାଜ୍ୟର କୃଷକ ଦିଲ୍ଲୀ ସୀମାରେ ଆନ୍ଦୋଳନ ଜାରି ରଖିଛନ୍ତି । କେନ୍ଦ୍ର ସରକାର ଏହାକୁ ଫେରାଇ ନେବା ସହ କୃଷକଙ୍କୁ ଲିଖିତ ପ୍ରତିଶ୍ରୁତି ଦାବି କରି ଅଡି ବସିଛନ୍ତି । ବହୁବାର କେନ୍ଦ୍ର ସରକାର ଓ କୃଷକ ସଙ୍ଗଠନ ମଧ୍ୟରେ ଏ ନେଇ କଥା ହୋଇଥିଲେ ମଧ୍ୟ ଏହାର କୌଣସି ସମାଧାନ ଏଯାଏଁ ବାହାରି ପାରି ନାହିଁ । ଏବେ କିନ୍ତୁ ଏହି ଆନ୍ଦୋଳନକୁ ନେଇ ରାଜନୀତି ହେଲାଣି ଆହୁରି ସରଗରମ । ବିରୋଧୀ ଏଥିପାଇଁ କେନ୍ଦ୍ର ଶାସିତ ଭାରତୀୟ ଜନତା ପାର୍ଟି(ଭାଜପା)କୁ ଦାୟ କରୁଛି । କଂଗ୍ରେସ କହିଛି ଭାଜପା କୃଷକଙ୍କ ହିତକୁ ଦୃଷ୍ଟି ଦେଉନାହିଁ । ଫଳରେ ବେଳକୁ ବେଳ ଏହି ଆନ୍ଦୋଳନ ତୀବ୍ର ହେବାରେ ଲାଗିଛି । ଏମିତିକି ଶୀତ କାକରରେ ବାହାରେ ଆନ୍ଦୋଳନରେ ବସିଥିବା କୃଷକମାନଙ୍କ ଦ୍ୱାରା କରୋନା ସଂକ୍ରମଣ ବୃଦ୍ଧି ପାଇବା ଆଶଙ୍କା କରାଯାଥିବା ବେଳେ ଏମାନେ କିନ୍ତୁ ଏମାନଙ୍କ ଜିଦ୍‌ରେ ଅଟଳ ରହିଛନ୍ତି ।

Share