Categories: ଜାତୀୟ

ଡିଏମ୍‌କେ ଘୋଷଣା କଲା ପ୍ରାର୍ଥି ତାଲିକା: କୋଲାଥୁରରୁ ଲଢିବେ ଷ୍ଟାଲିନ

ଚେନ୍ନାଇ,୧୨ ।୩: ତାମିଲନାଡୁରେ ଆଗାମୀ ବିଧାନସଭା ନିର୍ବାଚନକୁ ଦୃଷ୍ଟିରେ ରଖି ଦ୍ରାବିଡ ମୁନ୍ନେତ୍ର କଝଗମ (ଡିଏମ୍‌କେ) ଶୁକ୍ରବାର ପ୍ରାର୍ଥି ତାଲିକା ଘୋଷଣା କରିଛି । ଦଳ ମୁଖ୍ୟ ଏମ୍‌କେ ଷ୍ଟାଲିନ ୧୭୩ ପ୍ରାର୍ଥିଙ୍କ ନାମ ଘୋଷଣା କରିଛନ୍ତି । ତେବେ ସେ ନିଜେ କୋଲାଥୁର ଆସନରୁ ନିର୍ବାଚନ ଲଢିବେ ବୋଲି ଜଣାପଡିଛି । ଆଉ ତାଙ୍କ ପୁଅ ଉଦୟନିଧି ଚେତକ ଆସନରୁ ତାଙ୍କ ରାଜନୈତିକ କ୍ୟାରିୟର ଆରମ୍ଭ କରିବାକୁ ଯାଉଛନ୍ତି । ଷ୍ଟାଲିନ ବାଇକୋ ନେତୃତ୍ୱାଧିନ ମାରୁମଲାର୍ଚି ଦ୍ରାଭିଡ ମୁନ୍ନେତ୍ର କଝଗମ(ଏମ୍‌ଡିଏମ୍‌କେ)ଠାରୁ ୬ଟି ଆସନ ଅଲଗା ରଖିଛି । ଏମାନେ ଡିଏମ୍‌କେ ଚିହ୍ନରେ ନିର୍ବାଚନ ଲଢିବେ । ଏହା ବ୍ୟତୀତ ରାଜ୍ୟରେ ଆହୁରି ୮ ଛୋଟ ପାର୍ଟି ରହିଛନ୍ତି । ଯେଉଁମାନେ ଡିଏମ୍‌କେ ଚିହ୍ନରେ ମଇଦାନକୁ ଓହ୍ଲାଇବେ । ଦକ୍ଷିଣ ଭାରତୀୟ ରାଜ୍ୟରେ ୬ ଏପ୍ରିଲରେ ମତଦାନ କରାଯିବ । ତେବେ ମେଣ୍ଟରେ କଂଗ୍ରେସ ସହ ଡିଏମ୍‌କେ ଖୁବ୍ ଆସନ ଶେୟାର କରିଛି ।

Share